25.1 C
Odisha
Monday, March 2, 2026

ଏନସିଏସରେ ୧୦ ଲକ୍ଷରୁ ଅଧିକ ନିଯୁକ୍ତି

ଦର୍ଶକବନ୍ଧୁ ସରକାରୀ ଚାକିରୀ କିଏ ଅବା ନଚାହେଁ । ସମସ୍ତେ ସରକାରୀ ଚାକିରୀ କରିବାକୁ ଚାହାଁନ୍ତି । ହେଲେ ଏହା ମିଳିବା ଭାରି କଷ୍ଟ । କାରଣ ଏତିପାଇଁ କରିବାକୁ ପଡେ କଠିନ ପରିଶ୍ରମ । ଅନେକ ପରୀକ୍ଷା ଦେବାକୁ ପଡେ । ପରେ ଯାଇ ମିଲେ ସଫଳତା । ହେଲେ ସମସ୍ତେ ବି ଏହାର ହକଦାର ହୋଇପାରନ୍ତିନି । ଭାଗ୍ୟ ସହ ପରିଶ୍ରମ ସାଥ୍ ଦେଲେ ମିଲିଥାଏ ସରକାରୀ ଚାକିରୀ । ତେବେ ସରକାରୀ ପାଇଁ ଥିବା ଆଶାୟୀଙ୍କ ଲାଗି ଆମେ ଏକ ଖୁସି ଖବର ଆଣିଛୁ । କାରଣ ଏନସିଏସରେ ନିଯୁକ୍ତି ନେଇ ବାହାରିଛି ବିଜ୍ଞପ୍ତି ।
ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଜାତୀୟ କ୍ୟାରିୟର ସେବା ପୋର୍ଟାଲ ୨୮ ଅଗଷ୍ଟ ୨୦୨୩ରେ ଦଶ ଲକ୍ଷରୁ ଅଧିକ ସକ୍ରିୟ ପଦବୀ ପଞ୍ଜିକୃତ କରିଛି। ଏହି ପଦବୀଗୁଡିକ ସରକାରୀ କ୍ଷେତ୍ରର ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ୱାରା ମଧ୍ୟ ସୂଚିତ କରାଯାଇଛି।

ଏହି ପଦବୀଗୁଡିକ ସରକାରୀ କ୍ଷେତ୍ରରେ ତଥା ବେସରକାରୀ କ୍ଷେତ୍ରରେ ଘଉଝ ପୋର୍ଟାଲରେ ଥିବା ନିଯୁକ୍ତିଦାତାଙ୍କ ଦ୍ୱାରା ରିପୋର୍ଟ କରାଯାଇଛି ଯାହା ନିଯୁକ୍ତି ପାଇଁ ଓପନ ଅଛି ବୋଲି ରିପୋର୍ଟରେ କୁହାଯାଇଛି।

୧୦ ଲକ୍ଷ ସକ୍ରିୟ ଖାଲି ପଦବୀ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ନୂତନ ଛାତ୍ର ଚୟନ ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଫଳରେ ଅନେକ ଯୁବ ପ୍ରାର୍ଥୀ ସେମାନଙ୍କ ଶିକ୍ଷା ପରେ ତୁରନ୍ତ ନିଯୁକ୍ତି ସୁଯୋଗ ପାଇପାରିବେ। ଘଉଝରେ ପଞ୍ଜୀକୃତ ହୋଇଥିବା ବହୁ ସଂଖ୍ୟକ ପଦବୀ ବୈଷୟିକ ସହାୟତା କାର୍ଯ୍ୟନିର୍ବାହୀ, ବିକ୍ରୟ କାର୍ଯ୍ୟନିର୍ବାହୀ, ଡାଟା ଏଣ୍ଟ୍ରି ଅପରେଟର, ଲଜିଷ୍ଟିକ୍ କାର୍ଯ୍ୟନିର୍ବାହୀ, ସଫ୍ଟୱେୟାର ଇଞ୍ଜିନିୟର, ରକ୍ଷଣାବେକ୍ଷଣ ଇଞ୍ଜିନିୟର୍ ଇତ୍ୟାଦିରେ ନିଯୁକ୍ତି ମିଳିବ।
ଘଉଝରେ ଖାଲିଥିବା ଏହି ପଦବୀ ପାଇଁ ବିଭିନ୍ନ କ୍ଷେତ୍ର ରହିଛି। ଏହା ଦେଶର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗର ବୃଦ୍ଧିକୁ ସୂଚାଉଛି। ୫୧ % ସକ୍ରିୟ ପଦବୀ ଅର୍ଥ ଓ ବୀମା କ୍ଷେତ୍ରରେ ଥିବାବେଳେ ୧୩% ପରିବହନ ଏବଂ ଗୋଦାମ କ୍ଷେତ୍ରରେ ରହିଛି।

ଅନ୍ୟାନ୍ୟ କ୍ଷେତ୍ର ଯେପରିକି ଅପରେସନ୍ସ ଆଣ୍ଡ୍ ସପୋର୍ଟ, ଆଇଟି ଆଣ୍ଡ୍ କମ୍ୟୁନିକେସନ୍, ଉତ୍ପାଦନ ଇତ୍ୟାଦିରେ ପ୍ରାୟ ୧୨% ପଦବୀ ରହିଛି। ଜୁନ୍-ଅଗଷ୍ଟ, ୨୦୨୩ ମଧ୍ୟରେ ମଧ୍ୟ ପଦବୀ ବୃଦ୍ଧି ହୋଇଥିଲା। ଏହି ସମୟରେ, ଆଶା କରାଯାଉଥିବା ଚାହିଦା ସହିତ ନିଯୁକ୍ତି ସୁଯୋଗର ବୃଦ୍ଧି ହୋଇପାରେ।

ମୋଟ ସକ୍ରିୟ ପଦବୀ ମଧ୍ୟରୁ ଅଲ୍ ଇଣ୍ଡିଆ ଆଧାରରେ ପ୍ରାର୍ଥୀ ଚୟନ ପାଇଁ ୩୮% ପଦବୀ ଥିବାବେଳେ ଏକାଧିକ ରାଜ୍ୟ ଆବଶ୍ୟକତା ପାଇଁ ୧୮% ପଦବୀ ରହିଛି। ଅବଶିଷ୍ଟ ଖାଲି ପଦବୀଗୁଡିକ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ରହିଛି।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ