40.3 C
Odisha
Thursday, April 16, 2026

ଅକ୍ଷୟ କୁମାରଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ

ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି ୨ ଶୁକ୍ରବାରଠୁ ରିଲିଜ ହୋଇସାରିଛି । ସିନେପ୍ରେମୀ ଏହାର ଭରପୂର ମଜା ଉଠାଉଛନ୍ତି । ଏସବୁ ଭିତରେ ଫିଲ୍ମକୁ ନେଇ ଆସୁଛି ବିଭିନ୍ନ ପ୍ରକାର ପ୍ରତିକ୍ରିୟା । କିଛି ଲୋକେ ସାମାଜିକ ପ୍ରସଙ୍ଗକୁ ଉପରେ ଭଲ ଫିଲ୍ମ ନିରମାଣ ହୋଇଥିବା କହୁଛନ୍ତି । ଆଉ କିଛି ଧାର୍ମିକ ଭାବନାକୁ ଆଘାତ ପହଂଚିଥିବା ଫିଲ୍ମ କହୁଛନ୍ତି । ଏହି ଫିଲ୍ମରେ ଦେଖାଯାଇଥିବା ସିନକୁ ନେଇ ଉତରପ୍ରଦେଶ ଆଗ୍ରାର ଏକ ହିନ୍ଦୁ ସଂଗଠନ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ଅଭିଯୋଗ କରିଛି । ସଂଗଠନ ଘୋଷଣା କରିଛି କି ଯିଏ ଅକ୍ଷୟ କୁମାରଙ୍କୁ ଚାପୁଡା ମାରିବ, ତାକୁ ଦିଆଯିବ ୧୦ ଲକ୍ଷ ଟଙ୍କା ପୁରସ୍କାର ।

ସଂଗଠନର କହିବା କଥା ହେଲା କି, ଫିଲ୍ମ ଦ୍ୱାରା ସେମାନହ୍‌କ ଧାର୍ମିକ ଭାବନାକୁ ଆଘାତ ଲାଗିଛି । ଗୁରୁବାର ଅକ୍ଷୟ କୁମାରଙ୍କ ଉପରେ ସଂଗଠନ ଏମିତି ଅଭିଯୋଗ ଲଗାଇ ଚାପୁଡା ମାରିବା, ଛେପ ପକାଇବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଦିଆଯିବ ବୋଲି ଘୋଷଣା କରିଛି । ଏହାବାଦ ଅକ୍ଷୟ କୁମାରଙ୍କ କୁଶ ପୁତଳିକା ବି ଦାହ କରିଥିଲା ସଂଗଠନ । ଖାଲି ଏତିକି ନୁହେଁ ସଂଗଠନର କାର୍ଯ୍ୟକର୍ତା ଫିଲ୍ମର ପୋଷ୍ଟର ବି ଜାଳିଥିଲେ । ଫିଲ୍ମ ହଲ ବାହାରେ ବି ସେମାନେ ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ଅଭିଯୋଗ ଏମିତି ବି ରହିଛି କି, ଫିଲ୍ମରେ କିଛି ଦୃଶ୍ୟରେ ଭଗବାନ ଶିବଙ୍କ ଅପମାନ କରାଯାଇଛି । ଭୋଲାନାଥଙ୍କ ଦୂତ ଅକ୍ଷୟ କୁମାର ହୋଇଛନ୍ତି ଏହି ଫିଲ୍ମରେ । ସେ ଜୋତା ସହ ଛିଡା ହେଉଛନ୍ତି, ମଇଳା ପାଣିରେ ସ୍ନାନ କରୁଛନ୍ତି, ଏସବୁ ଦ୍ୱାରା ଭଗବାନଙ୍କ ଛବି ଖରାପ ହେଉଛି । ସେନ୍ସର ବୋର୍ଡ ଓ କେନ୍ଦ୍ର ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାନ୍ତୁ ବୋଲି ସେମାନଙ୍କର ଦାବି । ଯଦି ଦାବି ପୂରଣ ନ ହୁଏ ତେବେ ବିରୋଧ ପ୍ରଦର୍ଶନ ଆହୁରୀ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।


ଓଏମଜି ୨ର କାହାଣୀ ଜଣେ ଶିବ ଭକ୍ତଙ୍କ ଉପରେ, ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି। ସେ ସଂପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି। କିନ୍ତୁ ତାଙ୍କ ପୁଅ ସହିତ ଏମିତି କିଛି ହୁଏ ଯେ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଯାଏ। ତାଙ୍କୁ ଖରାପ କଥା କୁହାଯିବା ଅଭିଯୋଗ ହୁଏ। ପରିସ୍ଥିତି ଏପରି ହୋଇଯାଏ ଯେ ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପରିବାରରକୁ ସହର ଛାଡିବା ପର୍ଯ୍ୟନ୍ତ କଥା ଯାଏ। ଠିକ ଏହି ସମୟରେ ଶିବ ଦୂତ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହୁଏ। ଏହା ପରେ ପଙ୍କଜ ତ୍ରିପାଠୀଙ୍କ ସାହସ ବଢେ ଏବଂ ସେ କୋର୍ଟର ସାହାରା ନିଅନ୍ତି। ଏହିପରି ଭାବେ ସିନେମାଟି ଆଗକୁ ଗତିଶୀଳ ହେଉଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ