29.6 C
Odisha
Saturday, May 18, 2024
spot_img

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା, ଆଇପିଏଲ ଖେଳିବେନି ଏନରିକ୍‌

ବର୍ତମାନ ସମୟରେ ସାଉଥ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି  । ପ୍ରଥମ ମ୍ୟାଚ ଜିତିବା ପରେ ଏବେ ସାଉଥ ଆଫ୍ରିକାକୁ ଲାଗିଚି ଏକ ବଡ ଝଟକା  । କାରଣ ଫାଷ୍ଟ ବୋଲର ଏନରିକ ନର୍ଖିଆ ସେଞ୍ଚୁରିଅନରେ ଖେଲାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ମଧ୍ୟରେ ଆହତ ହୋଇଥିଲେ  । ଯେଉଁଥିପାଇଁ ସାଉଥ ଆଫ୍ରିକା ସହ ଆଇପିଏଲ ଫ୍ରାଂଚାଇଜି ଦିଲ୍ଲୀ କ୍ୟାପିଟାଲସ ପାଇଁ ଏବେ ଚିନ୍ତା ବଢିଛି  । ସେପଟେ ଏହି ଫାଷ୍ଟ ବୋଲର ଜଣକ 16ତମ ଆଇପିଏଲର ସିଜିନର ଭାଗୀଦାର ରହିଛନ୍ତି  ।

ପ୍ରଥମ ଟେଷ୍ଟ ମ୍ୟାଚରେ ହୋଇଥିବା ଆଘାତକୁ ଦୃଷ୍ଟିରେ ରଖି ଏନରିକଙ୍କୁ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା 2ୟ ଟେଷ୍ଟ ମ୍ୟାଚ ପାଇଁ ସ୍କ୍ବାଡରୁ ବାହାର କରାଯାଇଛି  । ଦେଖିବାକୁ ଗଲେ ଏନରିକ ପ୍ରଥମ ମ୍ୟାଚର ପ୍ରଥମ ପାଳିରେ 5ଟି ୱିକେଟ ନେଇଥିଲେ  । ଏହି ମ୍ୟାଚରେ ସାଉଥ ଆଫ୍ରିକା 87 ରନରେ ବିଜୟଲାଭ କରିଥିଲା  । ଦଳରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି  । ତାଙ୍କ ଜାଗାରେ ଦଳରେ କୌଣସି ଖେଳାଳୀ ଏବେ ରିପ୍ଲେସ ହୋଇନାହାଁନ୍ତି  । ଆଗାମୀ ଟେଷ୍ଟରେ ଦଳ କୌଣସି ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇପାରେ  । ଏହାବାଦ୍ ଓ୍ୱେଷ୍ଟଇଣ୍ଡିଜ ଓ ସାଉଥ ଆଫ୍ରିକା ମଧ୍ୟରେ 2ୟ ଟେଷ୍ଟ 8 ମାର୍ଚରୁ ଖେଳାଯିବ  ।

ଖାସ କଥା ହେଉଛି, ଏନରିକ ଆହତ ହେବା ଦିଲୀ କ୍ୟାପିଟାଲସ ପାଇଁ ଏକ ବଡ ଚିନ୍ତାର ବିଷୟ  । ଏମିତିରେ ଫ୍ରାଂଚାଇଜି ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଅଭାବ ଅନୁଭବ କରୁଛି  । ତା ପରେ ଏନରିକଙ୍କ ଆହତ ଦଳ ପାଇଁ ଏକ ଶକ୍ତ ଝଟକା ସଦୃଶ  । କାରଣ ଦିଲୀ କ୍ୟାପିଟାଲସ ର ମୁଖ୍ୟ ଫାଷ୍ଟ ବୋଲର ହେଉଛନ୍ତି ଏନରିକ  ।

ଆଇପିଏଲ 2022ରେ ଏନରିକ ଦିଲୀ କ୍ୟାପିଟାଲସ ପକ୍ଷରୁ  ମୋଟ 6ଟି ମ୍ୟାଚ ଖେଳିଛନ୍ତି  । ଯେଉଁଥିରେ ସେ 9ଟି ଓ୍ୱିକେଟ ନେଇଥିଲେ  । ଅବଶ୍ୟ ଏବେ ଯାଏଁ ଏହାକୁ ନେଇ କିଛି ସ୍ପଷ୍ଟ ହୋଇନି ଯେ ସେ 2023 ଆଇପିଏଲରୁ ବାଦ ପଡିବେ କି ନାହିଁ  । 31 ମାର୍ଚରୁ ଆଇପିଏଲର 16ତମ ସିଜିନ ଆରମ୍ଭ ହେବାକୁ ଥିବା ବେଲେ ଏହାପୂର୍ବରୁ ସେ ସୁସ୍ଥ ହୋଇପାରନ୍ତି ବୋଲି ଆଶା କରାଯାଇପାରେ  । ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି, ଏନରିକ ଖେଳିପାରିବେ କି ନାହିଁ, ନିଶ୍ଚୟ ଆମକୁ କମେଣ୍ଟ ସେକ୍ସନରେ ଜଣାନ୍ତୁ  ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ