ଏୟାର ଇଣ୍ଡିଆ ବିମାନରେ ବୋମା : ସବୁ ଯାତ୍ରୀଙ୍କୁ ବାହାର କରିଦେଲେ କର୍ମଚାରୀ

କୋଲକାତା: ଏୟାର ଇଣ୍ଡିଆ ବିମାନକୁ ଅପହରଣ ଧମକ। ଏହି ଘଟଣାକୁ ନେଇ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତଙ୍କ ଖେଳିଯାଇଛି। ମୁମ୍ବାଇ ଯିବାକୁ ଥିବା ବିମାନର ଟଏଲେଟ୍‌ରୁ ଅପହରଣ ଧମକ ସମ୍ପର୍କିତ ଏକ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ନଜରକୁ ଆସିଥିଲା। ଏ ସମ୍ପର୍କରେ ଜାଣିବା ପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC)କୁ ସୂଚନା ଦେଇଥିଲେ। କୌଣସି ଅଘଟଣ ଏଡ଼ାଇବା ପାଇଁ ବିମାନକୁ ତୁରନ୍ତ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ୍ ବେ’କୁ ନିଆଯାଇଥିଲା।

ଖବର ପାଇବା ପରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏବଂ ବିମାନବନ୍ଦରର ସୁରକ୍ଷା ଅଧିକାରୀମାନେ ଯାଞ୍ଚ ଆରମ୍ଭ କରିଥିଲେ। ବିମାନର ପ୍ରତ୍ୟେକ ଅଂଶକୁ ଯାଞ୍ଚ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ଅନ୍ୟପଟେ, ଧମକପୂର୍ଣ୍ଣ ବାର୍ତ୍ତା କିଏ ଲେଖିଛି, ତାହା ଜାଣିବାକୁ ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ତଦନ୍ତ ଚଳାଇଛନ୍ତି। ଏଥିପାଇଁ ବିମାନରେ ଯାତ୍ରା କରିବାକୁ ଥିବା ଲୋକଙ୍କ ତାଲିକା ଯାଞ୍ଚ ସହ ବିମାନବନ୍ଦର ଓ ବିମାନ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଖୋଜାଯାଉଛି।

ପୂର୍ବରୁ ଇଣ୍ଡିଗୋ ବିମାନକୁ ମିଳିଥିଲା ଧମକ

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବେଙ୍ଗାଲୁରୁରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ମଧ୍ୟ ଅପହରଣ ଧମକ ମିଳିଥିଲା। ନଭେମ୍ବର ୭, ୨୦୨୬ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ 6E-451 ବିମାନକୁ ନେଇ ଏକ ଧମକପୂର୍ଣ୍ଣ ନୋଟ୍ ମିଳିଥିଲା। ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା।

ଲଗାତାର ବିମାନକୁ ଏଭଳି ଧମକ ମିଳୁଥିବାରୁ ବିମାନବନ୍ଦରଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ