29.6 C
Odisha
Saturday, May 18, 2024
spot_img

ଦୁନିଆର ସବୁଠୁ ଦାମୀ ମାଛ, କୋଟିକୋଟି ଟଙ୍କାରେ ଚାଲେ କାରବାର

ସବୁଠୁ ଦାମୀ ମାଛ । ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ମାଛର ଦାମ୍ ଯାହା, ସେହି ପଇସାରେ କିଣି ହେବ ନାମିଦାମି କାର୍ ଆଉ ବଙ୍ଗଳା । ତେବେ ସହଜ ନୁହେଁ ଏହି ମାଛକୁ ଧରିବା । ଗଭୀର ଜଳରେ ଏହାର ବାସସ୍ଥାନ । ଆଉ ଏହାକୁ ଧରିବା ଉପରେ ବି ଅନେକ ଦେଶ ଲଗାଇଛନ୍ତି ବ୍ୟାନ୍ । ହେଲେ ତଥାପି ଚୋରାରେ ଚାଲୁଛି ଏହାର କାରବାର ।

ରହସ୍ୟମୟ ଦୁନିଆ । ଏଠାରେ ଦେଖିବାକୁ ମିଳନ୍ତି ଭଳିକି ଭଳି ଜୀବ ଆଉ ଜନ୍ତୁ । ପୃଥିବୀ ପୃଷ୍ଠଠୁ ଆରମ୍ଭ କରି ମହାସାଗର, ସବୁଠି ମିଳିବେ ନୂଆ ନୂଆ ପ୍ରଜାତି । ହେଲେ ସବୁସ୍ଥାନରେ ମାଛ ଦେଖିବାକୁ ମିଳୁଥିଲେ ବି ଆଟଲାଣ୍ଟିକ୍ ମାହାସଗାରରେ ଦେଖାଯାଆନ୍ତି ଏକ ଖାସ ମାଛ । ଯାହାର ଦାମ୍ ଅମୂଲ ମୁଲ । ଆଉ ଏହା ହେଲା ଆଟଲାଣ୍ଟିକ୍ ବ୍ଲୁ ଫିନ୍ ଟୁନା । ଯାହା ବିଶ୍ୱର ସବୁଠୁ ଦୀମା ମାଛ ।

ଆପଣ ଇଲିସି, ଭେଟି ଭଳି ମାଛର ନାଁ ଶୁଣିଥିବେ । ଏପରିକି ବେଳେବେଳେ ଓଡିଶା ଉପକୂଳରେ ସାଙ୍ଗୁଚ ମାଛ ବି ଦେଖିବାକୁ ମିଳନ୍ତି । ଯାହାର ଦାମ୍ ହଜାର ହଜାର ଟଙ୍କା । ହେଲେ ଏହି ବ୍ଲୁଫିନ୍ ଟୁନାର ଦାମ୍ ଏଙାଠୁ ବି ବେଶୀ । ମାନେ ଏହାକୁ ବିକ୍ରି କଲେ ପ୍ରାୟ 20 କୋଟି ଟଙ୍କା ଲାଭ ହୋଇଥାଏ । ଆଉ ଧରିଥିବା ବ୍ୟକ୍ତି ରାତାରାତି ପାଲଟିଯାଏ କୋଟିପତି । କିନ୍ତୁ ସବୁଠୁ ଖାସ୍ କଥା ହେଲା ଏହାର କାରବାରରେ ଧରା ପଡିଲେ ଯିବାକୁ ପଡିପାରେ ଜେଲ୍ ।

ଏବେ କେବଳ ଆଟଲାଣ୍ଟିକ ମାହସାଗରରେ ଦେଖିବାକୁ ମିଳୁଛି ବ୍ଲୁ ଫିନ୍ ଟୁନା । କାରଣ ଏବାଧା ଶିକାର ଓ ଜଶବାୟୁ ପରିବର୍ତ୍ତନ ପାଇଁ ଏହା ଲୋକ ପାଇବାର ଦ୍ୱାର ଦେଶରେ ପଡଁଚିଛି । ସମୁଦ୍ରରେ ଖୁବ୍ ଜୋରରେ ପହଁରିପାରୁଥିବା ବ୍ଲୁ ଫିନ୍ ମାଛ ଧରାଳିଙ୍କୁ ଚକମା ଦେବାରେ ମାହିର । ଅର୍ଥାତ ଏହାକୁ ଧରିବା ନୁହେଁ ସହଜ । କିଛି ମାଛ ଧରାଳି କାଇଦା କରି ଏହାକୁ ଧରିବାରେ ହୁଅନ୍ତି ସଫଳ । ଶେଷ ଥର ପାଇଁ ଏହାକୁ ଆମେରିକାରେ ଠାବ କରାଯାଇଥିଲା । ଆଉ ଧରିବା ପରେ 23 କୋଟିରେ ହୋଇଥିଲା ବିକ୍ରି ।

ଏହି ମାଛ ପ୍ରାୟ ତିନି ମିଟର ପର୍ଯ୍ୟନ୍ତ ବଢିଥାଏ । ଆଉ ଏହାର ଓଜନ 250 କେଜି ହୋଇଥାଏ । ଅନ୍ୟ ଛୋଟମାଛ ଓ ସାମୁଦ୍ରିକ ଜୀବଙ୍କୁ ଖାଇ ବଡ ହୋଇଥାଏ ବ୍ଲୁ ଫିନ୍ । ବିଲୁପ୍ତପ୍ରାୟ ହୋଇଥିବାରୁ ସରକାର ଏହାର ଶିକାର ପାଇଁ ଲଗାଇଛନ୍ତି କଟକଣା । କିନ୍ତୁ ଯଦି ଏହାକୁ କେହି ଧରେ ତାହାଲେ ଲାଗିପାରେ ଜରିମାନା । ଆଉ ଯିବାକୁ ପଡିପାରେ ଜେଲଦଣ୍ଡ । ବ୍ୟୁରୋ ରିପୋର୍ଟ କଳିଙ୍ଗ ଟୁଡେ । 

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ