ଫେରିଲେ ଭୁବନେଶ୍ଵର କୁମାର : ୪ ବର୍ଷ ପରେ ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମଙ୍ଗଳବାର ୧୬ ଜଣିଆ ଟି-୨୦ ଦଳ ଘୋଷଣା କରିଛି ବିସିସିଆଇ। ଏହି ଦଳରେ ଅଭିଜ୍ଞ ସ୍ୱିଙ୍ଗ୍ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ୪ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱର ପୁଣି ଥରେ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ଏହି ସିରିଜ୍ ପାଇଁ ଶ୍ରେୟସ ଆୟରଙ୍କୁ ଅଧିନାୟକ ଏବଂ ତିଳକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି। ଅକ୍ଟୋବର ୨୨ରୁ କ୍ରାଇଷ୍ଟଚର୍ଚ୍ଚରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ପରେ ଘୋଷଣା କରାଯିବ।

୨୦୨୨ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭୁବନେଶ୍ୱର କୁମାର ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହା ପରେ ଦୀର୍ଘ ସମୟ ଧରି ଜାତୀୟ ଦଳରୁ ବାଦ୍ ପଡ଼ିଥିଲେ। ଚୟନକର୍ତ୍ତାମାନେ ଏହି ସମୟରେ ଅନେକ ଯୁବ ବୋଲରଙ୍କୁ ସୁଯୋଗ ଦେଇଥିଲେ।

ତେବେ ଘରୋଇ କ୍ରିକେଟ୍‌ ଓ ଆଇପିଏଲ୍‌ରେ ଲଗାତାର ଭଲ ପ୍ରଦର୍ଶନ କରି ଭୁବନେଶ୍ୱର ପୁଣି ଥରେ ଚୟନକର୍ତ୍ତାଙ୍କ ନଜରକୁ ଆସିଛନ୍ତି। ନ୍ୟୁଜିଲାଣ୍ଡର ସ୍ୱିଙ୍ଗ୍‌ ଅନୁକୂଳ ପରିବେଶରେ ତାଙ୍କର ବଲ୍‌ ସ୍ୱିଙ୍ଗ୍ କରାଇବାର ଦକ୍ଷତା ଭାରତ ପାଇଁ ବଡ଼ ଅସ୍ତ୍ର ହୋଇପାରେ। ଏଥିସହ ଡେଥ୍ ଓଭରରେ ତାଙ୍କର ଅଭିଜ୍ଞତା ମଧ୍ୟ ଦଳକୁ ଫାଇଦା ଦେଇପାରେ।

ଦୀର୍ଘ ବ୍ୟବଧାନ ପରେ ଭୁବନେଶ୍ୱରଙ୍କ ଏହି ପ୍ରତ୍ୟାବର୍ତ୍ତନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ