ରାସନ୍ କାର୍ଡ ନଥିଲେ ବି ମିଳୁଛି ଆୟୁଷ୍ମାନ କାର୍ଡ, ଏମିତି କରନ୍ତୁ ଆବେଦନ, ୨ ମିନିଟରେ ମିଳିବ କାର୍ଡ

ଭୁବନେଶ୍ୱର: ବୟସ୍କ ନାଗରିକଙ୍କ ପାଇଁ ଖୁସି ଖବର। ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକ ଆୟୁଷ୍ମାନ ବୟ ବନ୍ଦନା କାର୍ଡର ସୁବିଧା ପାଇପାରିବେ। ଏଥିପାଇଁ ଆୟ କିମ୍ବା ଆର୍ଥିକ ସ୍ଥିତିକୁ ମାନଦଣ୍ଡ କରାଯାଇନାହିଁ। ଯୋଜନା ଅଧୀନରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାଶଲେସ୍‌ ଚିକିତ୍ସା ସୁବିଧା ମିଳିପାରିବ।
ଏହି କାର୍ଡ ମାଧ୍ୟମରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ନିଆଯାଇପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଥିବା ରୋଗଗୁଡ଼ିକ ମଧ୍ୟ ଯୋଜନାରେ କଭର ହୋଇଥାଏ।
କିପରି କରିବେ ଆବେଦନ?
ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପାଇଁ ଘରେ ବସି ଅନଲାଇନ୍‌ରେ ଆବେଦନ କରାଯାଇପାରିବ। ପ୍ରଥମେ ଅଧିକୃତ Ayushman App ଡାଉନଲୋଡ୍‌ କରିବାକୁ ପଡ଼ିବ। ଆପ୍‌ରେ ଆଧାର ନମ୍ବର ଦେଇ ନିଜର ପରିଚୟ ଓ ବୟସ ଯାଞ୍ଚ ପାଇଁ e-KYC କରିବାକୁ ହେବ। ଆଧାର ସହ ଜଡ଼ିତ ମୋବାଇଲ୍‌ ନମ୍ବରକୁ ଆସୁଥିବା OTP ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ପୂରଣ କରାଯାଇପାରିବ।
ଏହା ପରେ ଆବଶ୍ୟକ ତଥ୍ୟ ଦେଇ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ହେବ। ଯାଞ୍ଚ ସରିବା ପରେ ଡିଜିଟାଲ୍‌ ଆୟୁଷ୍ମାନ କାର୍ଡ ମିଳିପାରିବ। ଅନଲାଇନ୍‌ରେ ଆବେଦନ କରିବାରେ ଅସୁବିଧା ହେଲେ ନିକଟସ୍ଥ ଆୟୁଷ୍ମାନ ତାଲିକାଭୁକ୍ତ ସରକାରୀ କିମ୍ବା ଘରୋଇ ହସ୍ପିଟାଲକୁ ଯାଇ ମଧ୍ୟ କାର୍ଡ ପାଇଁ ପଞ୍ଜୀକରଣ କରାଯାଇପାରିବ।
ଆବେଦନ ସମୟରେ ଆଧାର କାର୍ଡ ମୁଖ୍ୟ ଦଲିଲ ଭାବେ ଆବଶ୍ୟକ ହୋଇଥାଏ। ତେଣୁ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଆଧାର ନେଇ ନିକଟସ୍ଥ ଆୟୁଷ୍ମାନ ସେବା କେନ୍ଦ୍ର କିମ୍ବା ତାଲିକାଭୁକ୍ତ ହସ୍ପିଟାଲରେ ମଧ୍ୟ ଯୋଗାଯୋଗ କରିପାରିବେ।
ସରକାରଙ୍କ ଅଧିକୃତ ଆପ୍‌ ମାଧ୍ୟମରେ ଆୟୁଷ୍ମାନ କାର୍ଡ ତିଆରି କରିବାର ସୁବିଧା ଉପଲବ୍ଧ ରହିଛି। ତେବେ ରାସନ୍ କାର୍ଡ ନଥିଲେ ବି ଯଦି ଆପଣ ଯୋଗ୍ୟ ତେବେ ଏହାର ଲାଭ ପାଇପାରିବେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ