ଅଭିନେତ୍ରୀ ତ୍ରିଶାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବେ ବିଜୟ ! ମିଳିବ ଏହି ସବୁ ପାୱାର, ତା’ ବଦଳରେ…

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟଙ୍କୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଏଆଇଏଡିଏମ୍‌କେ ନେତା ଆର୍‌.ବି. ଉଦୟକୁମାର ଏକ ଭିଡିଓ ଜାରି କରି ବିଜୟ ସରକାରଙ୍କୁ କଟାକ୍ଷ କରିଛନ୍ତି। ବିଜୟଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କୁ ସରକାରର ବିଭିନ୍ନ ପଦପଦବୀରେ ନିଯୁକ୍ତ କରାଯାଉଥିବା ଅଭିଯୋଗ କରି ସେ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍‌ଙ୍କୁ କେବେ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ବ୍ୟଙ୍ଗାତ୍ମକ ପ୍ରଶ୍ନ କରିଛନ୍ତି।

ଉଦୟକୁମାରଙ୍କ ଦାବି ଅନୁସାରେ, ବିଜୟଙ୍କ ଅଭିନୀତ ଫିଲ୍ମ ସହ ଜଡ଼ିତ କିଛି ନିର୍ମାତା ଓ ପ୍ରଯୁକ୍ତିକର୍ମୀଙ୍କୁ ଏବେ ବିଭିନ୍ନ ସରକାରୀ ଦାୟିତ୍ୱ ମିଳିଛି। ଅର୍ଚନା କଲ୍‌ପାଥିଙ୍କୁ ମନ୍ଦିର ଟ୍ରଷ୍ଟର ସଦସ୍ୟ, ଭେଙ୍କଟ ନାରାୟଣଙ୍କୁ ଦିଲ୍ଲୀରେ ତାମିଲନାଡ଼ୁ ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ଏବଂ ଜଗଦୀଶ ପାଲାନିସାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ସେହିପରି ‘ବିଷ୍ଟ’ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର୍‌ ମନୋଜ ପରମହଂସଙ୍କୁ ତାମିଲନାଡ଼ୁ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ କରାଯାଇଥିବା ଏବଂ ଜନ୍‌ ଆରୋକିଆସ୍ବାମୀ ଓ ରାମକୁମାରଙ୍କୁ ସରକାରୀ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ମଧ୍ୟ ଉଦୟକୁମାର ଅଭିଯୋଗ କରିଛନ୍ତି।

ଏହି ନିଯୁକ୍ତିଗୁଡ଼ିକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି, ଯଦି ବିଜୟଙ୍କ ଘନିଷ୍ଠ ବ୍ୟକ୍ତିମାନଙ୍କୁ ଏତେ ସରକାରୀ ଦାୟିତ୍ୱ ଦିଆଯାଉଛି, ତେବେ ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ଘୋଷଣା କେବେ ହେବ ବୋଲି ତାମିଲନାଡ଼ୁବାସୀ ଅପେକ୍ଷା କରୁଛନ୍ତି। ତେବେ ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ବିଜୟ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

ଅନ୍ୟପଟେ, ଏହି ବିବାଦ ମଧ୍ୟରେ ତ୍ରିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପରୋକ୍ଷ ବାର୍ତ୍ତା ପୋଷ୍ଟ କରିଥିବା ଜଣାପଡ଼ିଛି। ଏଭଳି ବିବାଦକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି। ଏହା ସହ ମଦୁରାଇରେ ତ୍ରିଶାଙ୍କ ପ୍ରଶଂସକ ସଂଘ ପକ୍ଷରୁ ଉଦୟକୁମାରଙ୍କ ମନ୍ତବ୍ୟକୁ ବିରୋଧ କରି ପୋଷ୍ଟର ଲଗାଯାଇଥିବା ମଧ୍ୟ ସୂଚନା ମିଳିଛି।

ଏହି ଘଟଣାର ପୃଷ୍ଠଭୂମିରେ ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ନେଇ ହୋଇଥିବା ଏକ ବିବାଦ ମଧ୍ୟ ରହିଛି। ଅଗଷ୍ଟ ୩ରେ ତଞ୍ଜାଭୁରରେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ଆୟୋଜିତ ଏକ ସଭାରେ ତ୍ରିଶାଙ୍କ ନାମ ଉଠିବା ପରେ ଉଦୟନିଧି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଅଗଷ୍ଟ ୪ରେ ଚେନ୍ନାଇସ୍ଥିତ ବାସଭବନରୁ ସକାଳ ପ୍ରାୟ ୧୦ଟାରେ ତାଙ୍କୁ ଗିରଫ କରାଯାଇ ତଞ୍ଜାଭୁର ନିଆଯାଇଥିଲା। ପରେ ରାତି ପ୍ରାୟ ୮ଟାରେ ଥାନାରୁ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ