29.6 C
Odisha
Saturday, May 18, 2024
spot_img

କାହିଁକି ନୀତାଙ୍କୁ ପସନ୍ଦ କରନ୍ତି ମୁକେଶ ଅମ୍ବାନୀ ?

ଦେଶର ସବୁଠୁ ବଡ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ ଦେଖିବାକୁ ହୁଏତ ପୁରା ସିରିୟସ ଲାଗନ୍ତି । ହେଲେ ତାଙ୍କର ବାସ୍ତବ ଜୀବନକୌଣସି ବଲିଉଡ ଫିଲ୍ମର କାହାଣୀ ଠାରୁ କମ ନୁହେଁ । ଏମାନଙ୍କର ଲଭ ଷ୍ଟୋରୀ କେମିତି ଆରମ୍ଭ ହେଲା ହୁଏତ ସମସ୍ତେ ଏହାକୁ ଜାଣିନଥିବେ । ମୁକେଶ ଅମ୍ବାନୀଙ୍କ ସହ ହୁଏତ ନୀତାଙ୍କୁ ତାଙ୍କ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ, ହେଲେ ତାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ମୁମ୍ବାଇର ପେଡର ରୋଡରୁ । ତାହେଲେ ଚାଲନ୍ତୁ ଜାମିବା କେମିତି ଆରମ୍ଭ ହୋଇଥିଲା ମୁକେଶ ଓ ନୀତାଙ୍କ ଏହି ଲଭ ଷ୍ଟୋରୀ ।

ତେବେ ନୀତାଙ୍କୁ ଆରମ୍ଭରୁ ହିଁ ଡାନ୍ସ କରିବାକୁ ଭାରି ଭଲ ଲାଗୁଥିଲା । ନବରାତ୍ରି ମଧ୍ୟରେ ମୁମ୍ବାଇର ବିରଳା ମାତୋଶ୍ରୀ ରେ ୨୦ ବର୍ଷୀୟ ନୀତା ସେତେବେଲେ ଏକ ଡାନ୍ସ କରୁଥିଲେ । ଆଉ ସେତେବେଳେ ଧୀରୁଭାଇ ଅମ୍ବାନୀ ଓ ତାଙ୍କ ପତ୍ନୀ କୋକିଲାବେନ, ନୀତାଙ୍କୁ ମୁକେଶଙ୍କ ପାଇଁ କରିଥିଲେ ପସନ୍ଦ । ବାସ୍ତବରେ ନୀତାଙ୍‌କ ଡାନ୍ସ ଦେଖି କାପିମାତ୍ରାରେ ପ୍ରଭାବିତ ହୋଇଥିଲେ ଧୀରୁଭାଇ ଅମ୍ବାନୀ ଓ ତାଙ୍କ ପତ୍ନୀ କୋକିଲାବେନ । ଏହାଦେଖିବା ପରେ ସେମାନେ ଭାବିଥିଲେ କି, ନୀତା ଖାଲି ସୁନ୍ଦର ନୁହଁନ୍ତି ବରଂ ତାଙ୍କ ଭିତରେ ଭାରତୀୟ ସଂସ୍କାର ବି ରହିଛି । ଆଉ ଏହା ହିଁ ସେହି ସମୟ ଥିଲା, ଯେତେବେଳେ ସେ ନୀତାଙ୍କୁ ନିଜ ବୋହୂ କରିବା ପାଇଁ ନିଷ୍ପତି ନେଇଥିଲେ ।

ତା ପରଦିନ ଧୀରୁଭାଇ ଶୋ’ ର ଆୟୋଜକଙ୍କ ଠାରୁ ନୀତାଙ୍କ ଫୋନ ନମ୍ବର ନେଇ କଲ କରିଥିଲେ । ପ୍ରଥମେ ତ ନୀତାଙ୍କୁ ଏହା ବିଶ୍ୱାସ ହୋଇନଥିଲା କି ଫୋନରେ ସତରେ ଧୀରୁଭାଇ ଅମ୍ବାନୀ ଅଛନ୍ତି । ହେଲେ ତାଙ୍କ ବାପା କହିବା ପରେ ସେ ନୀତା ତାଙ୍କ ସହ କଥା ହୋଇଥିଲେ । ଧୀରୁଭାଇ ନୀତାଙ୍କୁ କହିଥିଲେ କି, ମୁଁ ଆପଣଙ୍କୁ ମୋ ଅଫିସ ଆସିବାକୁ ନିମନ୍ତ୍ରଣ ଦେଉଛି । ଏହାପରେ ସେ ଫୋନ ରଖିଦେଇଥିଲେ ।
ମୁକେଶଙ୍କ ପାଇଁ ବୋହୂ ସନ୍ଧାନରେ ଥିବା ଧୀରୁଭାଇ ଅଫିସକୁ ଆସିଥିବା ନୀତାଙ୍କୁ ପଚାରିଥିଲେ, ଆପଣ କଣ କରନ୍ତି । ଏହାର ପ୍ରଶ୍ନରେ ନୀତା କହିଥିଲେ ମୁଁ ପଢୁଛି । ଏହାପରେ ଆଉ ଗୋଟିଏ ପ୍ରଶ୍ନରେ ଧୀରୁଭାଇ ପଚାରିଥିଲେ ଆପଣଙ୍କର କେଉଁଥିରେ ରୁଚି । ଯାହାର ଜବାବରେ ନୀତା କହିଥିଲେ, ମୋର ରୁଚି ଡାନ୍ସିଂ ଓ ସ୍ୱିମିଂରେ ଅଛି । ଧୀରୁଭାଇଙ୍କ କହିବା ପରେ ନୀତା ଯେତେବେଲେ ମୁକେଶ ଅମ୍ବାନୀଙ୍କ ସହ ଦେଖାହେବାକୁ ପହଂଚିଥିଲେ କବାଟ ଖୋଲିଥିଲେ ଏକ ଧଳା ସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧିଥିବା ବ୍ୟକ୍ତି । ନୀତାଙ୍କ ଆଡକୁ ହାତ ବଢାଇ ସେ କହିଥିଲେ, ହାଏ, ମୁଁ ମୁକେଶ । ସେହି ସମୟରେ ନୀତାଙ୍କୁ ବିଶ୍ୱାସ ହେଉନଥିଲା କି ସେ ଜମେ ଏତ ବଡ ବ୍ୟକ୍ତି ସହ ଛିଡା ହୋଇଛନ୍ତି । ପ୍ରେମର ଆରମ୍ଭ ସ୍ୱରୂପ ଏହି ସାକ୍ଷାତ ପରେ ଯେତେବେଲେ ଦିନେ ସନ୍ଧ୍ୟାରେ ମୁମ୍ବାଇର ପେଡର ରୋଡରେ ନୀତା ଓ ମୁକେଶ ଯାଉଥିଲେ , ତାଙ୍କ କାର ଏକ ଟ୍ରାଫିକ ସିଗନାଲ ପାଖରେ ଅଟକିଥିଲା । ସେତେବେଳେ ମୁକେଶ ଫିଲ୍ମି ଷ୍ଟାଇଲୀରେ ନୀତାଙ୍କୁ ପଚାରିଥିଲେ, ମୋତେ ତୁମେ ବାହା ହେବ କି । ଆଉ ଏଥିରେ ଲାଜ କରି ନୀତା ମୁକେଶଙ୍କୁ କହିଥିଲେ ଗାଡି ଚଲାଇବାକୁ । ହେଲେ ସେ ନୀତାଙ୍କୁ କହିଲେ, ଯେତେବେଳ ଯାଏଁ ଉତର ନ ଦେବ,ସେତେବେଳ ଯାଏଁ ଗାଡି ଚଲେଇବିନି । ସେତେବେଲେ ସିଗନାଲ ଛାଡିସାରିଥିଲା । ଆଉ ତାଙ୍କ ଗାଡି ପଛରେ ବହୁତ ସାରା ଗାଡି ଜାମ ହୋଇଯାଇଥିଲା । ଏହାପରେ ନୀତା ମୁକେଶଙ୍କ ପ୍ରସ୍ତାବକୁ ଗ୍ରହଣ କରିନେଲେ । ପରେ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଥିଲେ ସାରା ଜୀବନ ପାଇଁ । ଆଜି ବି ଏହି ଯୋଡି ନିଜ ପ୍ରେମର ମହକରେ ନିଜ ସଂସାରକୁ ମହକାଉଛନ୍ତି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ