ସାରା ଦେଶରେ ଏବେ ଆକାଶଛୁଆଁ ହୋଇଛି ଟମାଟୋ ଦର । କିଛି କିଛି ଜାଗାରେ ଟମାଟୋ ର ଦାମ କିଲୋଗ୍ରାମ ପ୍ରତି ପହଂଚିଛି ୩୦୦ ଟଙ୍କା । ଏହାର ପ୍ରଭାବ ପକେଟ ଉପରେ ଯେତିକି ପଡୁଛି ରୋଷେଇ ଘରେ ଏହାର ବ୍ୟବହାର ବନ୍ଦ ମଧ୍ୟ କରିଦେଲେଣି । ଆଉ କିଛି ଜଣ ଖୋଜୁଛନ୍ତି ଏହାର ବିକଳ୍ପ । ହେଲେ ଟମାଟୋ ଦର ଵୃଷଗି ଭିତରେ କାହାଣୀରେ ଆସିଛି ଏକ ନୂଆ ଟ୍ଵିଷ୍ଟ । ଦୁବାଇ ରେ ରହୁଛଥିବା ଜଣେ ଯୁବତୀ ନିଜ ମା ପାଇଁ ୧୦ କିଲୋଗ୍ରାମ ଟମାଟୋ ସୁଟକେଶ ନେଇ ଆସିଥିବା ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।
ଲଗାଣ ବର୍ଷା ଏବଂ କମ୍ ଉତ୍ପାଦନ ହେତୁ ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଆମେ ଯେପରି କହିଲୁ ଏବେ ଦେଶର କେତେକ ସ୍ଥାନରେ ଟମାଟୋ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି । ଯେଉଁଥି ପାଇଁ ଖାଉଟି ଏବେ ଚିନ୍ତାରେ । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଭାରତରେ ଟମାଟୋ ମହଙ୍ଗା ହେବା କାରଣରୁ ଦୁବାଇରୁ ମା\’ଙ୍କ ପାଇଁ ୧୦ କିଲୋ ଟମାଟୋ ଆଣିଲେ ଝିଅ । ‘ରେଭ୍ସ ନାମକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରାଯାଇଥିଲା କିଛି ଏମିତି । ଯେଉଁଥିରେ ଲେଖାଯାଇଥିଲା ଯେ, ତାଙ୍କ ଭଉଣୀ ଦୁବାଇରୁ ଭାରତକୁ ଆସିବା ବେଳେ ମା ଙ୍କ ପାଇଁ ୧୦ କିଲୋ ଟମାଟୋ ଉପହାର ସ୍ୱରୂପ ଆଣିଛନ୍ତି । ଆଉ ଏହାପରେ ତାଙ୍କର ଏହି ଟ୍ୱିଟ୍ ସଙ୍ଗେ ସଙ୍ଗେ ହୋଇଯାଇଥିଲା ଭାଇରାଲ ।
ଟ୍ୱିଟର ବ୍ୟବହାରକାରୀଙ୍କ ସୂଚନା ଅନୁସାରେ, ତାଙ୍କ ଭଉଣୀ ଦୁବାଇରେ ରୁହନ୍ତି । ସେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଭାରତ ଆସିବା ସମୟରେ ମା’ଙ୍କୁ ପଚାରିଥିଲେ ଘର ପାଇଁ କ’ଣ ଆଣିବେ । ଯାହାର ଉତ୍ତରରେ ମା\’କହିଥିଲେ ଏଠି ଟମାଟୋ ଖୁବ ମହଙ୍ଗା ହୋଇଯାଇଛି, ଟମାଟୋ ନେଇ ଆସବୁ । ଝିଅ ମଧ୍ୟ ତାଙ୍କ ମାଆଙ୍କ କଥା ମାନି ୧୦ କିଲୋ ଟମାଟୋ କିଣି ଏକ ଗ୍ଲାସ୍ ପାତ୍ରରେ ରଖି ଏକ ସୁଟକେସରେ ପ୍ୟାକ୍ କରି ଆଣିଥିଲେ ଭାରତକୁ । ରିପୋର୍ଟ ହିସାବରେ , ତାଙ୍କ ପରିବାର ସଦସ୍ୟ ଟମାଟୋ ବହୁତ ପସନ୍ଦ କରନ୍ତି । ସେ ସବୁ ଖାଦ୍ୟରେ ଟମାଟୋ ବ୍ୟବହାର କରନ୍ତି । ଟମାଟୋ କେହି ଖାଆନ୍ତିନି । ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଝିଅ ଆଣିଥିବା ୧୦ କିଲୋ ଟମାଟୋରେ ଚଟଣି ଏବଂ ଆଚାର ତିଆରି କରାଯିବ । ତେବେ ଏମିତି ଏକ ଟମାଟୋ ର କାହାଣୀ ଶୁଣି ଆପଣ ତ ଵିହଟି ଭାବେ ଆଶ୍ଚର୍ୟ୍ୟ ହେଉଥିବେ ।
ସେପଟେ ଏହି ଟ୍ୱିଟଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଛନ୍ତି ଲୋକେ । ପୁଣେର ଚାଷୀ ହେଲେ କୋଟିପତି । ଟମାଟୋ ମହଙ୍ଗା ହେବା ଦିନଠୁ ଏହି ପରିବାକୁ ନେଇ ପ୍ରତିଦିନ କୌତୁହଳପୂର୍ଣ୍ଣ ଖବର ପ୍ରକାଶ ପାଉଛି । ନିକଟରେ ଜଣେ କୃଷକ କେବଳ ଟମାଟୋ ବିକ୍ରି କରି ୩ କୋଟିରୁ ଅଧିକ ରୋଜଗାର କରିଛନ୍ତି । ଚାଷୀଙ୍କ ଅନୁଯାୟୀ ଚଳିତ ବର୍ଷ ତାଙ୍କର ଫସଲ ବହୁତ ଭଲ ଥିଲା ଏବଂ ଟମାଟୋର ମୂଲ୍ୟ ବଢିବାରୁ ତାଙ୍କୁ ଖୁବ ଲଭ ମିଳିଥିଲା ।

