29.6 C
Odisha
Saturday, May 18, 2024
spot_img

ସସପେଣ୍ଡ୍ ହେବେ ହରମନପ୍ରିତ୍ କୌର

ବିଶ୍ୱ ମହିଳା କ୍ରିକେଟରେ ଏକ ଶକ୍ତିସାଳୀ ଟିମ୍ ହେଲା ଭାରତ । ଦଳ ଆଇସିସି ଇଭେଣ୍ଟରେ ଭଲ ପ୍ରଦର୍ଶନ କରୁଛି । ଏମିତିକି ବିଶ୍ୱକପ ଫାଇନାଲରେ ମଧ୍ୟ ଅନେକ ଥର କରିଛି ଏଣ୍ଟ୍ରି । ହେଲେ ପିଛା ଛାଡୁନି ଦଳକୁ ନେଇ ବିବାଦ । ଯାହା ବାଂଲାଦେଶ ବିପକ୍ଷ ସିରିଜରେ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଛି ଯେ, ଭାରତୀୟ କ୍ୟାପ୍ୟେନ୍ ହରମନପ୍ରିତଙ୍କୁ ସସପେଣ୍ଡ୍ କରିବା ପାଇଁ ପାଗ ଭିଡିଛି ଆଇସିସି ।

ନିକଟରେ ଶେଷ ହୋଇଛି ଭାରତ ଏବଂ ବାଲାଂଦେଶ ମହିଳା ଟିମ୍ ମଧ୍ୟରେ ଦିନିକିଆ ଓ ଟି20 ସିରିଜ୍ । ଟି20 ସିରିଜରେ ଉଭୟ ଦଳ ମଧ୍ୟରେ ଦେଖାଯାଇନଥିଲା କୌଣସି ବିବାଦ । କିନ୍ତୁ ଓଡିଆଇ ସିରିଜକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । କାରଣ ଏହି ସିରିଜ୍ ହୋଇଥିଲା ଟାଇ୍ । ଅର୍ଥା ଉଭୟ ଦଳ ମିଳିତ ଭାବେ ହୋଇଥିଲେ ଚାମ୍ପିଅନ୍ । ଆଉ ତୃତୀୟ ତଥା ଶେଷ ଦିନିକିଆରେ ସାମ୍ନାକୁ ଆସିଥିଲା ଦୁଇ ଦଳର ବିବାଦ ।

ଏବେ ଆସନ୍ତୁ ନଜର ପକାଇବା କେମିତି ଆରମ୍ଭ ହୋଇଥିଲା ବିବାଦ । ପ୍ରଥମେ ଭାରତୀୟ କ୍ୟାପ୍ଟେନ୍ ହରମନପ୍ରିତଙ୍କୁ ଏଲବିଡବଲୁ ଆଉଟ୍ ଦେଇଥିଲେ ବାଂଲା ଅମ୍ପାୟାର ତନବୀର ଅଙମ୍ମଦ । ଯାହା ପରେ ରାଗି ଯାଇଥିଲେ ହରମନପ୍ରିତ୍ । ଏବଂ ବ୍ୟାଟରେ ଷ୍ଟମ୍ପକୁ ଆଘାତ କରିଥିଲେ । ଏପରିକି ଅମ୍ପାଂୟାରଙ୍କ ସହ ମଧ୍ୟ କରିଥିଲେ ଯୁକ୍ତିତର୍କ । କେବଳ ସେତିକି ନୁହେଁ, ମ୍ୟାଚ୍ ସରିବା ପରେ ବାଂଲା ଅମ୍ପାୟାରଙ୍କ ଉପରେ ବର୍ଷିଥିଲେ ହରମନପ୍ରିତ୍ । ଯାହାକୁ ପସନ୍ଦ କରିନି ଆଇସିସି । ଏବଂ ହରମନପ୍ରିତଙ୍କ ବିରୋଧରେ ଆକ୍ସନ ନେବାକୁ ଅଣ୍ଡା ଭିଡିଛି ବୋର୍ଡ ।

କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇସିସି ଲେବଲ୍ 2 ନିୟମ ଉଲଙ୍ଘନ କରିଛନ୍ତି ଭାରତୀୟ କ୍ୟାପ୍ଟେନ୍ । ଫଳରେ ତାଙ୍କୁ ମିଳିଛି ଡିମେରିଟ୍ ନମ୍ବର 4 । ଫଳରେ ତାଙ୍କ ଉପରେ ଦୁଇଟି ମ୍ୟାଚର ବ୍ୟାନ୍ ଲାଗିପାରେ । ତେବେ ଏନେଇ କୌଣସି ବୟାନ ଜାରି କରିନି ଆଇସିସି । ଏବେ ଏହି ମାମଲାକୁ ନେଇ ଆଇସିସି ସହ କଥା ହେଉଛି ବିସିସିଆଇ ।

ନିୟମ ଅନୁସାରେ, 24 ମାସ ମଧ୍ୟରେ ଚାରୋଟି ଡିମେରିଟ୍ ଅଙ୍କ ମିଳିବା ବହୁତ ଖରାପ । ଏହା ଦ୍ୱାରା ମ୍ୟାଚ୍ ଖେଳିବା ଉପରେ ଲାଗିପାରେ ନିଲମ୍ବନ । ଯଦି ହରମନପ୍ରିତ୍ ନିଲମ୍ବିତ ହୁଅନ୍ତି, ତାହାଲେ ଖେଳିପାରିବେନି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଏବଂ ଟି20 ସିରିଜ୍ । ଯାହା ସେପ୍ଟେମ୍ବରରେ ଖେଳାଯିବ । ଆଇସିସି ଆକ୍ସନ ନେଲେ ଲେବଲ 2ରେ ଦୋଷୀ ହୋଇଥିବା ପ୍ରଥମ ମହିଳା କ୍ରିକେଟର ହେବେ ହରମନପ୍ରିତ୍ । ଯାହା ଦଳ ପାଇଁ ଶୁଭ ସଙ୍କେତ ନୁହେଁ । ତେବେ ଏହା ପ୍ରଥମ ଘଟଣା ନୁହେଁ । 2017ରେ ମଧ୍ୟ ହରମନପ୍ରିତ୍ ପାଇ ସାରିଛନ୍ତି ଡିମେରିଟ୍ ପଏଂଟ୍ । ତାଙ୍କୁ ବିଶ୍ୱକପ୍ ବେଳେ ମିଳିଥିଲା ଡିମେରିଟ୍ ଅଙ୍କ । ସେତେବେଳେ ସେ ନିଜ ହେଲମିଟକୁ ଫିଙ୍ଗି ଦେଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଏମିତି ଅନ୍ଦାଜରେ ନଜର ଆସିଥିଲେ ସେ । ଯେଉଁଥିପାଇଁ ତାଙ୍କ ବିରୋଧରେ ଲେବଲ୍ 1ର ଅଭିଯୋହ ଲାଗିଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ