29.6 C
Odisha
Saturday, May 18, 2024
spot_img

ଭାରତ-ପାକ୍ ମ୍ୟାଚ ପାଇଁ ହସ୍ପିଟାଲ ଯାଉଛନ୍ତି ଲୋକେ

ଆଗକୁ ଅଛି ୨୩ ବିଶ୍ୱକପ ମ୍ୟାଚ । ଆଉ ୧୫ ଅକ୍ଟୋବରରେ ଖେଳାଯିବ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ । ହେଲେ ମ୍ୟାଚ ଆଗକୁ ଥିବା ବେଳେ ଲୋକେ ହସ୍ପିଟାଲରେ ବେଡ ବୁକ କରିବାରେ ଲାଗିଛନ୍ତି । ଏହି ଖବର ଟି ହଠାତ ଶୁଣିଲେ କିଚି ବୁଝାପଡୁନଥିବ ଆପଣଙ୍କୁ । ଦର୍ଶକବନ୍ଧୁ ୨୦୨୩ ବିଶ୍ୱକପ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ ଅକ୍ଟୋବର ୧୫ ତାରିଖରେ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଟିମ ମଧ୍ୟରେ ମୁକାବିଲା ତ ଖେଳାଯିବନି , ଦେଖିବାକୁ ମିଳିବ ଏକ ଜବରଦସ୍ତ ଫାଇଟ । ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ ଆଇସିସି ଓ ଏସିସି ଇଭେଣ୍ଟରେ ମୁକାବିଲା ହୁଏ । ୨୦୧୨ ପରଠୁ ଦୁଇ ଦଳ ମଧ୍ୟରେ କୌଣସି ଦ୍ୱିପାକ୍ଷୀୟ ସିରିଜ ହୋଇନାହିଁ । ସେଥିପାଇଁ କ୍ରିକେଟପ୍ରେମୀ ଏମାନଙ୍କ ମ୍ୟାଚ ଦେଖିବାକୁ ଅଛନ୍ତି ବେଶି ଏକ୍ସଟାଇଟେଡ୍ । ଏବେ ଭାରତ ପାକ୍ ମୁକାବିଲା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଆଉ ଏଥର ବି ହେବାକୁ ଯାଉଚି କିଚି ଏମିତି ।

ତେବେ ଦର୍ଶକବନ୍ଧୁ ମ୍ୟାଚ ଦେଖିବାକୁ ଏବେଠୁ ଲୋକେ ହୋଟେଲ ରୁମ ବୁକ କରିବା ଆରମ୍ଭ କରିଛନ୍ତି । ରୁମ ବି ପ୍ରାୟ ଆଉ ଖାଲି ନାହିଁ । ତେବେ ଖାଲି ହୋଟେଲ ବୁକ ନୁହେଁ ମ୍ୟାଚ ପାଇଁ ହସ୍ପିଟାଲ ବି ଯାଉଛନ୍ତି ଲୋକେ । ହଠାତ ଏହା ଶୁଣି ଆପଣ ବୋଧେ ତାଜୁବ ହେଉଥିବେ । କିଛି ବୁଝାପଡୁନଥିବ । ଟିକିଏ ଭାବୁନାହାନ୍ତି । କଣ ହୋଇଥାଇପାରେ ଘଟଣା ।
ଅହମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ହୋଟେଲ ରୁମର ପ୍ରାଇସ ଏତେ ବଢିଗଲାଣି ଯେ, ତାହା ବିଷୟରେ ନ କହିବା ହିଁ ଭଲ । ମିଡିଆ ରିପୋର୍ଟ ହିସାବରେ, ଅହମଦାବାଦରେ ହୋଟେଲ ରୁମର ଦାମ ୧୫ ଅକ୍ଟୋବର ପାଇଁ ୨୦ ଗୁଣାରୁ ବି ଅଧିକ ବଢିଗଲାଣି । ଅହମଦାବାଦରେ ଆଇଟିସି ର େଓଲକମ ହୋଟେଲ ମ୍ୟାଚ ଦିନ ପ୍ରାଇସ ରହିଛି ୭୨୦୦୦ ଟଙ୍କା । ମ୍ୟାଚ ଦିନ ସହରର ଅନେକ ବଡ ବଡ ହୋଲେରେ ବି ରୁମ ଏବେ ଆଉ ଖାଲି ନାହିଁ ।
ଏମିତି ପରିସ୍ଥିତି ଦେଖିବା ପରେ ଏବେ ଆମ ଭାରତୀୟ ଫ୍ୟାନ୍ସ କଣ କରିଥିବେ ଚିନ୍ତା କରନ୍ତୁ । ହଁ ଆଜ୍ଞା ବାହାର କରିଛନ୍ତି ଦେଶୀ ଯୁଗାଡ । ସେଥିପାଇଁ ଏବେ ଅହମଦାବାଦ ହସ୍ପିଟାଲରେ ବେଡ୍ ବୁକ୍ ହେବା ଆରମ୍ଭ ହୋଇଯାଇଛି । ସେପଟେ କିଚି ଟ୍ୱିଟର ଟ୍ୱିଟ କରିଛନ୍ତି କି, ଆମ ଭାରତର କ୍ରିକେଟ ହେଉଛି ଧର୍ମ । ହସ୍ପିଟାଲ ବି ପ୍ୟାକେଜ ଲଂଚ କରିବା କଥା । ସେହିପରି ଆଉ ଜଣେ ଟ୍ୱିଟ କରିଛନ୍ତି ଭାରତ ପାକିସ୍ତାନ ପାଇଁ ଏମିତି ରେଟ ବଢିଛି । ୫ ତାରକା ହୋଟେଲରେ ଏବେ ଗୋଟିଏ ରାତି ପାଇଁ ପ୍ରାଇସ ହେଉଛି ଲକ୍ଷେ ଟଙ୍କା ।
ତେବେ ସହରର ଏକ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର କହିଛନ୍ତି ଯେ, ଲୋକେ ରୁମର ଟଙ୍କା ବଂଚାଇବା ପାଇଁ ହସ୍ପିଟାଲରେ ଫୁଲ୍ ବଡି ଚେକଅପ ଦର୍ଶାଇ ଗୋଟିଏ ରାତି ପାଇଁ ବୁକ କରୁଛନ୍ତି ରୁମ । ଭାରତ ପାକ ମ୍ୟାଚ ଦେଖିବା ପାଇଁ ଫ୍ୟାନ୍ସ ଡିଲକ୍ସ ଠାରୁ ଆରମ୍ଭ କରି ସୁଇଟ ଯାଏଁ କୌଣସି ବି ରୁମରେ ରହିବାକୁ ଏବେ ପ୍ରସ୍ତୁତ । ଯେମିତିଆ ରୁମ ହେଉ ହେଉ କିନ୍ତୁ ମିଳିବା ଦରକାର । ହେଲେ ଏସବୁ ଭିତରେ ରୋଗୀଙ୍କର ବି ପ୍ରାଥମିକାତ ଅଧିକ । କାରଣ ଯାହାଙ୍କୁ ବେଡର ବାସ୍ତବରେ ଆବଶ୍ୟକତା ଅଛି, ସେମାନଙ୍କୁ ବେଡରୁ ଖାଲି ମଧ୍ୟ କରାଯାଇପାରିବନି ବୋଲି କହିଛନ୍ତି ଡାକ୍ତର ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ