16.1 C
Odisha
Friday, January 16, 2026

ବାପାର ସମ୍ପତ୍ତି ଉପରେ କାହାର ବେଶି ଅଧିକାର ?

କଥାରେ ଅଛି, ସମ୍ପତ୍ତି ଥିଲେ ଆଦର ମିଳେ । ସମସ୍ତେ ସମ୍ନାମ କରନ୍ତି । ବାରଲୋକରେ ମହତତ୍ୱ ବଢେ । ଯାହା ପାଖରେ ଜମି, ଜାଗା ବେଶି ଅଛି, ତାର ବେଶି ଚାହିଦା । ଆଜିକା ଦିନରେ ଧନ ସମ୍ପତ୍ତିର ମୂଲ୍ୟ ବହୁତ । ଜାଗା ଖଣ୍ଡେ ଥିଲେ ଆଉ ଟେନସନ୍ ନାହିଁ । ସେଥିରେ ହିଁ ଚଳିଯିବ ପରିବାର । କିନ୍ତୁ ଏହି ଜାଗା ବେଳେ ବେଳେ ଆଣେ ସର୍ବନାଶ । ଜାଗା ପାଇଁ ଘଟେ ଅନ୍ୟାୟ ଏବଂ ଅପରାଧ । ଅନେକ ସମୟରେ ଦେଖିବାକୁ ମିଳେ, ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ଲାଗେ ବିବାଦ । କେହି କାହାରି ମୁହଁ ଚାହାଁନ୍ତିନି । କିନ୍ତୁ କେବେ ଭାବିଛନ୍ତି କି ବାପା ସମ୍ପତ୍ତିର ଅସଲି ହକଦାର୍ କିଏ । ପୁଅ ନା ଝିଅ, କାହାକୁ ମିଳିଥାଏ ବେଶି ସମ୍ପତ୍ତି । ତେବେ ଭିଡିଓ ଦେଖିଲେ ଆପଣ ସବୁ କଥା ଜାଣିପାରିବେ ।

କୌଣସି ବି ବ୍ୟକ୍ତି ହେଉ ନା କାହିଁକି, ଜୀବନ କାଳରେ ସଂଚୟ କରିଥାଏ ଅଚଳାଚଳ ସମ୍ପତ୍ତି । ଏହି ସବୁ ସମ୍ପତ୍ତି ମଧ୍ୟରେ ବ୍ୟାଙ୍କ ବାଲାନ୍ସ, ସେୟାର, ଏଫଡି, ଜାଗା, ସୁନା, ଜମି ଆଦି ରହିଥାଏ । ଏହାକୁ ଭିନ୍ନ ଭିନ୍ନ ପ୍ରକାର ଅର୍ଜନ କରିଥାଏ ବ୍ୟକ୍ତି । ଆଇନ ଅନୁସାରେ ତିନି ପ୍ରକାର ଲାଭ ହୋଇଥାଏ ଏସବୁ ପ୍ରପର୍ଟି । କିଛି ସମ୍ପତ୍ତି ନିଜ ଆୟରୁ ଲାଭ ହୋଇଥାଏ । ଯେପରି ଦରମା ଟଙ୍କାରେ ଜାଗା କିଣିବା କିମ୍ବା ବ୍ୟାଙ୍କରେ ଟଙ୍କା ରଖିବା । ଆଉ କିଛି ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପୈତୃକ ସମ୍ପତ୍ତି ।

ଆଇନ ଅନୁସାରେ, ତିନି ପିଢୀ ପରେ କୌଣସି ସମ୍ପତ୍ତି ପାଲଟିଥାଏ ପୈତୃକ ସମ୍ପତ୍ତି । ଆଜି କାଲି ଏମିତି ସମ୍ପତ୍ତି ଖୁବ୍ କମ୍ । ହେଲେ ଏହାର ଚାହିଦା ବେଶୀ । ଏଥିପାଇଁ କୋର୍ଟ କଚେରୀରେ ଚକ୍କର କାଟିବାକୁ ହୋଇଥାଏ । କିଛି କିଛି ଘଟଣାରେ ଅନେକ ଭୁଲ ବୁଝାମଣା ହୁଏ । ସମ୍ପର୍କରେ ଫାଟ ଆଶିଥାଏ । ଏପରିକି ସମ୍ପତ୍ତି ଲୋଭରେ ନିଜ ଲୋକ ମଧ୍ୟ ପର ହୋଇଯାଆନ୍ତି । କେହି କେହି ପୁଅ ନିଜ ଉଭଣୀକୁ ବାପା ସମ୍ପତ୍ତି ଦେବାକୁ ରାଜି ହୁଅନ୍ତିନି । କିନ୍ତୁ କଣ କହୁଛି ଆଇନ୍ ଆସନ୍ତୁ ଜାଣିବା ।

କୁହାଯାଏ ବାପା ସମ୍ପତ୍ତିର ହକଦାର୍ ହେଉଛି ପୁଅ । କିନ୍ତୁ ଆଇନ ଅନୁସାରେ ଏହା ପୁରା ଭୁଲ । ଯଦି ବାପା ଜୀବିତ ଅଛି, ତାହାଲେ ବାପାର ସମ୍ପତ୍ତି ଉପରେ ସନ୍ତାନଙ୍କ କୌଣସି ଅଧିକାର ନାହିଁ । ଯଦି ସେମାନେ ପିତାଙ୍କ ସମ୍ପତ୍ତି ବ୍ୟବହାର କରୁଛନ୍ତି ଏଙା ବାପାଙ୍କ ମହାନତା । କିନ୍ତୁ ପିତାଙ୍କ ପାଖରେ ନିଜ ସମ୍ପତ୍ତିରୁ ପିଲାଙ୍କୁ ବାଦ୍ ଦେବାର ଅଧିକାର ରହିଛି । ଅର୍ଥାତ ସନ୍ତାନମାନେ ପିତା କିମ୍ବା ମାତାଙ୍କ ଜୀବିତ ଅବସ୍ଥାରେ ସମ୍ପତ୍ତିରେ ଦେଇପାରିବେନି ଦଖଲ । ତେବେ ମୃତ୍ୟୁ ପରେ ବାପାଙ୍କ ସମ୍ପତ୍ତିର ଅଧିକାରୀ ହେଲେ ମାଆ । ଏହାପରେ ତାଙ୍କ ସନ୍ତାନଙ୍କୁ ମିଳିଥାଏ ମାଲିକାନା । ସେହିପରି ନାତି-ନାତୁଣି ମାନେ ଜେଜେ ବାପାଙ୍କ ସମ୍ପତ୍ତି ଉପରେ ଦେଖାଇପାରିବେନି ହକ୍ । ବାପାଙ୍କ ମୃତ୍ୟୁ ପରେ ହିଁ ଜେଜେ ସମ୍ପତ୍ତି ଉପରେ ସେମାନଙ୍କ ଅଧିକାର ରହିଥାଏ । ସେହିପରି ସ୍ୱାମୀ ବଂଚିଥିଲେ ବୋହୂ ମଧ୍ୟ ସମ୍ପତ୍ତି ଉପରେ ଅଧିକାର ଜାହିର କରିପାରିବେନି । ହେଲେ ପୈତୃକ ସମ୍ପତ୍ତି ଉପରେ ନିଶ୍ଚୟ ସ୍ତ୍ରୀ ଏବଂ ପୁଅ ଝିଅ ଅଧିକାର ରହିଥାଏ । ଯଦି କାହା ପାଖରେ ସମ୍ପତ୍ତି ରହିଛି ତାହାଲେ ମୃତ୍ୟୁ ପରେ ଉଭୟ ପୁଅ ଏବଂ ଝିଅଙ୍କ ସମାନ ଅଧିକାର ରହିଛି । ସମ୍ପତ୍ତି ସମାନ ଭାବେ ଦୁଇ ଭାଗ ହୋଇପାରିବ । ଏହାସହ ଝିଅ ମଧ୍ୟ ମୃତ ବାପାର ସମ୍ପତ୍ତି ପାଇବାକୁ କେସ୍ କରିପାରିବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ