ଜଗତରନାଥ ଜଗନ୍ନାଥ । ସାରା ବ୍ରହ୍ମାଣ୍ଡର ସେ ରାଜା । ପୁରା ସଂସାର ତାଙ୍କ ଇଶାରାରେ ଚାଲେ । ତେଣୁ ତାଙ୍କୁ କୁହାଯାଏ ବିଶ୍ୱନିୟନ୍ତା । କିଏ ତାଙ୍କୁ ଡାକେ କଳାଠାକୁର । ଆଉ କିଏ ଡାକେ କାଳିଆସାଆନ୍ତେ । ସେ ହେଲେ କୋଟି କୋଟି ଓଡିଆଙ୍କ ମଉଡମଣି ଜଗତର ନାଥ ଜଗନ୍ନାଥ । ତାଙ୍କ ରଥଯାତ୍ରା ଦେଖିବାକୁ ଛୁଟି ଆଶନ୍ତି ହଜାର ହଜାର ଭକ୍ତ । ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲାଗେ ଭକ୍ତଙ୍କ ଗହଳି । ଶଙ୍ଖ ଘଣ୍ଟର ତାଳେତାଳେ ରଥରେ ବିରାଜମାନ କରନ୍ତି ପ୍ରଭୂ । ଆଉ ବଡଦାଣ୍ଡରେ ଏକାଠି ହୁଅନ୍ତି ଭକ୍ତ ଏବଂ ଭଗବାନ । ଏବେ କିନ୍ତୁ ସାମ୍ନାକୁ ଆସିଛି ଏକ ଫଟୋ । ଯେଉଁଥିରେ ଜଗାକୁ ଦର୍ଶନ କରିବାକୁ ଯାଉଛନ୍ତି ଭେଣ୍ଟିଲେଟର୍ ଲାଗିଥିବା ଜଣେ ମହିଳା ।
ଦେଖନ୍ତୁ ଏହି ଫଟୋକୁ । ସାଧାରଣ ଫଟୋ ଭଳି ଲାଗୁଥିଲେ ବି ଏହା ଭିତରେ ଲୁଚିଛି ବଡ ରହସ୍ୟ । ଭଲ ଭାବେ ଦେଖିଲେ ଆପଣ ଜାଣିପାରିବେ । ଏହି ଜାଗା ହେଉଚି ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା । ଏଠାରେ କିଛି ଜଣ ଭକ୍ତ ମନ୍ଦିରକୁ ଯାଉଛନ୍ତି । କାରଣ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ମହାପ୍ରଭୂ । ଆପଣ ଭାବୁଥିବେ ଏହା ସାମାନ୍ୟ କଥା । ଯେ କେହି ବି ଜଗାକୁ ଦର୍ଶନ କରିପାରିବ । ହେଲେ ଏଠାରେ ଯାଉଥିବା ମହିଳାଙ୍କ ମୁହଁରେ ଲାଗିଛି ଅକ୍ସିଜେନ୍ ମାସ୍କ । ଅର୍ଥାତ ସେ ଭେଣ୍ଟିଲେଟର ଲଗାଇଛନ୍ତି । ଆଉ ସାଙ୍ଗରେ ଅଛନ୍ତି ମହିଳାଙ୍କ ପୁଅ । ଯିଏ କି ଅକ୍ସିଜେନ୍ ସିଲିଣ୍ଡରକୁ କାନ୍ଧରେ ଧରିଛନ୍ତି ।
ଏହା ହେଉଚି ମହିଳାଙ୍କ ଭକ୍ତିର ନିଚ୍ଛକ ଉଦାହରଣ । କାରଣ ରୋଗାଗ୍ରାସ୍ତ ବେଳେ କାହାକୁ ବୁଲାବୁଲି କରିବାକୁ ଇଚ୍ଛା ହୁଏନି । ଘରେ ରହିବାକୁ ଭଲ ଲାଗେ । ଆଉ ଏହି ବର୍ଷା ପାଗରେ କୁଆଡେ ଯିବା କଥା ସେମାନେ ସ୍ୱପ୍ନରେ ମଧ୍ୟ ଭବନ୍ତି ନାହିଁ । କିନ୍ତୁ ଫଟୋରେ ଥିବା ମହିଳାଙ୍କ କ୍ଷେତ୍ରରେ ଦେଖାଦେଇଛି ବୀପରିତ କଥା । ସେ ଠିକ୍ ଭାବେ ଚାଲି ପାରୁ ନାହାଁନ୍ତି । ମୁହଁରେ ଅକ୍ସିଜେନ୍ ଲାଗିଛି । କିନ୍ତୁ ତଥାପି ତାଙ୍କ ମନରେ ରହିଛି ଜଗାକୁ ଦର୍ଶନ କରିବାର ନିଶା । ଯାହା ତାଙ୍କୁ ହାର୍ ମାନିବାକୁ ଦେଉନାହିଁ ।
ମହିଳା ଭଲ ଭାବେ ଜାଣିଛନ୍ତି ଯେ, ଜଗନ୍ନାଥ ତାଙ୍କ ଦୁଃଖ ବୁଝିବେ । ତାଙ୍କୁ ଭଲ କରିଦେବେ । ତେଣୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେଲେ ବି ସେ ଜଗା ପାଖକୁ ଧାଇଁ ଯାଇଛନ୍ତି । ଜଗା ଆଗରେ ଗୁହାରି କରିବାକୁ ତାଙ୍କ ଗୋଡ ଥକି ଯାଇନି । ଖାଲି ପାଦରେ ସେ ଚାଲି ଚାଲି ଯାଉଛନ୍ତି । ସେ ଏହା ମଧ୍ୟ ଜାଣିଛନ୍ତି ଯେ, ମଣିଷ ଜୀବନ ପାଣିଫୋଟକା । ମୃତ୍ୟୁ କେବେ ଆସିବ ଜଣା ନାହିଁ । ତେଣୁ କେତେ ବେଳେ ଜଗା ଦର୍ଶନ ଶେଷ ଦର୍ଶନ ପାଲଟିଯିବ ତାହା ଟିକ୍ ବୁଝିପାରଛନ୍ତି ମହିଳା । ସମସ୍ତେ ଜାଣିଛନ୍ତି ଭକ୍ତ ଭାବରେ ବନ୍ଧା ହେଲେ ବଡ ଠାକୁର ଚକାଡୋଳା । ସେ ସବୁ କିଛି ଦେଖିପାରନ୍ତି । ନିଜ ଭକ୍ତର କଷ୍ଟ ତାଙ୍କୁ ପସନ୍ଦ ନୁହେଁ । ଅନେକ ପୁରାଣରେ ଏହାର ଉଦାହରଣ ରହିଛି । ହେଲେ ସେ ଅନେକ ସମୟରେ ନିଅନ୍ତି ଭକ୍ତର ଭକ୍ତି ପରୀକ୍ଷା । ଯାହା ମହିଳାଙ୍କୁ ଦେଖିଲେ ଲାଗୁଛି । ଜଗା ବୋଧହୁଏ ତାଙ୍କର ପରୀକ୍ଷା ନେଉଛନ୍ତି । ଆଉ ଏହି ପରୀକ୍ଷା ଲଂଘିବା ପରେ ସବୁ ଭଲ ହେବ । ମହିଳା ସୁସ୍ଥ ହୋଇୟିବେ । ତେବେ ଦର୍ଶକବନ୍ଧୁ ଆମର ବି ବିଶ୍ୱାସ ଅଛି ଜଗା ମହିଳାଙ୍କ କଷ୍ଟ ନେଇଯିବ ।

