35.4 C
Odisha
Saturday, March 7, 2026

ପରିସ୍ରାରେ ସିଝାନ୍ତୁ ଅଣ୍ଡା, ମିଳିବ ବେଶୀ ପ୍ରୋଟିନ୍‌

ଦର୍ଶକବନ୍ଧୁ ସିଝା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଏ କଥା ସମସ୍ତଙ୍କୁ ଜଣା । ଡାକ୍ତରମାନେ ମଧ୍ୟ ପ୍ରତିଦିନ ସିଝା ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି । ପ୍ରାୟ ସବୁଠି ଅଣ୍ଡାକୁ ପାଣିରେ ସିଝାଇ ଖିଆଯିବା ଆପଣ ଜାଣିଥିବେ । ହେଲେ ଏମିତି ଏକ ସହର ଅଛି, ଯେଉଁଠି ପାଣି ପରିବର୍ତେ ମୂତ୍ର ବା ପରିସ୍ରାରେ ଅଣ୍ଡାକୁ ସିଝାଇ ଖାଆନ୍ତି ଲୋକେ । ଏହାଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ ଏବଂ ମନରେ ଘୃଣାଭାବ ଆସୁଥିବ ମଧ୍ୟ । ହେଲେ ଏହା ସତ । ଏମିତିକି ପରିସ୍ରାରେ ଅଣ୍ଡା ସିଝା ହେବା ପରେ ଲୋକେ ପୁରା ଆନନ୍ଦ ସହକାରେ ଅଣ୍ଡା ଖାଆନ୍ତି । କାରଣ ସେମାନଙ୍କ ହିସାବରେ ଏମିତି ଅଣ୍ଡା ଖାଇବା ଦେହ ପାଇଁ ହିତକର ।

ତେବେ ଆପଣ ଜାଣିଥିବେ ଚୀନରେ ଲୋକେ ଅଜବଗଜବ ଖାଦ୍ୟ ଖାଇବା ପାଇଁ ଫେମସ୍ । ସେଠାରେ ଲୋକେ ପ୍ରତିବର୍ଷ ୪୦ ଲକ୍ଷ ବିଲେଇ ବି ଖାଇ ଯାଆନ୍ତି । ହେଲେ ଏବେ ଚୀନରୁ ଏକ ତାଜା ଖବର ସାମ୍ନାକୁ ଆସିଛି ନୂଆ ଡିସ୍ କୁ ନେଇ । ଯାହାର ରେସିପି ଜାଣି ଆପଣ ଚକିତ ହୋଇପଡିବେ । ଚୀନରେ ଲୋକେ ଖାଆନ୍ତି ଭର୍ଜିନ ଅଣ୍ଡା । ଏହା ଶୁଣି ଆପଣ ଭାବୁଥିବେ ଅଣ୍ଡା ଓ ଭର୍ଜିନ କଣ । ୟା ଭିତରେ କଣ ରହିଛି ସାମଞ୍ଜସ୍ୟ ।
ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଯେ, ଏହାକୁ ଖାଇବା ଦ୍ୱାରା କେବେ ବି ଥଣ୍ଡା ଲାଗେନି । ରକ୍ତଚାପ ନିୟନ୍ତ୍ରଣରେ ରହେ । ଶରୀରକୁ ଶକ୍ତି ମିଳେ । ଏହା ସୁଗନ୍ଧିତ ମଧ୍ୟ । ଅଧିକାଂଶ ପରିବାରର ଲୋକେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।
ତେବେ ଭର୍ଜିନ ଅଣ୍ଡା କୌଣସି ଅନ୍ୟ ଅଣ୍ଡା ନୁହେଁ । ଏକପ୍ରକାରର ଏହା ସାଧାରଣ ଅଣ୍ଡା । ହେଲେ ଏହାର ନାମକରଣ ଏହାକୁ ପ୍ରସ୍ତୁତ କରିବାର ବିଧି ପାଇଁ ହୋଇଛି । ଏହି ଭର୍ଜିନ ଅଣ୍ଡାକୁ ପ୍ରସ୍ତୁତ କରିବା ପାଇଁ ମୂତ୍ରର ବ୍ୟବହାର କରାଯାଏ । ସ୍କୁଲ ଯାଉଥିବା ପିଲାଙ୍କ ମୂତ୍ରରେ ଏହାକୁ ସିଝା ଯାଏ । ଏହି ଆଇଟମକୁ ସ୍ଥାନୀୟ ଭାଷାରେ ତାଉଗଂଜୀ କୁହାଯାଏ । କିଛି ଲୋକେ ଏହାକୁ ବଏ ଏଗ୍ ବୋଲି କୁହନ୍ତି । ଏକ ରିପୋର୍ଟ ହିସାବରେ, ଭର୍ଜିନ ବନାଇବା ପାଇଁ ପ୍ରଥମେ ଛୋଟ ପିଲାର ପରିସ୍ରାରେ ଅଣ୍ଡାକୁ ବୁଡାଯାଏ । ପରେ ଏହାକୁ ସିଝା ଯାଏ । ପରେ ଖୋଳ ଛଡାଇ ପୁଣି ଥରେ ମୂତ୍ରରେ ପକାଯାଏ । ଯାହାଦ୍ୱାରା ଅଣ୍ଡାକୁ ମୂତ୍ରର ସ୍ୱାଦ ମିଳିପାରିବ ।
ତାହେଲେ ମୂତ୍ର କେଉଁଠୁ ଆସିବ ଆପଣ ଭାବୁଥିବେ । ଏଥିପାଇଁ ସ୍କୁଲଗୁଡିକରେ ବାଲଟି ରଖାଯାଏ । ସ୍କୁଲ ପିଲା ଶୌଚାଳୟ ପରିବର୍ତେ ଏହି ବାଲଟିଗୁଡିକରେ ପରିସ୍ରା କରନ୍ତି । ଏମିତି ହିଁ ମୂତ୍ରକୁ ସଂଗୃହିତ କରାଯାଏ । ବସନ୍ତ ଋତୁ ଆରମ୍ଭ ହେବା ମାତ୍ରେ ସେଠାରେ ଲୋକେ ଏହାକୁ ଆନନ୍ଦ ସହକାରେ ମଜା ନେଇ ଖାଆନ୍ତି । ଟିକିଏ ହେଲେ ବି ସେମାନଙ୍କୁ ଘୃଣା ଲାଗେନି । କାରଣ ତାଙ୍କ କହିବା ହିସାବରେ, ଏହିପରି ଅଣ୍ଡା ଖାଇବା ଦେହ ପାଇଁ ସ୍ୱାସ୍ଥ୍ୟକର । ତେବେ ଖାସ କଥା ହେଲା କି, ଏହି ମୂତ୍ର କେବଳ ପୁଅଙ୍କର ହିଁ ନିଆଯାଏ । ତାହା ବି ୧୦ ବର୍ଷରୁ କମ ବୟସ ପିଲାଙ୍କର । ହେଲେ ଏହା ପଛରେ ଥିବା କାରଣ କଣ ତାହା ଜଣାପଡିନାହିଁ ।
ତେବେ ଦର୍ଶକବନ୍ଧୁ ଯଦି ଆପଣ ଏମିତି ଅଣ୍ଡା ପ୍ରସ୍ତୁତ କରି ଖାଇବାକୁ ଚାହାଁନ୍ତି, ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ