ଭାରତୀୟ ଟିମର ସେ ହେଉଛନ୍ତି ଓିକେଟକିପର ବ୍ୟାଟ୍ସମ୍ୟାନ । ଲଗାତର ଖରାପ ଫର୍ମ ସତ୍ୱେ ଦଳରେ ମିଳୁଛି ସ୍ଥାନ । ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଖରାପ ଖବର । ଯାହାକୁ ନେଇ ଚିନ୍ତାରେ ଭାରତୀୟ ଫ୍ୟାନ୍ସ । ଦେଖିବାକୁ ଗଲେ, ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଏକ ବଡ ଝଟକା । ବିସିସିଆଇ ସଚିବ ଜୟ ଶାହଙ୍କ ସବୁଠୁ ପ୍ରିୟ ଖେଳାଳୀ ଆହତ କାରଣ ପାଇଁ ଟିମରୁ ବାହାରି ଯାଇଛନ୍ତି । ଦର୍ଶକବନ୍ଧୁ ଆମେ କହୁଛୁ ଭାରତୀୟ କ୍ରିକେଟର କେ ଏଲ ରାହୁଲଙ୍କ କଥା ।
ଭାରତୀୟ ଟିମର ଓିକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏବେ ଆହତ ଅଛନ୍ତି ଏବଂ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ଏନସିଏରେ କରୁଛନ୍ତି ରିହ୍ୟାବ । ଏହାସହ ଟିମ ଇଣ୍ଡିଆକୁ ଫେରିବା ପାଇଁ ମଧ୍ୟ ବ୍ୟସ୍ତ ହେଉଛନ୍ତି । ହେଲେ ବର୍ତମାନ ସାମ୍ନାକୁ ଆସିଥିବା ମିଡିଆ ରିପୋର୍ଟ ହିସାବରେ, କେଏଲ ରାହୁଲ ଫିଟ୍ ହେବାକୁ ଆହୁରି ୩ରୁ ୪ ମାସ ମସୟ ଲାଗିପାରେ । ଏହି କାରଣ ପାଇଁ ରାହୁଲ ଏସିଆ କପ ଓ ବିଶ୍ୱକପ୍ ୨୦୨୩ରୁ ବାଦ୍ ପଡି ପାରନ୍ତି ।
ଜଣାଇରଖିବୁ, ଭାରତୀୟ ଫ୍ୟାନ୍ସଙ୍କ କହିବା ହିସାବରେ କେଏଲ ରାହୁଲ ବିସିସିଆଇ ସଚିବ ଜୟ ଶାହଙ୍କ ବହୁତ ନିକଟତର ବୋଲି କୁହାଯାଏ । ଏହିକାରଣ ପାଇଁ ଲଗାତର ଭାବେ ଖରାପ ପ୍ରଦର୍ଶନ କରିବା ପରେ ବି ରାହୁଲଙ୍କୁ ଟିମ ଇଣ୍ଡିଆରେ ମଉକା ମିଳୁଛି । ହେଲେ ଖରାପ ଫର୍ମ ପାଇଁ ଦଳରେ ତାଙ୍କୁ ସାମିଲ କରାଯାଉ ବୋଲି ଚାହାଁନ୍ତିନି କ୍ରିକେଟପ୍ରେମୀ । ଏମିତିରେ ଭାରତୀୟ ଟିମ ବର୍ତମାନ ସମୟରେ ଖରାପ ଫର୍ମ ଦେଇ ଗତି କରୁଛି ।
ଆପଣ ଜାଣିଥିବେ, ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରେ ଲକ୍ଷନଉ ସୁପର ଜିଆଣ୍ଟସ ଟିମର କପ୍ତାନ ଏବଂ ମେ ୧ ତାରିଖରେ ରୟାଲ ଚାଲେଂଜର ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ବେଳେ ବାଉଣ୍ଡ୍ରିରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିଲେ ରାହୁଲ । ଏହାପରେ ତାଙ୍କୁ ଆଇପିଏଲ ଓ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରୁ ବି ଟିମ ଇଣ୍ଡିଆରୁ ବାହାରିବାକୁ ପଡିଥିଲା ହେଲେ ଏବେ ଏଭଳି ଖବର ଆସିବା ପରେ ନିହାତି ଭାବରେ ଏହା ରାହୁଲଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର । କାରଣ ତାଙ୍କୁ ଫିଟ୍ ହେବାକୁ ଅଧିକ ସମୟ ଲାଗିପାରେ ।
ସେପଟେ ଏସିଆ କପ୍ ୨୦୨୩ର ଆୟୋଜନ ହେବାର ଥିଲା ପାକିସ୍ତାନରେ । ହେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପାକିସ୍ତାନରେ ଏସିଆ କପ୍ ଖେଳିବାକୁ ମନା କରିଥିଲା । ଏହାପରେ ଏବେ ଏସିଆ କପ୍ ହାଇବ୍ରିଡ୍ ମଡେଲ ହିସାବରେ ଖେଳାଯିବ । ତେବେ କହିରଖିବୁ ଯେ, ଏସିଆ କପ୍ ଏବେ ପାକିସ୍ତାନ ଓ ଶ୍ରୀଲଙ୍କା ରେ ଖେଳାଯିବ । ଏସିଆ କପର ୪ଟି ମୁକାବିଲା ଖେଳାଯିବ ପାକିସ୍ତାନରେ । ଯେତେବେଲେ କି ବାକି ୯ଟି ମୁକାବିଲା ଶ୍ରୀଲଙ୍କାରେ ଖେଳାଯିବ । ତେବେ ଦର୍ଶକବନ୍ଧୁ ରାହୁଲ ଦଳରୁ ବାଦ ପଡିବା ଉଚିତ୍ କି ନୁହେଁ, ଆପଣଙ୍କୁ କଣ ଲାଗୁଛି, ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

