ଏପ୍ରିଲ ପହିଲାରୁ ଖାଉଟିଙ୍କୁ ଝଟକା । ଖାଉଟିଙ୍କ ପକେଟ୍ ଉପରେ ଭୟଙ୍କର ମାଡ । ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍ । ଯାହା ପରେ ଟେନସନରେ ବାଇକ୍ ଓ କାର୍ ଚାଳକ । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲ ଦାମ୍ ବଢିଛି । ଭାରତ ଉପରେ ପଡିଛି ଏହାର ପ୍ରଭାବ ।
ଅନ୍ତରାଷ୍ଟ୍ରୀୟ ବଜାରରେ ହୁହୁ ହୋଇ ବଢିବାରେ ଲାଗିଛି ଅଶୋଧିତ ତେଲ ଦର । ଭାରତୀୟ ତେଲ କମ୍ପାନୀ ମାନେ ମଧ୍ୟ ଛାଡି ନାହାଁନ୍ତି ସୁଯୋଗ । କାଉଟିଙ୍କୁ ଝଟକା ଦେବାକୁ ସେମାନେ ବି ଆରମ୍ଭ କରିଛନ୍ତି ପ୍ରକ୍ରିୟା । ଫଳରେ ଶନିବାର ବଢାଇଛନ୍ତି ପେଟ୍ରୋଲ ଓ ଡିଜେଲ ଦର । ପ୍ରଥମ ପର୍ଯ୍ୟାୟକେ ଡିଜେଲକୁ ଟାର୍ଗେଟ୍ କରିଛନ୍ତି କମ୍ପାନୀ । ଫଳରେ 30 ପଇସା ବଢିଛି ଡିଜେଲର ଦାମ୍ ।
ହେଲେ ସବୁ ରାଜ୍ୟରେ କିନ୍ତୁ ବଢିନି ତେଲ ଦର । ପ୍ରଥମେ ବିହାର ଓ କେରଳରେ ପଡିଛି ଦରବୃଦ୍ଧିର ପ୍ରଭାବ । ବିହାରର ସବୁ ପେଟ୍ରୋଲ ଟାଙ୍କିରେ ଡିଜେଲ ଦର 30 ପଇସା ବଢିଛି । କିନ୍ତୁ ପେଟ୍ରୋଲର ପ୍ରାଇସ୍ ସ୍ଥିର ରହିଛି । ଅନ୍ୟ ଦିଗରେ କେରଳରେ ମଧ୍ୟ ବଢିଛି ତେଲ ଦାମ୍ । କାରଣ କେରଳ ସରକାର ପେଟ୍ରୋଲ ଉପରେ ଏବେ ଅତିରିକ୍ତ ଦୁଇ ଟଙ୍କା ନେଉଛନ୍ତି । ଯାହା ସାମାଜିକ ସୁରକ୍ଷା ପେନସନ୍ ପାଇଁ ନିଆଯାଉଥିବା କହୁଛନ୍ତି ସରକାର ।
ଅନ୍ୟ ଦିଗରେ ଓଡିଶା, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ର, ତେଲେଙ୍ଗାନା ଆଦିରେ ଅପରିବର୍ତ୍ତିର ରହିଛି ଦର । ଏଠାରେ ପୂର୍ବ ପରି ଦର ଲାଗୁ ରହିଛି । ତେବେ ଆଗକୁ ଅଶୋଧିତ ତେଲର ଦର ଆହୁରି ବଢିବାର ରହିଛି ସମ୍ଭାବନା । ଏମିତି ହେଲେ ଅନ୍ୟ ରାଜ୍ୟରେ ମଧ୍ୟ ଦାମ୍ ବଢିପାରେ । ରାଜ୍ୟ ସରକାର ଛାଡ କରୁଥିବା ଭ୍ୟାଟ ମଧ୍ୟ ପ୍ରଭାବିତ ହେବ ବୋଲି କହୁଛନ୍ତି ଅନେକ । ଏହା ସତ୍ତ୍ୱେ ଓଡିଶାରେ ଡିଜେଲ ଦର 95 ଟଙ୍କା 97 ପଇସା ରହିଛି । ଆଉ ପେଟ୍ରୋଲ ରହିଛି 104 ଟଙ୍କା 45 ପଇସା । ଆମେ କହି ରଖୁଛୁ ଯେ, ଏବେ ବଦଳିଛି ନୂଆ ଦର ଲାଗୁ ହେବାର ସମୟ । ପୂର୍ବରୁ ରାତି 12ଟାରେ ନୂଆ ଦର ଲାଗୁ ହୋଇଥିଲା । ଯାହା ଏବେ ସକାଳ 6ଟାକୁ ବଦଳି ଯାଇଛି । ତେବେ ଯଦି ଆପଣ ନିଜ ସହରର ତେଲ ରେଟ୍ ବିଷୟରେ ଜାଣିବାକୁ ଚାହାଁନ୍ତି, ତାହାଲେ ଅନେକ ଆପ୍ ରହିଛି । ଯାହାକୁ ଆକ୍ସସେସ୍ କରି ଆପଣ ଜାଣିପାରିବେ ରେଟ୍ ।

