ମହିଳା ପ୍ରିମିୟର ଲିଗର ପ୍ରଥମ ଟାଇଟଲ ମୁମ୍ବାଇ ଇଣ୍ଡିଆନ୍ସ ନାମରେ ରହିଛି । ଏହି ଟାଇଟଲ ସହ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ମିଳିଥିଲା ଭାରି ରକମର ପ୍ରାଇଜ ମନି । ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଅବଶ୍ୟ ଆଇପିଏଲ ମୁକାବିଲାରେ ଏହି ରାଶି ବହୁତ କମ । ଗତଥର ଆଇପିଏଲ ଚାମ୍ପିୟାନଙ୍କୁ ମୋଟ ୨୦ କୋଟି ଟଙ୍କାର ଚେକ୍ ଦିଆଯାଇଥିଲା । ଏହିଭଳି ଭାବେ ଡବ୍ଲୁ ପିଏଲ ଓ ଆଇପିଏଲ ପ୍ରାଇଜ ମନିରେ ବହୁତ ଅନ୍ତର ରହିଛି ।
ଏମିତିରେ ଏହି ଦୁଇ ଲିଗର ପ୍ରାଇଜ ମନିରେ ଫରକ ରହିବା ବି ସାଧାରଣ କଥା । ବାସ୍ତବରେ ଆଇପିଏଲର ଭ୍ୟୁଅରସିପ ଡବ୍ଲୁପିଏଲ ତୁଳନାରେ ବହୁତ ଅଧିକ । ଆଇପିଏଲର ପ୍ରସାରଣ ଅଧିକାରଠୁ ଆରମ୍ଭ କରି ସ୍ପନସରସିପ ଭଳି ଜିନିଷରେ ଡବ୍ଲୁପିଏଲ ଅପେକ୍ଷା ବହୁତ ଅଧିକ ଆୟ ହୋଇଥାଏ । ଯେଉଁଥିପାଇଁ ବିସିସିଆଇ ଏହି ଦୁଇ ଲିଗରେ ସାମନ ପ୍ରାଇଜ ମନି ରଖିପାରିବନି ।
ଡବ୍ଲୁପିଏଲରେ ବିଜେତା ଟିମକୁ ଯେଉଁଠି ୬ କୋଟି ମିଲେ, ସେଠି ଆଇପିଏଲକୁ ମିଲିଥାଏ ୨୦ କୋଟି । ଆଇପିଏଲରେ ରନର ଅପ ଟିମ ୧୩ କୋଟି ପାଉଥିବା ବେଳେ ମାତ୍ର ୩ କୋଟି ପାଇଥାଏ ଡବ୍ଲୁପିଏଲ । ସେହିପରି ଓମେନ୍ସ ପ୍ରିମିୟର ଲିଗରେ ଅରେଞ୍ଜ କ୍ୟାପ ଓିନର ଙ୍କୁ ୫ ଲକ୍ଷ ମିଳିଥାଏ । ଯେତେବେଳେ କି ୧୫ ଲକ୍ଷ ରହିଥାଏ ଆଇପିଏଲରେ । ସମାନ ଭାବେ ପର୍ପଲ କ୍ୟାପ ଓିନରଙ୍କ ପାଇଁ ଆଇପିଏଲରେ ୧୫ ଲକ୍ଷ ଥିବା ବେଳେ ଡବ୍ଲୁପିଏଲରେ ଏହା ହେଉଛି ୫ ଲକ୍ଷ ।
ଯଦି ଦେଖିବା ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର ଅଫ ଦ ସିଜିନ କ୍ୟାଟେଗୋରୀରେ ଡବ୍ଲୁପିଏଲର ପ୍ରାଇଜ ମନି ହେଉଛି ୫ ଲକ୍ଷ, ଯେଉଁଠି ଆଇପିଏଲର ହେଉଛି ୧୫ ଲକ୍ଷ । କ୍ୟାଚ ଅଫ ଦି ସିଜିନ କ୍ୟାଟେଗୋରୀରେ ଡବ୍ଲୁପିଏଲ ୫ ଲକ୍ଷ ରେ ଥିବା ବେଳେ ୧୨ ଲକ୍ଷ ହେଉଚି ଆଇପିଏଲର । ଇମର୍ଜିଂ ପ୍ଲେୟାର ଅଫ ଦି ସିଜିନ ପାଇଁ ଆଇପିଏଲର ପୁରସ୍କାର ରାଶି ୨୦ ଲକ୍ଷ ଥିବା ବେଳେ ଓମେନ୍ସ ପ୍ରିମିୟର ଲିଗର ହେଉଛି ୫ ଲକ୍ଷ । ଶେଷରେ ପାଓାରଫୁଲ ଷ୍ଟାଇକର ଅଫ୍ ଦି ସିଜିନ ପାଇଁ ୫ ଲକ୍ଷ ପୁରସ୍କାର ରାଶି ଓମେନ୍ସ ପ୍ରିମିୟର ଲିଗର ରହିଛି ଏବଂ ଆଇପିଏଲରେ ଏହା ହେଉଚି ୧୫ ଲକ୍ଷ । ତେବେ ଆଇପିଏଲ ୨୦୨୨ ତୁଳନାରେ ଆଇପିଏଲ ୨୦୨୩ରେ ପ୍ରତି କ୍ୟଟେଗୋରୀରେ ପ୍ରାଇଜ ମନିରେ ବୃଦ୍ଧି ହୋଇପାରେ । ମୋଟ ୨୦ରୁ ୨୫ ପ୍ରତିଶତ ଯାଏଁ ପ୍ରାଇଜ ମନି ବୃଦ୍ଧି କରାଯାଇପାରେ । କହିରଖିବୁ କି, ଗତ ଆଇପିଏଲରେ ମୋଟ ୪୬ କୋଟି ୫ ଲକ୍ଷ ଟଙ୍କା ପ୍ରାଇଜ ମନି ଭାବରେ ପ୍ରଦାନ କରାଯାଇଥିଲା । ଆସନ୍ତା ସମୟରେ ଆଇପିଏଲ ୨୦୨୩ର ପ୍ରାଇଜ ମନିକୁ ନେଇ ସ୍ପଷ୍ଟ ସୂଚନା ଦିଆଯାଇପାରେ ।

