29.6 C
Odisha
Saturday, May 18, 2024
spot_img

ରମଜାନରେ କାନ୍ଦୁଛି ପାକିସ୍ତାନ

ରମଜାନ ମାସ ଆରମ୍ଭ ହୋଇସାରିଛି । ହେଲେ ପାକିସ୍ତାନରେ ଲୋକଙ୍କ ଚିନ୍ତା କମ ହେବାର ନାଁ ଧରୁନାହିଁ । ଏବେ ମହଙ୍ଗା ମାଡରେ ହୁଲୁସ୍ତୁଲ ହୋଇଗଲାଣି ପାକିସ୍ତାନ । ସେଠାରେ କଦଳୀ ଅଧା ଡର୍ଜନକୁ ୫୦୦ ଟଙ୍କା ଥିବା ବେଲେ ଅଙ୍ଗୁର ଦାମ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । କିଲୋପିଛା ୧୬୦୦ ଟଙ୍କାରେ ଏବେ ଅଙ୍ଗୁର ବିକ୍ରି ହେଉଛି । ସେହିପରି ଖଜୁର କିଲୋପ୍ରତି ରହିଚି ହଜାରେ ଟଙ୍କା । ଗତବର୍ଷ ତୁଳନାରେ ରାସନ ଠାରୁ ଆରମ୍ଭ କରି ଫଳ ମୂଲ୍ୟରେ ମାତ୍ରାଧିକ ବୃଦ୍ଧି ପରିଲକ୍ଷିତ ହୋଇଛି । ରମଜାନ ମଧ୍ୟରେ ପାକିସ୍ତାନରେ ମହଙ୍ଗା ଦର କେବଳ ଗୋଟିଏ ସହର ଯାଏଁ ସୀମିତ ନୁହେଁ । କରାଚୀ, ରାଓଲପିଣ୍ଡି, ଇସଲାମବାଦ ଓ ଲାହୋର ଭଳି ବଡ ବଡ ସହରରେ ଏବେ ଚରମସୀମାରେ ପହଂଚିଛି ଦରଦାମ ବୃଦ୍ଧି । ଦୋକାନୀମାନେ ଅଭିଯୋଗ ଆଣିଛନ୍ତି କି, ଗତବର୍ଷ ତୁଳନାରେ ଚଳିତଥର ସେମାନଙ୍କର ବହୁତ କମ ବ୍ୟବସାୟ ହୋଇଚି । ଦରବୃଦ୍ଧି କାରଣରୁ ଲୋକେ କମ କିଣାକିଣି କରୁଛନ୍ତି । ଏମିତିରେ ବି ବର୍ତମାନ ସମୟରେ ପାକିସ୍ତାନ ଆର୍ଥିକ ସଂକଟ ଦେଇ ଗତି କରୁଛି । ଆଇଏମଏଫରୁ ବର୍ତମାନ ଯାଏଁ ଋଣ ମିଲିପାରିନି । ସେପଟେ ଶେହବାଜ ସରିଫଙ୍କ ସରକାର ଲୋକଙ୍କ ଉପରେ ଭାରି ରକମର ଟାକ୍ସ ବୋଝ ପକାଉଛନ୍ତି । ଏହାବ୍ୟତୀତ ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି । ରାସନ ସାମଗ୍ରୀ ଠୁ ବିଭିନ୍ନ ପ୍ରକାରର ପଳର ଦାମ ଆକାଶ ଛୁଆଁ ହେଲାଣି । ମୋଟାମୋଟି ଭାବେ ପାକିସ୍ତାନରେ ମୁଦ୍ରାସ୍ଫିତ ଦର ୫୦ ବର୍ଷର ଉଚ୍ଚ ସ୍ତର ୩୧.୫ ପ୍ରତିଶତ ଯାଏଁ ପହଂଚିଛି ।
ରମଜାନ ।ପଇଁ ଏବେ ସବୁକିଛି ମହଙ୍ଗା ହୋଇଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ