31.9 C
Odisha
Thursday, April 16, 2026

ଭୁଲରେ ଖାଆନ୍ତୁନି ଏସବୁ, ନଚେତ ମୃତ୍ୟୁ ସୁନିଶ୍ଚିତ

ବ୍ୟସ୍ତ ବହୁଳ ଜୀବନ । ଖାଇବା ପିଇବାରେ ଅନେକ କରନ୍ତି ଅବହେଳା । ଆଉ କେହି ପ୍ରିଫର କରନ୍ତି ଫାଷ୍ଟ ଫୁଡ଼ । ଯାହା ଶରୀର ପାଇଁ ଅତି ଖରାପ । ତେବେ ସୁସ୍ଥ ରହିବାକୁ ହେଲେ ଦରକାର ପ୍ରପର ଡାଏଟ । କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହା ଖାଇବା ଦ୍ୱାରା ଘଟେ କ୍ଷତି । ସ୍ଲୋ ପଏଜନ ଭଳି କାମ ଦିଏ ଏ ସବୁ ଖାଦ୍ୟ । ଆଉ ଅକାଳରେ ଝଡିପଡେ ଜୀବନ ।

ଡାକ୍ତରଙ୍କ କହିବାନୁସାରେ ଶରୀର ପାଇଁ ଉପଯୋଗୀ ହୋଇଥାଏ ଚିନି । କିନ୍ତୁ ଅଧିକ ମାତ୍ରାରେ ଗ୍ରହଣ କଲେ ଏହା ପାଲଟେ ବିଷ । ଏଥିରେ ଥିବା କ୍ୟାଲୋରୀ ବଢାଇଥାଏ ରକ୍ତ ଶର୍କରା । ଏପରିକି ଏହା ମେଦ ବହୁଳତାରେ ଶିକାର କରାଇଥାଏ । ଆଜିକା ଦିନରେ ଭାରତରେ ଡାଏବେଟିସ ରୋଗୀଙ୍କ ସଂଖ୍ୟା ଅଧିକ । ଏହା ପଛରେ ଅଥ୍ୟଧିକ ସୁଗାର ସେବନି ହିଁ ବଡ କାରଣବୋଲି ବିଶେଷଜ୍ଞମାନେ ଦିଅନ୍ତି ମତ ।

ସେହିପରି ଲୁଣ ବିନା ଖାଦ୍ୟରେ ଆସି ନଥାଏ ଟେଷ୍ଟ । ରୋଷେଇ ଘରର ଏକ ଅଭିନ୍ନ ଅଙ୍ଗ ଭାବେ କାମ କରିଥାଏ ଲୁଣ । ଏହାସହ  ଉଭୟ ସ୍ୱାସ୍ଥ୍ୟ ଆଉ ଖାଦ୍ୟ ପାଇଁ ଅତି ଦରକାର ଲୁଣ। ଏଥିରେ ଥିବା ଆୟୋଡିନ ଶରୀର ପାଇଁ ଖୁବ୍ ଉପଯୋଗୀ । କିନ୍ତୁ ବେଶି ସେବନ କଲେ ଏହା ପାଲଟେ ବିପଦ । ଏଥିରେ ଥିବା ସୋଡିୟମ ପାଇଁ ଉପୁଜେ ଉଚ୍ଚ ରକ୍ତଚାପ ସମସ୍ୟା । ଲିଭର ଜନିତ ସମସ୍ୟାର କାରଣ ମଧ୍ୟ ଲୁଣ ।

ଆଜିକାଲି ଅଧିକାଂଶ ଲୋକେ ବଳକା ଖାଦ୍ୟ ଫ୍ରିଜରେ ରଖି ଦିଅନ୍ତି । ତେବେ ଏହା ଖାଇବା ଦ୍ୱାରା ଶରୀରରେ ଦେଖାଦିଏ ଅନେକ ରୋଗ । କାରଣ ଫ୍ରିଜରେ ବ୍ୟବହାର ହୁଏ କୃତିମ ସଂରକ୍ଷଣ । ଫଳରେ ଖାଦ୍ୟରୁ କମିଯାଏ ଭିଟାମିନ ଓ ପ୍ରୋଟିନ୍ ମାତ୍ରା । ବଢିଯାଏ ସୋଡିୟମ । ଯେଉଁଥିପାଇଁ ରକ୍ତଚାପ ସମସ୍ୟାରେ ଅନେକ ଶିକାର । ତେଣୁ ଭୁଲରେ ଖାଦ୍ୟ ଫ୍ରିଜରେ ରଖି ଖାଆନ୍ତୁ ନାହିଁ । ଏହା ସ୍ଲୋ ପଏଜନଠୁ କମ୍ ନୁହେଁ ।

ଅନେକଙ୍କ ପସନ୍ଦ ମଇଦାଜାତୀୟ ଖାଦ୍ୟ । ହୋଟେଲରେ ମଧ୍ୟ ଅଟା ବଦଳରେ ବେଶି ବ୍ୟବହାର ହୁଏ ମଇଦା । କିନ୍ତୁ ସବୁଦିନ ଏହା ଖାଇବା ଦ୍ୱାରା ବଢିଥାଏ କୋଲେଷ୍ଟ୍ରୋଲ।  ତେଣୁ ମଇଦା ଜାତୀୟ ଖାଦ୍ୟଠୁ ରୁହନ୍ତୁ ଦୂରରେ । ନଚେତ ଏହା ଶରୀର ପାଇଁ ପାଲଟିବ ବିଷ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ