ମନ୍ଦିରକୁ ଭୟଙ୍କର ଅଭିଶାପ । ଏକାଠି ଯାଇ ପାରିବେନି ସ୍ୱାମୀ କିମ୍ବା ସ୍ତ୍ରୀ । ଯିବେ ଯଦି ଏକଲା । ଆଉ ଏହି ଅଭିଶାପ ଦେଇଛନ୍ତି ମାତା ପାର୍ବତୀ । ତେଣୁ ଆଜିବି ଏଠାକୁ ଏକାଠି ଯାଆନ୍ତିନି ପତି-ପତ୍ନୀ । ତେବେ ଆଶନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ ସବୁକିଛି ।
ପୁରାଣ ଅନୁସାରେ ବିବାହ ପରେ ସବୁ ଶୁଭକାର୍ଯ୍ୟକୁ ଏକତ୍ର କରନ୍ତି ଦମ୍ପତ୍ତି । ନହଲେ ଶାସ୍ତ୍ରରେ ପାପ ବୋଲି କୁହାଯାଇଛି । ନବ ଦମ୍ପତ୍ତି ମଧ୍ୟ ଆଶୀର୍ବାଦ ପାଇଁ ଏକାଠି ଯାଆନ୍ତି ମନ୍ଦିର । ସବୁ ମନ୍ଦିରକୁ ସେମାନେ ଏକାଠି ଯାଇପାରିବେ । ଏଥିରେ ନଥାଏ କୌଣସି ବାରଣ । ହେଲେ ସିମଲାରେ ଥିବା ଶ୍ରୀକୋଟି ମନ୍ଦିରରେ ଦେଖାଯାଏ ଏହାର ବ୍ୟତିକ୍ରମ । ଏଠାକୁ ଦମ୍ପତ୍ତି ଏକାଠି ଯିବା ମନା ।
କୁହାଯାଏ ମନ୍ଦିରକୁ ଦମ୍ପତି ଏକାଠି ଗଲେ ଘଟେ ବିଘ୍ନ । ସମ୍ପର୍କରେ ଆସେ ଫାଟ । ଏପରିକି ମନ୍ଦିରରେ ଥିବା ମାତା ପାର୍ବତୀଙ୍କ ମୂର୍ତ୍ତିକୁ ମଧ୍ୟ ଦର୍ଶନ ମନା । ନଚେତ ପରିବାର ପ୍ରତି ଆସିଥାଏ ବିପଦ । କେହି କେହି ମହିଳା ବିବାହ ପରେ ନିୟମକୁ କରିଛନ୍ତି ଅବଜ୍ଞା । ଆଉ ଘୋଗିଛନ୍ତି ଭୟଙ୍କର ପରିଣତି । କାହାରି ବଡ ଦୁର୍ଘଟଣା ଘଟିଛି ତ ପୁଣି କିଏ ସବୁ ଦିନ ପାଇଁ ହୋଇଯାଇଛି ବିଧବା ।
ମନ୍ଦିରକୁ ନେଇ ଅଛି ଅନେକ ଲୋକକଥା । ଏଠାରେ ମାତା ପାର୍ବତୀ କାର୍ତିକ ଓ ଗଣେଶଙ୍କୁ ବ୍ରହ୍ମାଣ୍ଡ ବୁଲିବାକୁ ଦେଇଥିଲେ ନିର୍ଦେଶ । ଗଣେଶ ଏଥିରେ ବିଜେତା ହୋଇଥିଲେ । ହାରିଯାଇଥିଲେ କାର୍ତିକ । ଯାହା କାର୍ତ୍ତିକଙ୍କୁ ଖୁବ୍ ବାଧିଥିଲା । ଆଉ କ୍ରୋଧରେ କେବେ ବିବାହ କରିବେ ନାହିଁ ବୋଲି କହିଥିଲେ । ତାଙ୍କୁ ଖୁବ୍ ମନାଇଥିଲେ ମାତା ପାର୍ବତୀ । ହେଲେ ସେ କିଛି ଶୁଣିନଥିଲେ ।
ଶେଷରେ କାର୍ତ୍ତିକଙ୍କ ରାଗ ଦେଖି ସହି ପାରିନଥିଲେ ମାତା ପାର୍ବତୀ। ନିଜକୁ ଦେଇଥିଲେ ଅଭିଶାପ । ଯେଉଁ ଦମ୍ପତ୍ତି ତାଙ୍କୁ ଏଠାରେ ଦର୍ଶନ କରିବ, ତାର ସର୍ବନାଶ ହେବ ବୋଲି କହିଥିଲେ ସେ। ସେବେଠୁ ପତି ପତ୍ନୀ ଅଲଗା ଅଲଗା ଭାବେ ମାତାଙ୍କୁ କରନ୍ତି ଦର୍ଶନ । ଏକାଠି ଯାଆନ୍ତିନି ସେମାନେ । ବର୍ଷ ବର୍ଷ ଧରି ଚଳି ଆସିଛି ଏହି ପ୍ରଥା ।

