ଶୁକ୍ରଙ୍କ ବକ୍ରି ଚଳନ: ଏହି ସବୁ ରାଶିର ବ୍ୟକ୍ତିଙ୍କ ରହିଛି ମୃତ୍ୟୁ ଯୋଗ

ଭୁବନେଶ୍ୱର, ୪/୧୦: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଧନ, ପ୍ରେମ, ସମ୍ପର୍କ, ସୁଖ-ସୁବିଧା ଓ ବୈବାହିକ ଜୀବନର କାରକ ବୋଲି ମନେ କରାଯାଏ। ଏବେ ଶୁକ୍ର ନିଜ ସ୍ୱରାଶି ତୁଳାରେ ଅବସ୍ଥାନ କରୁଥିବାରୁ ମାଲବ୍ୟ ରାଜଯୋଗ ସୃଷ୍ଟି ହୋଇଛି। ତେବେ ଏହି ସମୟରେ ଶୁକ୍ରଙ୍କ ବକ୍ରି ଚଳନ କିଛି ରାଶିଙ୍କ ପାଇଁ ଚିନ୍ତା ବଢ଼ାଇପାରେ।

ପଞ୍ଚାଙ୍ଗ ଅନୁସାରେ ୩ ଅକ୍ଟୋବର ୨୦୨୬ ଦିନ ୧୨ଟା ୪୫ ମିନିଟ୍‌ରେ ଶୁକ୍ର ତୁଳା ରାଶିରେ ବକ୍ରି ହେବେ। ସେ ୧୪ ନଭେମ୍ବର ୨୦୨୬ ସକାଳ ୫ଟା ୭ ମିନିଟ୍‌ ପର୍ଯ୍ୟନ୍ତ ବକ୍ରି ଅବସ୍ଥାରେ ରହିବେ।

ଜ୍ୟୋତିଷ ମତ ଅନୁସାରେ, ଶୁକ୍ର ବକ୍ରି ହେଲେ ତାଙ୍କ ଶକ୍ତି ବାହ୍ୟ ଦିଗକୁ ଯିବା ପରିବର୍ତ୍ତେ ଅନ୍ତର୍ମୁଖୀ ହୋଇଥାଏ। ଏହାର ପ୍ରଭାବରେ ଧନ, ପ୍ରେମ, ବିବାହ ଓ ବ୍ୟବସାୟିକ ସମ୍ପର୍କରେ ଉତ୍ଥାନ-ପତନ ଦେଖାଦେଇପାରେ। କିଛି ଲୋକଙ୍କ ଜୀବନରେ ପୁରୁଣା ସମ୍ପର୍କ ପୁଣି ଫେରିଆସିପାରେ, ଆଉ କାହାର ବୈବାହିକ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

ତେବେ ଶୁକ୍ରଙ୍କ ଏହି ବକ୍ରି ଚଳନ କେଉଁ ରାଶିଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ? ଆସନ୍ତୁ ଜାଣିବା।

ମେଷ ରାଶି: ବଢ଼ିପାରେ ଅଯଥା ଖର୍ଚ୍ଚ

ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟରେ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଭଲ। ବଜେଟ୍‌ ପ୍ରସ୍ତୁତ କରି ଖର୍ଚ୍ଚ କଲେ ଆର୍ଥିକ ଚାପ କମିପାରେ। ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଛୋଟ କଥାକୁ ନେଇ ମନୋମାଳିନ୍ୟ ହୋଇପାରେ। ତେଣୁ କଥାବାର୍ତ୍ତା ସମୟରେ ସଂଯମ ରଖିବା ଜରୁରି।

ସିଂହ ରାଶି: ସମ୍ପର୍କରେ ଆସିପାରେ ତିକ୍ତତା

ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ରଙ୍କ ବକ୍ରି ଚଳନ ସମ୍ପର୍କ କ୍ଷେତ୍ରରେ ପ୍ରଭାବ ପକାଇପାରେ। ରାଗରେ କୁହାଯାଇଥିବା କୌଣସି କଥା ଅନ୍ୟମାନଙ୍କୁ ଆଘାତ ଦେଇପାରେ। ବିଶେଷକରି କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କ ସହ ଭଲ ବ୍ୟବହାର କରନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ବିଚାର କରିବା ଲାଭଦାୟକ ହେବ।

ବୃଶ୍ଚିକ ରାଶି: ଟଙ୍କା କାରବାରରେ ସାବଧାନ

ବୃଶ୍ଚିକ ରାଶିଙ୍କ ପାଇଁ ଆର୍ଥିକ ଦିଗରେ ସାବଧାନ ରହିବାର ସମୟ। ହଠାତ୍ ବଡ଼ ଖର୍ଚ୍ଚ ଆସିପାରେ। ଏପରିକି ଋଣ ନେବା କିମ୍ବା କାହାକୁ ବଡ଼ ରକମର ଟଙ୍କା ଧାର ଦେବାର ପରିସ୍ଥିତି ମଧ୍ୟ ଆସିପାରେ। ଏହି ସମୟରେ ଟଙ୍କା କାରବାରରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଏଥିସହ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ମକର ରାଶି: ବ୍ୟବସାୟରେ ନେବେନି ତରବରିଆ ନିଷ୍ପତ୍ତି

ମକର ରାଶିର ଲୋକଙ୍କ ପାଇଁ ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ। ବରିଷ୍ଠ ଅଧିକାରୀ କିମ୍ବା କ୍ଲାଏଣ୍ଟଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। କୌଣସି ବ୍ୟବସାୟିକ ଚୁକ୍ତି କରିବା ସମୟରେ ସମସ୍ତ କାଗଜପତ୍ର ଭଲ ଭାବେ ପଢ଼ିବା ପରେ ହିଁ ସ୍ୱାକ୍ଷର କରନ୍ତୁ। ତରବରିଆ ନିଷ୍ପତ୍ତି ଆଗକୁ ସମସ୍ୟା ସୃଷ୍ଟି କରିପାରେ।

ମୀନ ରାଶି: ବୈବାହିକ ଜୀବନରେ ବଢ଼ିପାରେ ମତଭେଦ

ମୀନ ରାଶିଙ୍କ ପାଇଁ ଶୁକ୍ରଙ୍କ ବକ୍ରି ଚଳନ ବୈବାହିକ ଜୀବନ ଓ ଭାଗିଦାରୀ ବ୍ୟବସାୟକୁ ପ୍ରଭାବିତ କରିପାରେ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ଭାଗିଦାରୀ ବ୍ୟବସାୟରେ ମଧ୍ୟ କିଛି ଅସୁବିଧା ଦେଖାଦେଇପାରେ। ଏହି ସମୟରେ ଧୈର୍ଯ୍ୟ ରଖି କାମ କରନ୍ତୁ। କୌଣସି ପୁରୁଣା ଘଟଣା କିମ୍ବା ରହସ୍ୟ ସାମ୍ନାକୁ ଆସିବାର ସମ୍ଭାବନା ଥିବାରୁ ସମ୍ପର୍କରେ ସ୍ୱଚ୍ଛତା ରଖିବା ଭଲ।

ଶୁକ୍ରଙ୍କ ଅଶୁଭ ପ୍ରଭାବ କମାଇବେ କିପରି?

ଜ୍ୟୋତିଷ ମତ ଅନୁସାରେ, ଶୁକ୍ରଙ୍କ ବକ୍ରି ଚଳନର ଅଶୁଭ ପ୍ରଭାବ କମାଇବା ପାଇଁ କିଛି ଉପାୟ କରାଯାଇପାରେ। ପ୍ରତ୍ୟେକ ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଖୀର କିମ୍ବା କ୍ଷୀରରୁ ପ୍ରସ୍ତୁତ ମିଠା ଭୋଗ ଲଗାଇପାରନ୍ତି। ଏହା ସହ ପ୍ରତିଦିନ ‘ଓଁ ଶୁଂ ଶୁକ୍ରାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରିବାକୁ କୁହାଯାଇଛି।

ଏହାବ୍ୟତୀତ ପରିଷ୍କାର-ପରିଚ୍ଛନ୍ନତା ରଖିବା, ସଫା ପୋଷାକ ପିନ୍ଧିବା ଏବଂ ସୁଗନ୍ଧ ବ୍ୟବହାର କରିବା ମଧ୍ୟ ଶୁକ୍ରଙ୍କ ସହ ଜଡ଼ିତ ଶୁଭତା ବଢ଼ାଇବାର ଉପାୟ ବୋଲି ଜ୍ୟୋତିଷରେ ବିଶ୍ୱାସ କରାଯାଏ।

ଟିପ୍ପଣୀ: ଏହି ସମସ୍ତ ରାଶିଫଳ ଓ ଉପାୟ ଜ୍ୟୋତିଷୀୟ ମତ ଓ ବିଶ୍ୱାସ ଉପରେ ଆଧାରିତ। ଏହାକୁ ବୈଜ୍ଞାନିକ ଭବିଷ୍ୟବାଣୀ ଭାବେ ନେବା ଉଚିତ୍ ନୁହେଁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ