ବିଜେପି ପୁଣି ଜିତିବ ନା ହାରିବ ? ରିପୋର୍ଟ ଦେଖି ମୋଦୀ ଟେନସନ୍

ନୂଆଦିଲ୍ଲୀ, ୨୮/୦୮: ଦେଶରେ ଏବେ ନିର୍ବାଚନ ହେଲେ ଭୋଟରଙ୍କ ପସନ୍ଦ କାହା ଆଡ଼କୁ ରହିବ? କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ପୁଣି ସୁଯୋଗ ଦେବେ ନା ସରକାର ବଦଳାଇବାକୁ ଚାହୁଁଛନ୍ତି ଜନତା? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିଛି ନୂଆ ସର୍ଭେ ରିପୋର୍ଟରେ।

ଇଣ୍ଡିଆ ଟୁଡେ ଓ ସି-ଭୋଟର ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଦେଶର ଭୋଟରଙ୍କ ମତାମତ ସାମ୍ନାକୁ ଆସିଛି। ସର୍ଭେ ଅନୁସାରେ, ଯଦି ଏବେ ଲୋକସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଏନ୍‌ଡିଏ ସରକାର ଗଠନ କରିପାରେ।

ସର୍ଭେ ଆକଳନ ଅନୁଯାୟୀ, ଏନ୍‌ଡିଏକୁ ୩୨୬ଟି ଲୋକସଭା ଆସନ ମିଳିପାରେ। ସେହିପରି ଇଣ୍ଡି ମେଣ୍ଟ ୧୮୫ଟି ଆସନ ହାତେଇପାରେ। ଅନ୍ୟ ଦଳଗୁଡ଼ିକ ୩୨ଟି ଆସନରେ ବିଜୟୀ ହୋଇପାରନ୍ତି।

ଭୋଟ୍‌ ଶେୟାର ଦେଖିଲେ ମଧ୍ୟ ଏନ୍‌ଡିଏ ଆଗରେ ରହିଛି। ଏନ୍‌ଡିଏକୁ ପ୍ରାୟ ୪୫ ପ୍ରତିଶତ ଭୋଟ୍‌ ମିଳିପାରେ। ଇଣ୍ଡି ମେଣ୍ଟ ୩୯ ପ୍ରତିଶତ ଏବଂ ଅନ୍ୟ ଦଳଗୁଡ଼ିକ ୧୬ ପ୍ରତିଶତ ଭୋଟ୍‌ ପାଇପାରନ୍ତି।

ଦଳୱାରୀ ଆକଳନରେ ବିଜେପି ଏକାକୀ ୨୬୧ଟି ଆସନ ଜିତିପାରେ। କଂଗ୍ରେସକୁ ୧୦୬ଟି ଆସନ ମିଳିବାର ଆକଳନ କରାଯାଇଛି। ଅନ୍ୟ ଦଳଗୁଡ଼ିକ ମିଳିତ ଭାବେ ୧୭୬ଟି ଆସନ ହାସଲ କରିପାରନ୍ତି।

ସୂଚନା ଅନୁସାରେ, ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ସାରା ଦେଶରେ ଏହି ସର୍ଭେ କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା। ଗତ ୨୪ ସପ୍ତାହ ମଧ୍ୟରେ ୯୧,୭୯୫ ଜଣଙ୍କ ମତ ଏବଂ ମୋଟ ୧,୧୬,୬୪୪ ଜଣଙ୍କ ମତାମତକୁ ଆଧାର କରି ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ