Team Indiaରେ ରାହୁଲ – ସେହ୍ୱାଗଙ୍କ ପୁଅ : ସିଲେକ୍ଟ କଲା BCCI

ନୂଆଦିଲ୍ଲୀ, ୨୭/୦୮: ଅଷ୍ଟ୍ରେଲିଆର ଅଣ୍ଡର-୧୯ କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ଏହି ସିରିଜ୍ ପାଇଁ ଭାରତୀୟ ଅଣ୍ଡର-୧୯ ଦଳ ଘୋଷଣା କରିଛି ବିସିସିଆଇ। ଆଗାମୀ ସିରିଜ୍‌ରେ ୩ଟି ଦିନିକିଆ ଏବଂ ୨ଟି ମଲ୍ଟି-ଡେ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଦୁଇଟି ଭିନ୍ନ ଦଳ ଚୟନ କରାଯାଇଛି।

ଏହି ଦଳ ଘୋଷଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି, ଭାରତୀୟ କ୍ରିକେଟ୍‌ର ଦୁଇ ପୂର୍ବତନ ମହାନ ଖେଳାଳି ବିରେନ୍ଦ୍ର ସେହ୍ୱାଗ ଓ ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି। ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଏବଂ ଦ୍ରାବିଡଙ୍କ ପୁଅ ଅନଭୟ ଦ୍ରାବିଡ ଏହି ଦଳରେ ସ୍ଥାନ ପାଇଛନ୍ତି।

ବିସିସିଆଇ ସଚିବ ଦେବଜିତ ସାଇକିୟା ଦଳ ଘୋଷଣା କରି ଏହି ଚୟନକୁ ନେଇ ସୂଚନା ଦେଇଛନ୍ତି। ଯୁବ ଖେଳାଳିଙ୍କ ପାଇଁ ଏହି ସୁଯୋଗ ଉତ୍ସାହଜନକ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ଭାରତୀୟ ଯୁବ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି।

ଦିନିକିଆ ଦଳର ନେତୃତ୍ୱ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଦିଆଯାଇଥିବାବେଳେ ୟଶବର୍ଧନ ଚୌହାନ ଉପଅଧିନାୟକ ହୋଇଛନ୍ତି। ଅନ୍ୟପକ୍ଷରେ ମଲ୍ଟି-ଡେ ମ୍ୟାଚ୍‌ରେ ୟଶବର୍ଧନ ଚୌହାନ ଅଧିନାୟକ ଏବଂ ଲକ୍ଷ୍ୟ ରାୟଚନ୍ଦାନୀ ଉପଅଧିନାୟକ ରହିବେ।

ସୂଚନାଯୋଗ୍ୟ, ଆର୍ଯ୍ୟବୀର ସେହ୍ୱାଗ ଦିଲ୍ଲୀ ପ୍ରିମିୟର ଲିଗ୍‌ରେ ନିଜ ବ୍ୟାଟିଂରେ ପ୍ରଭାବ ପକାଇଥିଲେ। ଦିଲ୍ଲୀ ଲାୟନ୍ସ ପକ୍ଷରୁ ଖେଳି ସେ ଭଲ ପ୍ରଦର୍ଶନ କରିଥିଲେ। ସେହିପରି ଅନଭୟ ଦ୍ରାବିଡ ମଧ୍ୟ ଘରୋଇ କ୍ରିକେଟ୍‌ରେ ନିଜ ପ୍ରତିଭାର ପରିଚୟ ଦେଇ ଆସୁଛନ୍ତି।

ଦିନିକିଆ ଦଳ: ଲକ୍ଷ୍ୟ ରାୟଚନ୍ଦାନୀ, ୟଶବର୍ଧନ ଚୌହାନ, ରଜତ ବଘେଲ, ଆର୍ଯ୍ୟବୀର ସେହ୍ୱାଗ, ବିକେ ବୀନିତ, କୁଶାଗ୍ର ଓଝା, ଅର୍ଜୁନ ରାଜପୁତ, ମନାଲ ଚୌହ୍ୱାନ, ଅନଭୟ ଦ୍ରାବିଡ, ବି ୟଶବୀର, ରୋହିତ ଯାଦବ, ଶାବିନ୍ ବିନୋଦ, ମୋହିତ ଉଲବା, ଚିଗୁରୁପତି ଭେଙ୍କଟା ଏବଂ କାବ୍ୟ ପଟେଲ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ