ବିଜେପିକୁ ପାଣି ପିଆଇଦେଲେ ମମତା ବାନାର୍ଜୀ, ପଶ୍ଚିମବଙ୍ଗରେ ପୁଣି ଜିତିଲା TMC, ମୋଦୀ ଟେନସନ

କୋଲକତା : ପଶ୍ଚିମବଙ୍ଗ ରାଜନୀତିରେ ଝଟକା ପରେ ଝଟକା ଖାଇଥିବା ତୃଣମୂଳ କଂଗ୍ରେସକୁ ମିଳିଛି ଏକ ବଡ଼ ଖୁସି ଖବର। ବାର୍ କାଉନସିଲ୍ ନିର୍ବାଚନରେ ଟିଏମସି ଜବରଦସ୍ତ ପ୍ରଦର୍ଶନ କରି ୨୩ଟି ଆସନରୁ ୧୫ଟି ଆସନ ଦଖଲ କରିଛି। ଏହି ବିଜୟ ଦଳର ମନୋବଳ ବଢ଼ାଇବା ସହ ମମତା ବାନାର୍ଜୀଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ମଜବୁତ କରିଛି।

ବାର୍ କାଉନସିଲ୍ ନିର୍ବାଚନରେ ବିଜେପି ୩ଟି, ବାମ ମୋର୍ଚ୍ଚା ୩ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି। ଟିଏମସି ପକ୍ଷରୁ ମମତା ବାନାର୍ଜୀଙ୍କ ସୁପାରିଶରେ ନିର୍ବାଚନ ଲଢ଼ିଥିବା ଆଇନଜୀବୀ ପ୍ରାର୍ଥୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ୫ଟି ସଂରକ୍ଷିତ ମହିଳା ଆସନରୁ ଟିଏମସି ୪ଟି ଆସନ ଜିତିଛି।ମୋଟ ୨୩ଟି ନିର୍ବାଚିତ ଆସନ ମଧ୍ୟରୁ ୧୮ଟି ପୁରୁଷ ଏବଂ ୫ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ମହିଳା ଆସନରେ ଟିଏମସିର ଦବଦବା ସ୍ପଷ୍ଟ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନ ହାତେଇଛି।ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଆଉ ୨ ଜଣ ମହିଳା ପ୍ରାର୍ଥୀଙ୍କୁ ମନୋନୀତ କରିବ। ଫଳରେ ବାର୍ କାଉନସିଲର ମୋଟ ସଦସ୍ୟ ସଂଖ୍ୟା ୨୫କୁ ବୃଦ୍ଧି ପାଇବ।ଏହି

ନିର୍ବାଚନରେ ମୋଟ ୭୫ ଜଣ ପ୍ରାର୍ଥୀ ମଇଦାନରେ ଥିଲେ। ଟିଏମସି ୨୩ ଜଣ, ବିଜେପି ୨୨ ଜଣ ଏବଂ ବାମ ମେଣ୍ଟ ୧୨ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନକୁ ଓହ୍ଲାଇଥିଲା। ଅନ୍ୟପଟେ ୧୮ ଜଣ ପ୍ରାର୍ଥୀ ସ୍ୱାଧୀନ ଭାବେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।ରାଜ୍ୟରେ ଟିଏମସିକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଓ ବିଦ୍ରୋହର ଚର୍ଚ୍ଚା ମଧ୍ୟରେ ବାର୍ କାଉନସିଲ୍ ନିର୍ବାଚନର ଏହି ଫଳାଫଳ ଦଳ ପାଇଁ ନିଶ୍ଚିତ ଭାବେ ଏକ ମନୋବଳ ବଢ଼ାଇବା ଭଳି ଖବର। ବିଶେଷକରି ଆଗାମୀ ରାଜନୈତିକ ଲଢ଼େଇ ପାଇଁ ଏହି ବିଜୟକୁ ଟିଏମସି କିପରି ବ୍ୟବହାର କରୁଛି, ତା’ ଉପରେ ଏବେ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ