TMC ଓ ଶିବସେନାର ବିଦ୍ରୋହୀ ସାଂସଦଙ୍କୁ ଭରସା ଦେଲେ ମୋଦି, କହିଲେ- ‘ବ୍ୟସ୍ତ ହେବନି ମୁଁ ଅଛି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଏନଡିଏରେ ସାମିଲ ହୋଇଥିବା ନୂଆ ସାଂସଦମାନଙ୍କ ସହ ନିଜ ସରକାରୀ ବାସଭବନରେ ବ୍ରେକଫାଷ୍ଟ ବୈଠକ କରିଥିଲେ। ବୈଠକରେ ସେ ସାଂସଦମାନଙ୍କୁ ଆଶ୍ୱସ୍ତ କରି କହିଥିଲେ ଯେ, ଏନଡିଏ ଏକ ପରିବାର ଏବଂ ପ୍ରତ୍ୟେକ ସହଯୋଗୀ ଦଳ ଓ ସାଂସଦଙ୍କୁ ସମାନ ସମ୍ମାନ ଓ ସୁଯୋଗ ମିଳିବ।

ପ୍ରଧାନମନ୍ତ୍ରୀ କହିଥିଲେ, “ମୁଁ କୌଣସି ଗୋଟିଏ ଦଳ ସହ ନୁହେଁ, ଏନଡିଏର ପ୍ରତ୍ୟେକ ସାଂସଦଙ୍କ ସହ ଛିଡ଼ା ହୋଇଛି। ତେଣୁ କୌଣସି ବିଷୟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ।” ସେ ନୂଆ ସାଂସଦମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦେବା ସହ ଯେକୌଣସି ପ୍ରକଳ୍ପ ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ସାଂସଦମାନଙ୍କୁ ଗରିବ, ଶ୍ରମିକ ଓ ସାଧାରଣ ଲୋକଙ୍କ ସହ ନିୟମିତ ସମ୍ପର୍କ ରଖି ସେମାନଙ୍କ ସମସ୍ୟା ବୁଝିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଜଣେ ଜଣେ ସାଂସଦଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ସେମାନଙ୍କ ଅନୁଭବ ଓ ମତାମତ ଶୁଣିଥିଲେ।

ଏହି ବୈଠକ ମୌସୁମୀ ଅଧିବେଶନ ସମୟରେ ସାଂସଦମାନଙ୍କ ସହ ଅନୌପଚାରିକ ସଂଳାପର ଏକ ଅଂଶ ଥିଲା। ଏଥିରେ ସଂସଦୀୟ କାର୍ଯ୍ୟ, ଶାସନ ବ୍ୟବସ୍ଥା ଓ ଦଳୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ଅନାବଶ୍ୟକ ବିବାଦରୁ ଦୂରେ ରହିବା ଏବଂ ବିରୋଧୀ ଦଳର ସାଂସଦମାନଙ୍କ ସହ ମଧ୍ୟ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ