ବିଜୟଙ୍କୁ ଛାଡ଼ପତ୍ର ଦେବେନି ସ୍ତ୍ରୀ, କୋର୍ଟରୁ ଫେରାଇ ଆଣିଲେ ମାମଲା ! ହେଲେ କାହିଁକି ?

ଚେନ୍ନାଇ: ତାମିଲନାଡୁର ରାଜନୀତି ଓ ସିନେ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିବା ଥଲାପତି ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବିବାହ ବିଚ୍ଛେଦ ମାମଲାରେ ନୂଆ ମୋଡ଼ ଆସିଛି। ସଙ୍ଗୀତା ପରିବାର ଅଦାଲତରେ ଦାଖଲ କରିଥିବା ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିବା ପରେ ମାମଲାର ଅନ୍ତ ଘଟିଛି। ଏହା ସହ ବିଜୟ-ସଙ୍ଗୀତାଙ୍କ ବିବାହ ବିଚ୍ଛେଦକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

ଶୁକ୍ରବାର ଚେଙ୍ଗଲପଟ୍ଟୁ ପରିବାର ଅଦାଲତରେ ମାମଲାର ଶୁଣାଣି ହୋଇଥିଲା। ସଙ୍ଗୀତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇ ଅଦାଲତଙ୍କୁ କହିଥିଲେ ଯେ ସେ ଆଉ ଏହି ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି ଏବଂ ଆବେଦନ ପ୍ରତ୍ୟାହାର କରୁଛନ୍ତି। ଏହାପରେ ଅଦାଲତ ମାମଲାକୁ ବନ୍ଦ କରିଦେଇଛନ୍ତି।

ସୂଚନାଯୋଗ୍ୟ, ସଙ୍ଗୀତା ପୂର୍ବରୁ ଦାଖଲ କରିଥିବା ଆବେଦନରେ ବିଜୟଙ୍କ ବିରୋଧରେ ଜଣେ ଅଭିନେତ୍ରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ। ଏହାସହ ସେ ଦୀର୍ଘ ଦିନ ଧରି ମାନସିକ ନିର୍ଯାତନା, ଅବହେଳା ଓ ଏକାକୀପଣର ଶିକାର ହେଉଥିବା ଦାବି କରିଥିଲେ। ୨୦୨୧ ମସିହାରୁ ବିଜୟ ତାଙ୍କଠାରୁ ଦୂରେଇ ଯାଇଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ।

ସଙ୍ଗୀତା ଶ୍ରୀଲଙ୍କାର ଏକ ତାମିଲ ପରିବାରର। ବିଜୟଙ୍କ ପ୍ରଶଂସକ ଭାବେ ପରିଚୟ ଆରମ୍ଭ ହୋଇ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୧୯୯୯ ମସିହାରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ଦୁଇ ସନ୍ତାନ—ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ସାଶା ଅଛନ୍ତି.

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ