କେମିତି ବିଜୟ ମହାପାତ୍ରଙ୍କ ବିରୋଧରେ ତିଆରି ହୋଇଥିଲା ଷଡ଼ଯନ୍ତ୍ର ? ନବୀନ ନୁହେଁ ବରଂ ବିଜେପି କରିଥିଲା ବ୍ଲୁ ପ୍ରିଣ୍ଟ !

ଭୁବନେଶ୍ୱର : ଓଡ଼ିଶାର ଜଣେ ବରିଷ୍ଠ ନେତା ହେଲେ ବିଜୟ ମହାପାତ୍ର । ବିଜୁ ଜନତା ଦଳର ସେ ଥିଲେ ପ୍ରତିଷ୍ଠାତା ସଦସ୍ୟ । ବିଜୁ ପଟ୍ଟନାୟକଙ୍କ ସେ ପଟ୍ଟ ଶିଷ୍ୟ। ସବୁବେଳେ ସେ ବିଜୁ ବାବୁଙ୍କ ସହ ରହୁଥିଲେ। କିନ୍ତୁ ପୁଅ ନବୀନ ପଟ୍ଟନାୟକଙ୍କ ପାଇଁ ସେ ହେଇଗଲେ ଅଲୋଡ଼ା । ଏପରିକି ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା । ହେଲେ ଏହି ଷଡ଼ଯନ୍ତ୍ର ପଛରେ ରହିଥିଲା ଖାସ୍ ରହସ୍ୟ ।

ବିଜୟ ହେଲେ ଓଡ଼ିଶା ରାଜନୀତିର ମୁକଟବିହୀନ ସମ୍ରାଟ୍ । ୨୫ ବର୍ଷ ଧରି ବିଧାନସଭାର ମାଟି ମାଡି ନାହାଁନ୍ତି । ତଥାପି କମ୍ ନୁହେଁ ତାଙ୍କର ଧାପ୍ । ୨୦୨୪ ନିର୍ବାଚନରେ ପୁଅ ଅରବିନ୍ଦ ଙ୍କୁ ମିଳିଥିଲା ଆସେମ୍ବଲିରେ ଏଣ୍ଟ୍ରି । ଏବେ କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରରେ ବିଜୟ । ହେଲେ ଆଜି ବି ହେଭିଓ୍ୱେଟଙ୍କ ଲିଷ୍ଟରେ ଆସେ ବିଜୟଙ୍କ ନାଁ। ସେ ହେଉଛନ୍ତି ଓଡିଶା ରାଜନୀତିର ଦାର୍କହର୍ସ ଭାବେ ପରିଚିତ ବିଜୟ ମହାପାତ୍ର । କୁହାଯାଏ, ତାଙ୍କୁ କୁଆଢେ ପଛରୁ ଛୁରୀ ମାରିଥିଲେ ନବୀନ । ହେଲେ ପୁରା ସତ ନଥିଲା ଏ କାହାଣୀ। କାରଣ ପ୍ରକୃତ ଖଳନାୟକ ଥିଲା ଭାରତୀୟ ଜନତା ପାର୍ଚି ବା ବିଜେପି । ଯାହାର ପ୍ରମାଣ ରହିଛି ସ୍ୱର୍ଗତ ବର୍ଷିୟାନ ସାମ୍ବାଦିକ ବସନ୍ତ ଦାସଙ୍କ ବହିରେ । ନିଜ ବହି ଓଡିଶା ରାଜନୀତିର ଗୋପନ କଥାରେ ଅନେକ ଘଟଣା ଉପରେ ସେ ଉଠାଇଛନ୍ତି ପରଦା ।

ସେତେବେଳେ ବିଜୁ ଜନତା ଦଳରେ ନମ୍ବର ଦୁଇ ନେତା ଥିଲେ ବିଜୟ ମହାପାତ୍ର । ୨୦୦୦ ମସିହା ବେଳକୁ ସେ ଓଡିଶା ରାଜନୀତିରେ ମୋଷ୍ଟ୍ ପାଓ୍ୱାରଫୁଲ୍ ପର୍ସନ । ତାଙ୍କ ଭଳି ଦକ୍ଷତାର ଅଧିକାରୀ ନଥିଲେ କୌଣସି ନେତା । ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ରାମକୃଷ୍ଣ ପଟ୍ଟନାୟକ କିମ୍ବା ଅନଙ୍କ ଉଦୟ ସିଂଦେବ । ସମସ୍ତେ ବିଜୟଙ୍କୁ କରୁଥିଲେ ଖାତିର । କାରଣ ରାଜନୀତି ଓ କୂଟନୀତିରେ ପ୍ରବୀଣ ଥିଲେ ମିଷ୍ଟର୍ ମହାପାତ୍ର । ବିଜୁ ନନ୍ଦନ ନବୀନ ପଟ୍ଟନାୟକ ମଧ୍ୟ ବିଜୟଙ୍କର ସବୁ ପରାମର୍ଶକୁ ଗ୍ରହଣ କରୁଥିଲେ । କିନ୍ତୁ ନବୀନ-ବିଜୟ ଯୋଡିକୁ ଭାଙ୍ଗିବାକୁ ଗୋଟିଚାଳନା କରିଥିଲେ ବିଜେପି ଓ ବିଜେଡିର କିଛି ନେତା । ବିଜେପିର କେନ୍ଦ୍ରୀୟ ନେତା ମଧ୍ୟ ଏହି ଚକ୍ରନ୍ତରେ ସାମିଲ ହୋଇଥିଲେ ।

ଏକବିଂଶ ଶତାବ୍ଦୀର ଆରମ୍ଭରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସରେ ଚାଲିଥିଲା ଟଣାଓଟରା । ସେପଟେ ବିଜେପି ଓ ବିଜେଡି ଏକାଠି ନିର୍ବାଚନ ଲଢିବା ଏକପ୍ରକାର ନିଶ୍ଚିତ ହୋଇ ସାରିଥିଲା । କେବଳ ବାକି ଥିଲା ଆସନ ବୁଝାମଣା । ସେତେବେଳେ ରାଜ୍ୟରେ ବିଜେଡିର ସଂଗଠନ ଭଲ ଥିଲା । ଯାହାକୁ ଭିତ୍ତି କରି ୧୦୦ ଆସନରେ ଟିକେଟ୍ ନେବାକୁ ବିଜେଡି ଦାବି କରିଥିଲା । ଆଉ ବିଜେପି ସହ ଡିଲ୍ କରିଥିଲେ ଭେଟେରାନ୍ ବିଜୟ । ହେଲେ ବିଜୟଙ୍କ ଦାବି ପଛରେ ଥିବା ରାଜନୈତିକ କୌଶଳ ପଢିନେଇଥିଲା ଭାରତୀୟ ଜନତା ପାର୍ଟି । ଏମିତି କରି ବିଜୟ ଯେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିଦେବେ ତାହା ଜାଣିପାରିଥିଲେ ବିଜେପିର ବଡ ବଡ କେନ୍ଦ୍ରୀୟ ନେତା । ଏଠାରୁ ହିଁ ରାଜ୍ୟ ରାଜନୀତିରୁ ବିଜୟଙ୍କୁ ହଟାଇବାକୁ ଆରମ୍ଭ ହୋଇଯାଇଥିଲା ନୀଳନକ୍ସା । ଏମିତିକି ବିଜେପିର ହୀନ ଚକ୍ରାନ୍ତ ଜାଲରେ ପଡିଥିଲେ ନବୀନ ପଟ୍ଟନାୟକ ।

ନବୀନଙ୍କ ବ୍ରେନ୍ ଓ୍ୱାସ୍ କରିଥିଲେ ବିଜେପି ନେତା । ବିଜୟ ଆଗକୁ ତାଙ୍କ ପାଇଁ କଣ୍ଟା ହୋଇପାରନ୍ତି ଓ ମୁଖ୍ୟମନ୍ତୀ ଗାଦି ଛଡାଇ ନେଇପାରନ୍ତି ବୋଲି ବୁଝାଇଥିଲା ବିଜେପି । ରାଜନୀତିରେ ନୂଆ ଥିବା ନବୀନ ଏହାକୁ ସତ ମାନିନେଇଥିଲେ । ଏବଂ ଆରମ୍ଭ କରିଦେଇଥିଲେ ବିଜୟଙ୍କ ରାଜନୈତିକ ହତ୍ୟା ଅଭିଯାନ । ଏଥିରେ ହାତ ମିଶାଇଥିଲେ ରାଜ୍ୟସଭା ନିର୍ବାଚନ ହାରିଥିବା ଅନଙ୍ଗ ଉଦୟ ସିଂଦେଓ । ଉଭୟ ମିଶି ଖୋଜିଥିଲେ ବିଜୟଙ୍କ ଅଲଟରନେଟିଭ୍ । ଏହି ଅଲଟରନେଟିଭ୍ ଥିଲେ ଭୁବନେଶ୍ୱରରେ ସାମ୍ବାଦିକତା କରୁଥିବା ଅତନୁ ସବ୍ୟସାଚୀ ନାୟକ ।

ବ୍ଲୁପ୍ରିଣ୍ଟ ଅନୁସାରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ବିଜୟଙ୍କୁ କରାଯାଇଥିଲା ଟାର୍ଗେଟ୍ । ଦଳରୁ ତଡିବା ପୂର୍ବରୁ କାଇଦା କରି ହୋଟେଲରେ ଏକ ବୈଠକ ଡକାଯାଇଥିଲା । ଏଥିରେ ଉପସ୍ଥିତ ଥିଲେ ଖୋଦ୍ ବିଜୟ । ତାଙ୍କ ପଛରେ ଯେ ଏତେ ବଡ ଚକ୍ରାନ୍ତ ହୋଇଛି, ତାହାର ସେ ସାମାନ୍ୟ ଟେର୍ ବି ପାଇନଥିଲେ । କିନ୍ତୁ ବୈଠକରେ ସାମିଲ ଥିବା ଥିବା ଅନଙ୍ଗ ଉଦୟ, ରାମକୃଷ୍ଠ ପଟଟ୍ନାୟକ ଓ ପ୍ରସନ୍ନ ଆଚାର୍ଯ୍ୟ ଏକଥା ଜାଣିଥିଲେ । ହେଲେ ସେମାନେ ପୁରା ଗୋପନ ରଖିଥିଲେ ।

ଏତିକି ବେଳେ ବାଜିଥିଲା ବିଜୟଙ୍କ ଫୋନ୍ । ତାଙ୍କ ଜାଗାରେ ପାଟକୁରାରେ ଅତନୁ ପ୍ରାର୍ଥୀପତ୍ର ଦାଖଲ କରିଥିବା କହିଥିଲେ ଜଣେ ବନ୍ଧୁ । ପ୍ରଥମେ ବିଶ୍ୱାସ କରିପାରିନଥିଲେ ଭେଟରାନ୍ ବିଜୟ । ପରେ ସତ ଜାଣିବା ପରେ ତାଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ନବୀନ ତାଙ୍କୁ ପଛରୁ ଛୁରା ମାରିଥିବା ସେ ଜାଣିପାରିଥିଲେ । ସାରା ଓଡିଶା ଏହା ହୃଦବୋଧ କରିଥିଲା ଏକଥା । କିନ୍ତୁ ଲୁଚିଯାଇଥିଲା ବିଜେପିର ଚାଲ୍ । କାରଣ ବିଜେପି ହିଁ ନବୀନଙ୍କ କାନ୍ଧରେ ବନ୍ଧୁକ ରଖି ବିଜୟଙ୍କର କରିଥିଲା ପଲିଟିକାଲ ମର୍ଡର ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ