ବଲିଉଡରେ ଲମ୍ବା ସମୟ କାଟି ସାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି କାଜୋଲ ଦେବଗନ । ବଲିଉଡକୁ ବେଟି ଦେଇଛନ୍ତି ସେ ଅନେକ ସୁପରହିଟ ଫିଲ୍ମ । ଯେଉଁଥିପାଇଁ ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ସ ଓ ଫଲୋଅର୍ସ । ଆଜିକାଲି କାଜୋଲ ନୂଆ ଫିଲ୍ମ ସମେତ ଅନେକ େଓବ ସିରିଜରେ ନଜର ଆସୁଛନ୍ତି । ଦ ଟ୍ରାଏଲ ରିଲିଜ ପାଇଁ ତୈୟାରୀ କରୁଥିବା କାଜୋଲ ଏବେ ଆସିଛନ୍ତି ଚର୍ଚ୍ଚାକୁ । ଦେଶରେ ଅଶିକ୍ଷିତ ନେତାଙ୍କ ବିଷୟରେ ମନ୍ତବ୍ୟ ଦେଇ ସେ ଆସିଥିଲେ ଲୋକଲୋଚନକୁ । ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ନିଜ ମଉନ ଭଙ୍ଗ କରିଛନ୍ତି କାଜୋଲ । ନିକଟରେ ସେ କହିତିଲେ, ଦେଶରେ ଏମିତି ରାତନୈତିକ ନେତା ଅଛନ୍ତି, ଯାହାଙ୍କ ପାଖରେ ଏଜୁକେସନ ନାହିଁ । କାଜୋଲଙ୍କ କମେଣ୍ଟ ଅନାଲାଇନରେ ହଇଚଇ ସୃଷ୍ଟି କରିଥିଲା ।
ଏହାପରେ ଗତକାଲି ଅର୍ଥାତ ଜୁଲାଇ ୮ ତାରିଖରେ ସେ ଏହା ଉପରେ ରକିଛନ୍ତି ସ୍ପଷ୍ଟୀକରଣ । ସେ ଟ୍ୱିଟ କରିଛନ୍ତି କି, ମୁଁ କେବଳ ଶିକ୍ଷା ଓ ଏହାର ମହତ୍ୱ ବିଷୟରେ କହୁଥିଲି । ମୋର ଉଦେଶ୍ୟ କୌଣସି ରାଜନେତାଙ୍କୁ ନିଚ ଦେଖାଇବା ନଥିଲା । ଆମ ପାଖରେ କିଚି ମହାନ ନେତା ଅଛନ୍ତି, ଯିଏ ଦେଶକୁ ସଠିକ ରାସ୍ତାରେ ଆଗକୁ ନେଉଛନ୍ତି ।
ଏକ ିମ୍ଟରଭ୍ୟୁରେ କାଜୋଲ କହିଥିଲେ, ଭାରତରେ ପରିବର୍ତନ ବହୁତ ଧୀମା ଗତିରେ ଚାଲିଛି । କାରଣ ଲୋକେ ପରମ୍ପରାରେ ବୁଡି ରହିଛନ୍ତି । ଉଚିତ ଶିକ୍ଷାର ଅଭାବ ଏବେ ବି ଅଛି । ଆପଣଙ୍କ ପାକରେ ଏମିତି ରାଜନେତା ଅଛନ୍ତି, ଯାହାଙ୍କ ପାଖରେ ଏଜୁକେସନ ନାହିଁ । ଦେଶ ଉପରେ ନେତାଙ୍କ ଶାସନ ରହିଛି । ସେମାନହ୍କ ଭିତରୁ ଏମିତି ବହୁତ ୍ଛନ୍ତି, ଯାହାଙ୍କ ପାଖରେ ସଠିକ ଦୃଷ୍ଟିକୋଣ ବି ନାହିଁ । ମୋତେ ଯାହା ଲାଗୁଚି, ଏହା ଶିକ୍ଷାର ଅଭାବ ପାଇଁ ହୋଇଛି ।
ଅନ୍ୟପଟେ କାଜୋଲ େଓବ ସିରିଜ ଦ ଟ୍ରାଏଲ ସହ ନିଜର ଓଟିଟି ଡେବ୍ୟୁ କରିବା ।ପଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଆମେରିକି କୋର୍ଡ ରୁମ ଡ୍ରାମା ଦ ଗୁଡ୍ ଓାଇଫର ହିନ୍ଦୀ ଭର୍ସନ ହେଉଚି ଦ ଟ୍ରାଏଲ । ଯିଶୁ ସେନଗୁପ୍ତା କାଜୋଲଙ୍କ ସ୍ୱାମୀ ଚରିତ୍ରରେ ନଜର ଆସିବେ ଏବଂ ଜୁଲାଇ ୧୪ରେ ରିଲିଜ ହେବ ଏହି ସିରିଜଟି ।

