23.3 C
Odisha
Friday, March 6, 2026

ହାତଯୋଡି କ୍ଷମା ମାଗିଲେ ରାଇଟର୍‌

ହାଇବଜେଟ ଫିଲ୍ମ ଆଦିପୁରୁଷ । ଟିଜର ରିଲିଜ ହେବାରୁ ହଲରେ ରିଲିଜ ହେବା ଯାଏଁ ବିବାଦ ଘେରରେ ବାନ୍ଧି ହୋଇ ରହିଛି ସିନେମାଟି । ଡାଇରେକ୍ଟର ଓମ ରାଉତ ଙ୍କ ଏହି ଫିଲ୍ମ ଆଦିପୁରୁଷ ରିଲିଜ ହେବା ପରେ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା । ଫିଲ୍ମର ଡାଇଲଗସ, କଷ୍ଟ୍ୟୁମ ଓ ଭିଏଫଏକ୍ସ କୁ ନେଇ ନାନା ପ୍ରକାର ମନ୍ତବ୍ୟ ଦେଇଥିଲେ ଦର୍ଶକେ । ରିଜେକ୍ଟ କରିଥିଲେ ଏହି ଫିଲ୍ମଟିକୁ । ସଂକଟରେ ପଡିଯାଇଥିଲା ଫିଲ୍ମ ଆଦିପୁରୁଷ । ହେଲେ ଏବେ ଆଦିପୁରୁଷକୁ ନେଇ ଆସିଛି ଏକ ବଡ ଖବର । ଡାଏଲଗସକୁ ନେଇ ଜବରଦସ୍ତ ଭାବେ ଆଲୋଚନା ସମାଲଚୋନା ହେବା ପରେ ସୋସିଆଲ ମିଡିଆରେ ଲୋକେ ଫିଲ୍ମର ରାଇଟର ମନୋଜ ମୁନ୍ତଶିରଙ୍କୁ ଖୁବ ଟ୍ରୋଲ କରିଥିଲେ । ଟ୍ରୋଲି ହେବା ପରେ ବୋଧ ହୁଏ ମନ ଘର ଧରିଛି ରାଇଟରଙ୍କର । ଯେଉଁଥିପାଇଁ ମନୋଜ ମୁନ୍ତଶିର ହାତ ଯୋଡି ଏବେ କ୍ଷମା ମାଗିଥିବା ଜଣାପଡିଛି ।
ଟ୍ୱିଟ କରି ମନୋଜ ମୁନ୍ତଶିର ଫ୍ୟାନ୍ସ, ସାଧୁ ସନ୍ଥ ଓ ଶ୍ରୀରାମ ଭକ୍ତଙ୍କ ଭାବନାକୁ ଆଘାତ ଲାଗିଥିବାରୁ ମାଗିଛନ୍ତି କ୍ଷମା । ନିଜ ଟ୍ୱିଟରେ ସେ ଲେଖିଛନ୍ତି, ମୁଁ ସ୍ୱୀକାର କରୁଛି କି, ଫିଲ୍ମ ଆଦିପୁରୁଷ ପାଇଁ ଜନତାଙ୍କୁ ଆଘାତ ଲାଗିଛି । ନିଜର ସବୁ ଭାଇ ଭଉଣୀ, ଗୁରୁଜନ, ପୂଜ୍ୟ ସାଧୁ ସନ୍ଥ ଓ ଶ୍ରୀରାମ ଭକ୍ତଙ୍କୁ ମୁଁ ହାତଯୋଡି ବିନା ସର୍ତ୍ତରେ କ୍ଷମା ମାଗୁଛି । ଭଗବାନ ହନୁମାନ ଆମ ସମସ୍ତଙ୍କୁ କୃପା କରନ୍ତୁ, ଆମେ ଏକ୍ ହୋଇ ଅତୁଟ ରହି ନିଜର ପବିତ୍ର ସନାତନ ଧର୍ମ ଓ ମହାନ ଦେଶର ସେବା କରିବାକୁ ଶକ୍ତି ଦିଅନ୍ତୁ ।

ତେବେ ଦର୍ଶକବନ୍ଧୁ ଆମେ କହି ରଖିବୁ, ଆଦିପୁରୁଷ ରିଲିଜ ହେବା ପୂର୍ବରୁ ହିଁ ସିନେମାଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିଲା । ଫିଲ୍ମର ଜବରଦସ୍ତ ଭାବରେ ହୋଇତିଲା ଆଡଭାନ୍ସ ବୁକିଂ । ପ୍ରଭାସ ଓ କୃତି ସେନନଙ୍କ ଫିଲ୍ମ କରିଥିଲା ଧମାକେଦାର ଓପନିଂ । ହେଲେ ଫିଲ୍ମଟିକୁ ହଲରେ ଦେଖିବା ପରେ ନାପସନ୍ଦ କରିଥିଲେ ଜନତା । ଦର୍ଶକଙ୍କୁ ଖାଲି ନିରାଶ ହିଁ ନିରାଶ ମିଳିଥିଲା । ଫିଲ୍ମର ଡାଏଲଗସକୁ ରିଜକ୍ଟେ କରିଥିଲେ ସିନେପ୍ରେମୀ ।
ଲୋକଙ୍କ କହିବା କଥା ହେଲା କି, ମନୋଜ ମନ୍ତଶିର ଫିଲ୍ମର ଡାଏଲଗସ ରାମାୟଣର ସମୟ ଅନୁସାରେ ନୁହେଁ, ବରଂ ଆଜିର ସମୟ ହିସାବରେ ଲେଖିଛନ୍ତି । କହିବାକୁ ଗଲେ, ଡାଏଲଗସକୁ ନେଇ ମନୋଜ ମନ୍ତଶିରଙ୍କୁ ଏବେ ବି ଲୋକଙ୍କ କ୍ରୋଧର ଶିକାର ହେବାକୁ ପଡୁଛି । ଟ୍ରୋଲିଂ ହେବା ପରେ ରାଇଟର ଅନେକ ଥର ସ୍ପଷ୍ଟୀକରଣ ବି ଦେଇଥିଲେ । ଆଉ ଏବେ ତାଙ୍କୁ କ୍ଷମା ମାଗିବାକୁ ପଡିଛି ।
ଆଦିପୁରୁଷରେ ଦେଖାଯାଇଥିବା ହନୁମାନ, ରାବଣ, ଇନ୍ଦ୍ରଜିତ ଭଳି ଚରିତ୍ରର ଡାଏଲଗସକୁ ବିରୋଧ କରି ସିନେପ୍ରମୀ ବଏକଟ କରିବାକୁ ଦାବି କରିଥିଲେ । ହାଇକୋର୍ଟ ବି ସେନ୍ସର ବୋର୍ଡ ଓ ଫିଲ୍ମ ନିର୍ମାତା ନିର୍ଦେଶକକୁ ପୂର୍ବରୁ ଝଟକା ଦେଇଥିଲେ । ଏହାପରେ ମେକର୍ସ ଡାଇଲେଗସକୁ ବଦଳାଇବାକୁ ନିଷ୍ପତି ନେଇଥିଲେ । ଏବେ ଫିଲ୍ମର ଡାଏଲଗ୍ସ ବଦଳି ସାରିଛି । ଆଦିପୁରୁଷର ଏଡିଟେଡ ଭର୍ସନ ଥିଏଟରରେ ଦେଖିବାକୁ ମିଳୁଛି । ହେଲେ ତଥାପି ଦର୍ଶକଙ୍କୁ ସିନେମାଟି ଇମ୍ପ୍ରେସ କରିବାରେ ରହିଛି ସଂପୂର୍ଣ୍ଣ ବିଫଳ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ