31.9 C
Odisha
Thursday, April 16, 2026

୪ ଦିନ ଯାଏଁ ଏହି ଜିଲ୍ଲାରେ ଧୂମ୍ ଛେଚିବ

ଦର୍ଶକବନ୍ଧୁ ଖରା ଦିନ ଯାଇ ଏବେ ଶ୍ରାବଣ ମାସ ହେଲାଣି । ହେଲେ ଯେତିକି ବର୍ଷା ହେବା କଥା ସେତିକି ବର୍ଷା ହେଉନାହିଁ । ହେଲେ ଏବେ କିନ୍ତୁ ସେମିତି ହେବନି । କାରଣ ଆସନ୍ତା ୪ ଦିନ ଯାଏଁ ଧୂମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସମସ୍ତଙ୍କ ପାଇଁ ଜାରି ହୋଇଛି ସତର୍କ ସୂଚନା । ଏମିତିକି ଆଜି ବି ବର୍ଷିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ୭ଟି ଜିଲ୍ଲାକୁ ୟେଲୋ ଓାର୍ଣ୍ଣିଂ ଜାରି କରାଯାଇଛି ।
୍ଣସପଟେ ଆସନ୍ତକାଲି ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇପାରେ । ଏହାବାଦ ୧୨ ତାରିଖ ଯାଏଁ ଲାଗିରହିବ ବର୍ଷା । ତେବେ ଯଦି ଏହା ଭିତରେ ଆପଣଙ୍କୁ ବାହାରେ କିଛି ଜରୁରୀ କାମ କରିବାର ଅଛି, ତେବେ ପୂର୍ବରୁ ସାରିଦିଅନ୍ତୁ । କାରଣ ବର୍ଷା ଥରେ ଆରମ୍ଭ ହେଲେ କେତେବେଳେ ଛାଡିବ ତାହା କହିହେବ ନାହିଁ । ଏମିତିରେ ଏହା ଶ୍ରାବଣ ମାସ ମଧ୍ୟ । ଏବେ ବିଭିନ୍ନ ରାଜ୍ୟରେ ବର୍ଷା ଲାଗିରହିବ । ସ୍ଥାନେ ସ୍ଥାନେ ଅଧିକ ବର୍ଷା ହେବାର ବି ରହିଛି ଯଥେଷ୍ଟ ସମ୍ଭାବନା । ବର୍ଷା ସହ ଘଡଘଡି ହେବା ନେଇ ମଧ୍ୟ ଚେତାବନୀ ଦେଇଚି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ଭିତରେ ୭ ଟି ଜିଲ୍ଲା ପାଇଁ ୟେଲୋ ଓାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ସାମିଲ ରହିଚି । କହିରଖିବୁ, ଆସନ୍ତା ୧୦ ତାରିଖ ବେଳକୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିବ । ସେହିପରି ଆଜି କିମ୍ବା କାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ୧୧ ଓ ୧୨ ତାରିଖରେ ବି ବର୍ଷାର ପରିମାଣ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଘୂର୍ଣ୍ଣିବଳୟ ଯଦିଓ ମୌସୁମୀକୁ ସକ୍ରିୟ କରିଛି କିନ୍ତୁ ଅଳ୍ପ ପରିମାଣରେ ବର୍ଷା ହେଉଛି । ଫଳରେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଜୁଲାଇ ୧୭ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।
ତେବେ ମୌସୁମୀ ସିଜିନରେ ବର୍ତ୍ତମାନ ଯାଏ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍ ୧ରୁ ଆଜି ସୁଦ୍ଧା ରାଜ୍ୟରେ ବର୍ଷା ପରିମାଣ ରହିଛି ୨୨୭. ୨ ମିଲିମିଟର । ଯାହାକି ସ୍ୱାଭାବିକ ବର୍ଷା ୨୮୬.୮ ମିଲିମିଟର ତୁଳନାରେ ୨୪ ପ୍ରତିଶତ କମ୍ ବର୍ଷା । ଏହି ସମୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିଲିମିଟର ବର୍ଷା ହୋଇଥିବା ବେଳେ ସବୁଠୁ କମ୍ କଳାହାଣ୍ଡି ଜିଲ୍ଲାରେ ବର୍ଷିଛି । କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିଲିମିଟର ବର୍ଷା ଅର୍ଥାତ ସ୍ୱାଭାବିକ ତୁଳନାରେ ୬୪ ପ୍ରତିଶତ କମ୍ ହୋଇଛି ବର୍ଷା । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୫ ଜିଲ୍ଲାରେ ନିଅଣ୍ଟିଆ ଓ ୧୧ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବୃଷ୍ଟିପାତ । ଏବେ ବର୍ଷା ଜାରି ରହିଥିଲେ ବି ଏହାର ବିଶେଷ ପ୍ରଭାବ ନାହିଁ । ଚଳିତ ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ଆଗକୁ ରାଜ୍ୟରେ କେଉଁ ମାତ୍ରାରେ ବୃଷ୍ଟିପାତ ହେଉଛି ତାହା ଦେଖିବାର କଥା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ