ଭାରତରେ କ୍ରିକେଟ ପ୍ରତି ଭାରତୀୟହ୍କ ଭଲପାଇବା ଯେ କେତେ, ତାହା ସମସ୍ତଙ୍କୁ ଜଣା । ଏଠି ସମସ୍ତେ କ୍ରିକେଟ ପାଇଁ ପାଗଳ ପରି ହୁଅନ୍ତି । ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଗଜବ ହରକତ କରି ବସନ୍ତି । କେବଳ କ୍ରିକେଟର ନୁହଁନ୍ତି, ତାଙ୍କ ପରିବାର ସଦସ୍ୟକୁ ନଇ ବି ବିଭିନ୍ନ ପ୍ରକାର ଗସିପ୍ କରନ୍ତି ଫ୍ୟାନ୍ସ । ଏହିପରିପ୍ରେକ୍ଷୀରେ ଭାରତୀୟ ଟିମର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ବିଗତ ଦିନରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଆସୁଛନ୍ତି । କାଲି ସେ ନୁହଁନ୍ତି ବରଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ବହୁତ ସପୋର୍ଟ ଆଉ ଭଲପାଇବା ମିଳେ । ଉଭୟ କିଛି କାରଣ ପାଇଁ ଫ୍ୟାନ୍ସଙ୍କ ଆଲୋଚନାରେ ସାମ୍ନା କରନ୍ତି । ବର୍ତମାନ ସମୟରେ ବାରତୀୟ ଟିମରୁ ବାଦ ପଡିଛନ୍ତି ଚହଲ । େଓଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ ଇଣ୍ଡିଆରେ ତାଙ୍କୁ ସ୍ଥାନ ମିଲିନାହିଁ । ତେବେ ଚହଲଙ୍କ ବ୍ୟତୀତ ଧର୍ମପତ୍ନୀ ଧନଶ୍ରୀ ମଧ୍ୟ ସୋସିଆଲ ମିଡିଆରେ ରୁହନ୍ତି ଖୁବ ଆକ୍ଟିଭ । ନିକଟରେ ଦୁହିଁଙ୍କୁ ନେଇ ଖବର ଭାଇରାଲ ହୋଇଥିଲା କି, ସେମାନେ କୁଆଡେ ଛାଡପତ୍ର ନେଇପାରନ୍ତି । ହେଲେ ପରେ ସେମାନେ ଏହି ଖବରକୁ କରିଥିଲେ ଖଣ୍ଡନ । ହେଲେ ଏବେ କୁଆଡେ ଚହଲଙ୍କୁ ଜମେ ନୂଆ ପ୍ରେମିକା ମିଳିଯାିତିବା ନେଇ ଖବର ଜଣାପଡିଛି । ଜଣେ ସୁନ୍ଦରୀ ସାଉଥ ଆଫ୍ରିକନ ଚେସ୍ ପ୍ଲେୟାର ଜେସ୍ ଫରବରୀ, ଚହଲଙ୍କ ସହ ନିଜ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏବେ ତାହା ଦୃତମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଫ୍ୟାନ୍ସ ଚହଲଙ୍କ ପ୍ରେମିକା ବୋଲି କହୁଛନ୍ତି । ଅନେକ ଫଟୋ ସେୟାର କରିଛନ୍ତି ସଂପୃକ୍ତି ଯୁବତୀ । ଯାହା ଉପରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ୟୁଜର । ବାସ୍ତବରେ ଏ ଫଟୋ ପଛରେ କଣ ସତ୍ୟତା ତାହା ତ ଜମାନାହିଁ । ହେଲେ ସତରେ ଯୁବତୀ ଜଣଙ୍କ କେବଳ ଚହଲଙ୍କ ସହ ଫଟୋ ଉଟାଇଛନ୍ତି ନା କଥା ଆଉ କିଛି ଅଛି ତାହା ପରବର୍ତୀ ସମୟରେ ଜଣାପଡିବ ।
ତେବେ ଜେସ ୨ ଥର ସାୁଥ ଆଫ୍ରିକନ ଚେଜ୍ ଚାମ୍ପିୟାନସିପ ଜିତି ସାରିଛନ୍ତି ।
ତେବେ ଚହଲଙ୍କ କଥା ଯଦି କହିବା, ଏହାପୂର୍ବରୁ ଆଇପିଏଲ ୨୦୨୩ ମଧ୍ୟରେ ଚହଲ ସେଷ ଥର ମୈଦାନରେ ନଜର ଆସିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୟୁଜବେନ୍ଦ୍ର ଚହଲ ସଂଜୁ ସାମସନଙ୍କ କପ୍ତାନୀ ବିଶିଷ୍ଟ ରାଜସ୍ଥାନ ରୟାଲ୍ସର ସଦସ୍ୟ ଥିଲେ । ରାଜସ୍ଥାନ ରୟାଲ୍ସ ଆଇପିଏଲ ଅକ୍ସନ ୨୦୨୨ରେ ଚହଲଙ୍କୁ ନିଜ ଦଳର ପାର୍ଟ ବନାଇଥିଲା । ତା ପୂର୍ବରୁ ଆରସିବି ସହ ଜଡିତ ଥିଲେ ଚହଲ । ଏ ଦୁଇଟି ଟିମ ବ୍ୟତୀତ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବି ଖେଳିସାରିଛନ୍ତି ।
ଆଇପିଏଲ ୨୦୨୩ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ ଚହଲ । ୧୪ଟି ମ୍ୟାଚରେ ନେଇଥିଲେ ୨୧ଟି ଓିକେଟ । ସବୁଠୁ ଅଧିକ ଓିକେଟ ନେଇତିବା ଖେଳାଳୀଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛି ଚହଲଙ୍କ ନାଁ ୨୦୨୩ ଆିପିଏଲ ସିଜିନରେ ।

