25.4 C
Odisha
Saturday, May 18, 2024
spot_img

ଆସିଗଲା ଟାଟା ହାରିୟର ଇଭି

ଅପେକ୍ଷାର ହେଲା ଅନ୍ତ । ସାମ୍ନାକୁ ଆସିଲା ହାରିଅର୍ ଇଭି । ଇଭି ବଜାରରେ ଆଉ ପାଦେ ଆଗେଇଲା ଟାଟା ମୋଟର୍ସ । ତେବେ କମ୍ପାନୀ ହାରିଅର୍ ଇଭିର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିଛି । ଯାହାକୁ ନେଇ ବଢିଛି ଚର୍ଚ୍ଚା । କାରଣ ରହିଛି ହାରିଅର୍ ଇଭିର ଲୁକ୍ ଏବଂ ଷ୍ଟାଇଲ୍ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ଅଟୋ ଏକ୍ସପୋ 2023ରେ ଟାଟା ଦେଖାଇଥିଲା ଜଲଓ୍ୱା । କମ୍ପାନୀ ପ୍ରଦର୍ଶନ କରିଥିଲା ନିଜର ସବୁଠୁ ପପୁଲା ଏସୟୁଭିର ଇଭି ମଡେଲ୍ । ହାରିଅର୍ କନସେପ୍ଟ ମଡେଲକୁ ସୋ ଆପ୍ କରିଥିଲା ଟାଟା ମୋଟର୍ସ । ଯାହା ଦେଖିବାକୁ ଥିଲା ଦମଦାର୍ । ଲୁକ୍, ଷ୍ଟାଇଲା ଥିଲା ଜବରଦସ୍ତ । ପ୍ରଥମେ କେହି ବିଶ୍ୱାସ କରିପାରିନଥିଲେ । କାରଣ ପୁରା ଲକଜରିୟସ୍ କାର୍ ଭଳି ଲାଗୁଥିଲା ଏହାର ଡିଜାଇନ୍ । ଏବେ କିନ୍ତୁ ଏହାର ଫୁଲ୍ ମଡେଲ ଆସିଛି ସାମ୍ନାକୁ । ଏହାକୁ ଆରବର୍ଷ ଲଂଚ୍ କରାଯିବ ବୋଲି କହିଛି ଟାଟା । ଏହାସହ ୟୁଜରଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ୍ କରିଛି ହାରିଅର୍ ଇଭିର ଫଟୋ ।

ପ୍ରଥମେ ଅଟୋ ଏକ୍ସପୋରେ ନଜର ଆସିଥିଲା ହାରିଅର୍ ଇଭି । ଯାହାର ରଙ୍ଗ ଥିଲା ଧଳା । କିନ୍ତୁ ଏବେ ଗ୍ରାହକଙ୍କୁ ବଡ ଉପହାର ଦେଇଚି ଟାଟା । ଧଳା ସହ ଟ୍ରୋନ୍ ବ୍ରୋଂଜ୍ ଏବଂ ହ୍ୱାଇଟ୍ ଥିମ୍ କଲରରେ ଏହା ମିଳିବ ବୋଲି କହିଛି କମ୍ପାନୀ । ଯାହାର ଆଗରେ ରହିଛି ଫୁଲ୍ ଉଇଡ୍ ରନିଂ ଏଲଇଡି ବାର୍ ଏବଂ ଇଂଟିଗ୍ରେଟ୍ ଗ୍ରିଲ୍ । ଆହୁରି ମଧ୍ୟ ସ୍ପ୍ଲିଟ୍ ହେଡଲ୍ୟାମ୍ପକୁ ଡିଜାଇନ୍ କରିଛି କମ୍ପାନୀ ।ଏପରିକି ଏକା ଭଳି ଲାଗୁଛି ଫୁଲ୍  ଏବଂ କନସେପ୍ଟ ମଡେଲ୍ ।

ରେଗୁଲାର୍ ପେଟ୍ରୋଲ ହାରିଅର୍ ତୁଳନାରେ ଜବରଦସ୍ତ ରହିଛି ଇଭି ଭର୍ସନ୍ । କମ୍ପାନୀ ଏଥିରେ ବହୁତ ପରିବର୍ତ୍ତନ କରିଛି । ଯାହାକୁ ପରେ ଫେସଲିଫ୍ଟ୍ ରୂପରେ ଲଂଚ୍ କରାଯାଇପାରେ । ପୂର୍ବରୁ ଏଥିରେ ଅଲ୍ ହ୍ୱିଲ୍ ଡ୍ରାଇଭ୍ କନଫିଗୁରେସନ୍ ଏବଂ ଡୁଆଲ୍ ଇଲେକ୍ଟିକ୍ ମୋଟର ରହିବା ନେଇ ଘୋଷଣା କରିଥିଲା ଟାଟା । ଏହାସହ ଏଥିରେ ଆପଣଙ୍କୁ ମିଳିବ ଭେଇକିଲ୍ ଟୁ ଭେଇକିଲ୍ ଚାର୍ଜିଂ ସୁବିଧା । ଯାହାର ଅର୍ଥ ହେଉଚି, ଆପଣ ହାରିଅରର ବ୍ୟାଟେରୀରୁ ଅନ୍ୟ ଡିଭାଇସ୍ କିମ୍ବା କାର୍ ଚାର୍ଜ କରିପାରିବେ । ଅନ୍ୟ କାର ଦ୍ୱାରା ମଧ୍ୟ ହାରିଅର୍ ଚାର୍ଜ ହୋଇପାରିବ । ହେଲେ ଏବେସୁଦ୍ଧା ହାରିଅର୍ ଇଭିର ସବୁ ସ୍ପେସିଫିକେସନର ଖୁଲାସା କରିନି କମ୍ପାନୀ । କିନ୍ତୁ କୁହାଯାଉଛି ଯେ, ଏହା 400ରୁ 500 କିଲୋମିଟର ଯାଏଁ ଦେବ ଡ୍ରାଇଭିଂ ରେଂଜ୍ । ଯାହା ଅନ୍ୟ କାରକୁ ଭଲ କମ୍ପିଟ୍ କରିପାରିବ । ଯାହାର ସିଧା ମୁକାବିଲା ହେବ ଏକ୍ସୟୁଭି 700 ଇଲେକ୍ଟ୍ରିକ୍ ସହିତ । ତେବେ ଦର୍ଶକବନ୍ଧୁ, ଟାଟାର ଏହି କାର୍ ଖୁବ୍ ଦମଦାର୍ ହୋଇଛି । ଆପଣ ଯଦି କିଣିବାକୁ ଚାହୁଁଛନ୍ତି ତାହାଲେ କିଛି ମାସ ଅପେକ୍ଷା କରନ୍ତୁ । ଏହାପରେ ଆରମ୍ଭ ହୋଇଯିବ ବୁକିଂ । ଆପଣ 2024 ନୂଆବର୍ଷରେ ଘରକୁ ନେଇପାରିବେ ହାରିଅର୍ ଇଭି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ