ପଛରୁ ଡାକିଲେ ଯବାନ କିନ୍ତୁ ୮ଟି ଛେଳି ଧରି LoC ପାର୍, ପାକିସ୍ତାନରେ ପହଞ୍ଚିଲେ ମହିଳା

ଜମ୍ମୁ: ହାତରେ ଥିଲା ୮ଟି ଛେଳି। ଆଉ ସାମ୍ନାରେ ଥିଲା ଭାରତ-ପାକିସ୍ତାନ ସୀମା। ହେଲେ ସୀମାର ସମସ୍ତ କଟକଣା ଡେଇଁ ଛେଳିଙ୍କ ସହ ପାକିସ୍ତାନ ଅଧିକୃତ କାଶ୍ମୀରରେ ପହଞ୍ଚିଗଲେ ଜଣେ ମହିଳା। ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରୁ ଆସିଥିବା ଏହି ଘଟଣା ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇଛି।

ସୂଚନା ଅନୁସାରେ, ମହିଳାଙ୍କ ନାମ ରୁବିନା କୌସର। ସେ ପୁଞ୍ଚ ଜିଲ୍ଲାର କରଣୀ ଗ୍ରାମର ବାସିନ୍ଦା ମହମ୍ମଦ ଶଫିଙ୍କ ପତ୍ନୀ। ଅକ୍ଟୋବର ୩୦ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସେ ୮ଟି ଛେଳିଙ୍କୁ ଧରି ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରକୁ ଚାଲିଯାଇଥିବା ଜଣାପଡ଼ିଛି।

ଘଟଣା ଜଣାପଡ଼ିବା ପରେ ସୁରକ୍ଷା ବାହିନୀ ଓ ଗୁଇନ୍ଦା ସଂସ୍ଥା ସତର୍କ ହୋଇଉଠିଛନ୍ତି। ମହିଳା ଜଣକ କେଉଁ ପରିସ୍ଥିତିରେ ସୀମା ପାର୍ କଲେ, ଏହା ପଛରେ କୌଣସି ବିଶେଷ ଉଦ୍ଦେଶ୍ୟ ରହିଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି। ମହିଳା କିପରି ୮ଟି ଛେଳି ସହ ନିୟନ୍ତ୍ରଣ ରେଖା ପାର୍ ହେବାରେ ସଫଳ ହେଲେ, ତାହା ମଧ୍ୟ ଯାଞ୍ଚ ପରିସରକୁ ଆସିଛି।

ତେବେ ପୁଞ୍ଚ ଓ ରାଜୌରୀ ଅଞ୍ଚଳରେ ଏଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ସୀମାନ୍ତ ଅଞ୍ଚଳର ଭୌଗୋଳିକ ପରିସ୍ଥିତି ଏବଂ କେତେକ ସ୍ଥାନରେ କଣ୍ଟାତାର ବାଡ଼ ନଥିବାରୁ ସ୍ଥାନୀୟ ଲୋକ ଓ ସେମାନଙ୍କ ପଶୁ ଅଜାଣତରେ ସୀମା ଅତିକ୍ରମ କରିଥାନ୍ତି।

ପୂର୍ବରୁ ମଧ୍ୟ ଏଭଳି ଘଟଣାରେ ସୀମା ପାର୍ ହୋଇଥିବା ଲୋକଙ୍କୁ ସୁରକ୍ଷା ବାହିନୀ ଅଟକ ରଖି ପଚରାଉଚରା ପରେ ମାନବିକତା ଦୃଷ୍ଟିରୁ ଫେରାଇ ଦେଇଥିବା ନଜିର ରହିଛି। ଏବେ ରୁବିନାଙ୍କ ଘଟଣାକୁ ନେଇ ସବୁଠି ଚର୍ଚ୍ଚା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ