23.3 C
Odisha
Friday, March 6, 2026

କଳିଯୁଗରେ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ପ୍ରେମ କରି ବିବାହ ତ ସମସ୍ତେ କରନ୍ତି । ପ୍ରେମର ସଂଜ୍ଞା ମଧ୍ୟ ସମସ୍ତଙ୍କ ମତରେ ସମାନ ହୋଇନଥାଏ । ପ୍ରେମର ପରିଭାଷା କାହା ପାଇଁ କେମିତି ହୋଇଥାଏ, କେବଳ ପ୍ରେମ କରିଥିବା ଲୋକକୁ ହିଁ ଜଣା । ଏହାରି ମଧ୍ୟରେ ଉତରପ୍ରଦେଶ ଓରିଆରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି । ଯେଉଁଠି ୩୧ ବର୍ଷୀୟା ଜଣେ ଯୁବତୀ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତି ସହ ନେଇଛନ୍ତି ସାତଫେରେ । ପୁରା ରିତୀ ନୀତି ଅନୁସାରେ ଏହି ବିବାହଟି ସଂପୂର୍ଣ୍ଣ ହୋଇଛି । ପଣ୍ଡିତ ପଢିଛନ୍ତି ମନ୍ତ୍ର ଏବଂ ସବୁ ସଂପର୍କୀୟ ଉପସ୍ଥିତ ରହି ଖାଇଥିଲେ ବିବାହ ଭୋଜି । ଏମିତିକି ସକାଳୁ ଯେଉଁଭଳି ଝିଅଟି ବାପାଘର ଛାଡି ବିଦାୟ ନିଏ, ସେହିପରି ବନ୍ଧୁ ପରିଜନ ମଧ୍ୟ ଝିଅକୁ ବିଦାୟ ଦେଇଥିଲେ । ଏହି ଭିନ୍ନ ଧରଣର ବିବାହ ଏବେ ଆଖପାଖ ଜିଲ୍ଲା ସମେତ ସବୁଠି ଆଲୋଚନାର ବିଷୟ ପାଲଟିଛି ।
ସେଠାରେ ବାସ କରୁଥିବା ରଣଜୀତ ସୋଲଙ୍କୀଙ୍କ ଝିଅ ହେଉଛନ୍ତି ୩୧ ବର୍ଷୀୟା ରକ୍ଷା ସୋଲଙ୍କୀ । ଯାହାଙ୍କର ବିବାହ ପାଇଁ ଚାରିଆଡୁ ପ୍ରସ୍ତାବ ଆସୁଥିଲା । ରକ୍ଷାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଚି ଏଲ ଏଲ ବି । ହେଲେ କୌଣସି ଯୁବକଙ୍କ ପରିବର୍ତେ ପଡିଥିେଲେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ । ଆଉ ଶେଷରେ ସେ କୃଷ୍ଣଙ୍କୁ ବିବାହ କରି ସାରାଜୀବନ ତାଙ୍କ ସହ ବିତେଇବେ ବୋଲି ନିଷ୍ପତି ନେଇତିଲେ । ଏଠାରେ ଆପଣ ହୁଏତ ଭାବୁଥିବେ, ଏମିତି କେମିତି ସମ୍ଭବ ହେଲା । ଘର ଲୋକେ ସହଜରେ କିପରି ମାନିଗଲେ ଏହି କଥାକୁ । ହେଲେ ହଁ ଦର୍ଶକବନ୍ଧୁ ବାସ୍ତବରେ କିଛି ଏମିତି ହିଁ ଘଟିଛି । ରକ୍ଷାଙ୍କ କଥାରେ ପୁରା ସହମତି ଦେଇଥିଲା ପରିବାର । ଶେଷରେ ହିନ୍ଦୁ ଧର୍ମ ଅନୁଯାୟୀ ରିତୀନିତି ସହକାରେ ଏବେ ବିବାହ ସଂପନ୍ନ ହୋଇଛି । ବନ୍ଧୁ ପରିଜନ ସାମିଲ ହେବା ସହ ବରଯାତ୍ରୀ ନେଇ ଆସିଥିଲେ ଏବଂ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏମିତିକି ରକ୍ଷାଙ୍କ ଭାଇ ଆନନ୍ଦ ସୋଲଙ୍କୀ ମଧ୍ୟ ଭାଇ ହେବାର ତୁଲାଇଥିଲେ ସମସ୍ତ ପରମ୍ପରା ।
ତେବେ ଜଣାପଡିଛି କି, ଗତ ଜୁଲାଇରେ ପରିବାର ସହ ରକ୍ଷା ବୃନ୍ଦାବନ ଯାଇତିଲେ । ଆଉ ସେଠାରେ ହିଁ ତାଙ୍କ ମନରେ ଭଗବାନଙ୍କ ପ୍ରତି ପ୍ରେମଭାବନା ଜାଗ୍ରତ ହୋଇତିଲା । ଏମିତିକି ଥରେ ସ୍ୱପ୍ନରେ ସେ କୃଷ୍ଣଙ୍କ ସହ ବିବାହ ହୋଇଥିବା ମଧ୍ୟ ଦେଖିଥିଲେ । ଏହାପରେ ଘରଲୋକଙ୍କୁ କୃଷ୍ଣଙ୍କ ସହ ବିବାହ କରାଇବାକୁ କହିଥିଲେ ରକ୍ଷା । ପରିବାର ଲୋକେ ଝିଅର ଏମିତି ଭକ୍ତି ଦେଖି କଥା ବି କାଟିପାରିନଥିଲେ । ସେଷରେ ବିଧି ବିଧାନ ସହକାରେ କାହ୍ନା ଜି ଙ୍କ ସହ ଏବେ ରକ୍ଷାଙ୍କର ବିବାହ କରାଇଛନ୍ତି ପରିବାର ଲୋକେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ