ଦର୍ଶକବନ୍ଧୁ ଆପଣମାନେ ତ ସିଭିଲ ସର୍ଭିସ ପରୀକ୍ଷା ବିଷୟରେ ଜାଣିଥିବେ । ପ୍ରତିବର୍ଷ ଶହ ଶହ ପିଲା ଏଥିରେ ସଫଳତା ଲାଭ କରନ୍ତି । ହେଲେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଥିବ କେଉଁ ୟୁନିଭରସିଟିରୁ ଅଧିକ ପିଲା ପାଇଥାନ୍ତି ଆଇଏଏସ । ଆଜି ଆମେ ଆପଣଙ୍କୁ ଏ ସଂକ୍ରାନ୍ତରେ କହିବାକୁ ଯାଉଛୁ । ସେଥିପାଇଁ ଶେଷ ଯାଏଁ ଭିଡିଓଟିକୁ ଦେଖନ୍ତୁ ।
୧୯୭୫ରୁ ୨୦୧୪ ଯାଏଁ ଥିବା ତଥ୍ୟ ହିସାବରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରୁଥିବା ଛାତ୍ରଛାତ୍ରୀ ଅନ୍ୟ ବିଶ୍ୱବିଦ୍ୟାଳୟ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଶାସନିକ ସେବା କ୍ଷେତ୍ରରେ ଦିଲୀ ବିସ୍ୱବିଦ୍ୟାଳୟରୁ ରହିଛନ୍ତି ଅଧିକ ଛାତ୍ରଛାତ୍ରୀ ।
ୟୁପିଏସସି ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ହିସାବରେ, ଦିଲୀ ବିଶ୍ୱବିଦ୍ୟାଳୟ ଏତେ ଆଗରେ ରହିଚି କି, ଏହା ସମ୍ଭାବନା ନାହିଁ କି ୨୦୧୪ରୁ ୮ ବର୍ଷରେ ସ୍ଥିତି ବଦଳିଯିବ ।
ଏହି ରିପୋର୍ଟରୁ ଜଣାପଡିଛି କି, ୪୧୨୮ ଜଣ ଛାତ୍ରଛାତ୍ରୀ ଦିଲୀ ୟୁନିଭରସିଟିରୁ ଦେଶର ବିଭିନ୍ନ ସ୍ଥାନରେ ସିଭିଲ ସେବାରେ ଅଛନ୍ତି । ଆରଟିଆଇ ରିପୋର୍ଟରୁ ଜମାପଡିଛି କି, ୨୦୧୪ରୁ ୟୁନିଭରସିଟି ହିସାବରେ କ୍ୱାଲିଫାଏର ସଂଖ୍ୟା ଆକଳନ କରାଯାଇନାହିଁ ।
ତେବେ ଜଣାଇଦେବୁ କି, ସିଭିଲ ସେବା ପରୀକ୍ଷାରେ ଆବେଦନ କରିବା ପାଇଁ ଯେ କୌଣସି ସବଜେକ୍ଟରେ ଗ୍ରାଜୁଏସନ ଡିଗ୍ରୀ ଏକ ଜରୁରୀ ସର୍ତ । ତେବେ ଲିଷ୍ଟରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଥିଲା, ଯାହାର ୧୩୨୫ ଜଣ ଗ୍ରାଜୁଏଟ ସିଭିଲ ସର୍ଭିସ ପାଇଁ କ୍ୱାଲିଫାଏ କରିଥିଲେ । ଖାସ କଥା ହେଉଚି କି, ଟପ୍ ୧୦ରେ ଥିଲା ୫ଟି ୟୁନିଭରସିଟି । ଯାହାର ଛାତ୍ରଛାତ୍ରୀ ପରୀକ୍ଷାରେ ବିପୁଳ ସଂଖ୍ୟାରେ ଭାଗ ନେଇଥିଲେ । ପଂଜାବ ୟୁନିଭରସିଟି ୧୦.୩୬ ପ୍ରତିଶତ ସଫଳତା ହାର ସହ ସିଭିଲ ସେବା ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଷ୍ଟଟ ୟୁନିଭରସିଟି ଭାବେ ପରିଗଣିତ ହୋଇଚି ।
ୟୁପିଏସସି ଦ୍ୱାରା ଜାରି ବାର୍,ିକ ରିପୋର୍ଟରେ ଏମିତି ତଥ୍ୟ ପ୍ରକାଶ କରାଯାଇଛି । ଦିଲୀ ବିଶ୍ୱବିଦ୍ୟାଳୟରୁ ଅଧିକ ଚାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀ୭ାରେ କୃତକାର୍ଯ୍ୟ ହୋଇଛନ୍ତି । ୨ୟ ନମ୍ବରରେ ଥିଲା ଜେଏନୟୁ । ଜେଏନୟୁରୁ ୧୩୨୫ ଗ୍ରାଜୁଏଟ ସିଭିଲ ସର୍ଭିସ ସେବାରେ କ୍ୱାଲିଫାଏ କରିଥିଲେ । ତେବେ ତିନୋଟି ଆଇଆଇଟି ଟପ୍ ୧୦ ଲିଷ୍ଟରେ ବି ସ୍ଥାନ ବନାଇଥିଲା ।

