31.4 C
Odisha
Sunday, April 26, 2026

ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାଏ ବାଏ !

ସାଉଥ କ୍ୱିନ ସାମନ୍ଥା । ଅନେକ ସମୟରେ କୌଣସି ନା କୌଣସି କାରଣ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ପ୍ରଫେସନାଲ ଲାଇଫ ହେଉ କି ପର୍ସନାଲ ଲାଇଫ, ସେ ଫ୍ୟାନ୍ସଙ୍କ ମଧ୍ୟରେ ରୁହନ୍ତି ଲାଇମଲାଇଟରେ । ହେଲେ ଏବେ ସାମନ୍ଥାଙ୍କ ଫ୍ୟାନ୍ସଙ୍କୁ ଟିକିଏ ଝଟକା ଲାଗିପାରେ । କାରଣ ଏବେ ଅ୍ଧମ ବଡ ପରଦାରେ ପ୍ରିୟ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବନି । ଜଣାପଡିଛି କି, ସେ କୁଆଡେ ଅଭିନୟକୁ କହିବେ ବାଏ ବାଏ । ଆଉ ଦୂରେଇ ଯିବେ ଆକ୍ଟିଂ ଦୁନିଆରୁ । ଏବେ ଏମିତି କିଛି ଖବର ବେଶି ହାଇଲାଇଟ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏ ସଂପର୍କିତ ଖବର । ତେବେ ଫିଲ୍ମ ପୁଷ୍ପାରେ ଆଇଟମ ସଙ୍ଗ କରିବା ପରେ ଚାରିଆଡେ ଛାଇଯାଇଥିଲେ ସାମନ୍ଥା । ଧିରେ ଧିରେ ବଦଳିଯାଇଥିଲା ତାଙ୍କ ଇମେଜ । ଅନେକ ଫିଲ୍ମରେ ସେ କାମ କଲେ । ହେଲେ ବିଗତ ଦିନରେ ବକ୍ସ ଅଫିସରେ ଏତେଟା ଧମାଲ କରିପାରିଲାନାହିଁ ସାମନ୍ଥାଙ୍କ ଫିଲ୍ମ । ଯେଉଁ କାରଣ ପାଇଁ ନାଖୁସ ଅଛନ୍ତି ତାଙ୍କ ଫ୍ୟାନ୍ସ । ଏସବୁ ଭିତରେ ଫିଲ୍ମରୁ ଦୂରେଇଯିବା ଖବର ଦର୍ଶକଙ୍କ ବଡାଇଚି ଟେନସନ । ଆକ୍ଟିଂରୁ ଲମ୍ବା ବ୍ରେକ ନେବାକୁ ଯାଉଛନ୍ତି ଏହି ସାଉଥ ଆକ୍ଟ୍ରେସ ଜଣକ । ତେବେ ତାଙ୍କର ବ୍ରେକ ନେବା ପୂର୍ବରୁ ଶେଷ ଦୁଇଟି ପ୍ରୋଜେକ୍ଟ ହେବ ସିଟାଡେଲ ଏବଂ ଖୁସି ।
ଗତ ଏକ ବର୍ଷ ଧରି ସାମନ୍ଥା ବ୍ୟକ୍ତିଗତ ସମସ୍ୟା ସହ ହେଲଥ ଇସ୍ୟୁ ଦେଇ ଗତି କରୁଛନ୍ତି । ମାତ୍ର କହିବାଗୁ ଗଲେ, ଏତେସବୁ ସମସ୍ୟା ଆସିବା ପରେ ବି ସେ ଭାଙ୍ଗି ନପଡି କରିଚାଲିଥିଲେ କାମ । ପୁରା କରୁଥିଲେ ସବୁ ଆସାଇନମେଣ୍ଟ । ଏକ ରିପୋର୍ଟ ହିସାବରେ, ସାମନ୍ଥା ଏବେ ପ୍ରାୟ ୧ ବର୍ଷ ଯାଏଁ ବ୍ରେକ ନେବେ ଅଭିନୟରୁ । ଏଥିପାଇଁ ସେ ନିଷ୍ପତି ନେଇସାରିଛନ୍ତି । ଆଉ ଏହା ପଛରେ ଥିବା କାରଣ ବି ସାମ୍ନାକୁ ଆସିଛି । ତେବେ ବ୍ରେକ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ସାମନ୍ଥା ଖାସ ଧ୍ୟାନ ରଖିବେ ବୋଲି ଜଣାପଡିଛି । ଏହାସହ ମାୟୋସିଟିସ ରୋଗର ଚିକିତ୍ସା ବି କରାଇବେ ।
ଆଉ ଏକ ରିପୋର୍ଟରୁ ଜଣାପଡିଛି କି, ସାମନ୍ଥା କିଚି ବି ନୂଆ ବଲିଉଡ କି ସାଉଥ ଫିଲ୍ମ ସାଇନ କରିବା ନେଇ ପ୍ଲାନ ରଖିନାହାନ୍ତି । ଖାଲି ଏତିକି ନୁହେଁ, ଯେଉଁ ପ୍ରୋଜେକ୍ଟ ଉପରେ ଖୁସି ପରେ ସେ କାମ କରିବାର ଥିଲା, ତାର ଆଡବାନ୍ସ ପେମେଣ୍ଟ ବି ସେ ପ୍ରୋଜେଜକଙ୍କୁ ଫେରାଇ ଦେଇଛନ୍ତି ।
ସିଡାଟେଲ ଇଣ୍ଡିଆର ବରୁଣ ଧାବନଙ୍କ ସହ ସୁଟିଂ ସର୍ବିଆରେ ସାରିବା ପରେ ସାମନ୍ଥା ବର୍ତମାନ ସମୟରେ ବିଜୟ ଦେବରକୋଣ୍ଡାଙ୍କ ସହ ଖୁସି ର ସୁଟିଂ କରୁଛନ୍ତି । ଫିଲ୍ମର ସୁଟଂ ୨-୩ ଦିନରେ ଶେଷ ହୋଇଯିବ । ଏହାପରେ ସାମନ୍ଥା ଏକ ବର୍ଷ ପାଇଁ ବ୍ରେକ ନେବାର ଫଇସଲା କରି ଝଟକା ଦେଇଛନ୍ତି ନିଜ ଫ୍ୟାନ୍ସଙ୍କୁ । କହିରଖିବୁ ଯେ, ସାମନ୍ଥା ଶେଷ ଫିଲ୍ମ ଶକୁନ୍ତଳାମରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଠାରୁ ଫ୍ୟାନ୍ସ ବହୁତ କିଛି ଆଶା ରଖୁଥିଲେ, ହେଲେ ଆଶାନୁରୂପ ବ୍ୟବସାୟ କରିପାରନଥିଲା ସିନେମାଟି ।
ତେବେ ଦେଖାଯାଉ ସତରେ ସାମନ୍ଥା ଆକ୍ଟିଂ ଜଗତରୁ ବିରତି ନେଉଛନ୍ତି ନା ଏହା ଏକ ଉଡାଖବର ମାତ୍ର । ଆଗକୁ ସାମନ୍ଥା କଣ କରିବେ ତାହା ତ ପରବର୍ତୀ ସମୟରେ ଜଣାପଡିବ । ହେଲେ ଦର୍ଶକବନ୍ଧୁ ଯଦି ଆପଣ ସାମନ୍ଥାଙ୍କ ଫ୍ୟାନ୍ସ ତେବେ ସେ ଫିଲ୍ମରୁ ବ୍ରେକ ନେବା ନିଷ୍ପତି ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ