ସିଲେବ୍ରିଟିମାନଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିବାକୁ କାହାର ଅବା ପସନ୍ଦ ନୁହେଁ । ସେମାନଙ୍କ ଛୋଟରୁ ଅତି ଛୋଟ କଥା ଜାଣିବା ପାଇଁ ଫ୍ୟାନ୍ସ ସବୁବେଲେ ଅପେକ୍ଷା କରି ରହିଥାନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲୀ । ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି ଏହି କ୍ରିକେଟର ଜଣକ । କିଙ୍ଗ କୋହଲୀ ତଥା ରନ ମେସିନ ଭାବରେ ସେ ସବୁଟି ପରିଚିତ । ଏହି ନାଁ ହିଁ ବିରାଟଙ୍କୁ ଦର୍ଶାଏ ତାଙ୍କର ପର୍ସନାଲିଟି କେମିତି । ପ୍ରଫେସନାଲ ଲାଇଫ ହେଉ କିମ୍ବା ପର୍ସନାଲ ଲାଇଫ , ସବୁବେଳେ ଲାଇମଲାଇଟରେ ଏହି ଖେଳାଳୀ ଜଣକ ଥାଆନ୍ତି । କେତେବେଳେ ପତ୍ନୀ ତଥା ଆକ୍ଟ୍ରେସ ଅନୁଷ୍କା ଶର୍ମାଙ୍କ ସହ ଡିନର ଡେଟ୍ ହେଉ କିମ୍ବା ଝିଅ ଭାମିକା ସହ ମଜାମସ୍ତି କରୁଥିବା ବେଲେ ସୋସିଆଲ ମିଡିଆରେ ଆସନ୍ତି ଲୋଚଲୋକଚନକୁ । ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ ବିରାଟ । ତେବେ ବିରାଟଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ସ ଓ ଫଲୋଅର୍ସ । ସବୁବେଳେ ସେମାନେ ବିରାଟଙ୍କୁ ଅନୁସରଣ କରନ୍ତି । କେତେବେଲେ ସେ କଣ କଲେ, ତାଙ୍କୁ ନେଇ କଣ ଅପଡେଟ ଆସେ, ତା ଉପରେ ସବୁବେଲେ ଥାଏ ଫ୍ୟାନ୍ସଙ୍କ ନଜର ।
ବର୍ତମାନ ସମୟରେ ବି ବିରାଟଙ୍କୁ ନେଇ ଏକ ନୂଆ ଖବର ଜଣାପଡିଛି । ବିରାଟଙ୍କର ଲିକ୍ ହୋଇଚି ଦଶମ ଶ୍ରେଣୀର ମାର୍କସିଟ୍ । ଯାହାକୁ ଦେଖିଲେ ଜଣାପଡୁଛି କି, ଗଣିତରେ ସେ ଫେଲ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏବେ ଯାଏଁ ତ ଆପଣମାନେ ଆଇଏଏସ କିମ୍ବା ଆଇପିଏସ ମାନଙ୍କ ମାର୍କଲିଷ୍ଟ ଦେଖିଥିବେ । ହେଲେ ଆମେ ଆପଣଙ୍କୁ ଦେଖାଉଛୁ ବିରାଟ କୋହଲୀ ଙ୍କ ୧୦ମ ମାର୍କସିଟ୍ ।
ତେବେ କହିରଖିବୁ, ବିରାଟ ନିଜେ ସୋସିଆଲ ମିଡିଆରେ ନିଜର ମାର୍କସିଟ ସେୟାର କରିଥିଲେ । ଦଶମରେ ତାଙ୍କର ଥିଲା ୬୯ ପ୍ରତିଶତ ମାର୍କ । ଖାଲି ଏତିକି ନୁହେଁ ଗଣିତରେ ଫେଲ ହେବାରୁ ବି ସେ ଅଳ୍ପକେ ବର୍ତି ଯାଇଛନ୍ତି । ଗଣିତରେ ୧୦୦ରୁ ବିରାଟ ରଖିଛନ୍ତି ମାତ୍ର ୫୧ ନମ୍ବର । ସେହିପରି ଇଂରାଜୀରେ ସବୁଠୁ ଅଧିକ ୮୩, ହିନ୍ଦୀରେ ୧୦୦ରୁ ୭୧ ଓ ସାମାଜିକ ବିଜ୍ଞାନରେ ରଖିଥିଲେ ୬୯ ।
ଏକ ଇଣ୍ଟରଭ୍ୟୁ ମଧ୍ୟରେ କୋହଲୀ କହିଥିଲେ କି, ଗଣିତରେ ତାଙ୍କର ଜମା ବି ମନ ଲାଗେନି । ତେବେ ସେ ଯାହା ବି ହେଉ ଗଣିତରେ ସିନା କମ ରଖିଛନ୍ତି କୋହଲୀ । ହେଲେ କ୍ରିକେଟରେ କିନ୍ତୁ ପୁରାପୁରି ମାହିର । ବିରାଟଙ୍କ ଏହି ମାର୍କସିଟ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ ୟୁଜର । ଗଣିତରେ ବିରାଟ ବହୁତ କମଜୋର ବୋଲି କିଏ କହିଥିଲେ ତ ଆଉ କିଏ କହିଥିଲେ ଅନୁଷ୍କାଙ୍କର ବି ମାର୍କସିଟ ଦିଅ, ଦେଖିବା କିଏ ଭଲ ନମ୍ବର ରଖିଛନ୍ତି । ଏମିତି ଅନେକ ପ୍ରକାର କମେଣ୍ଟ ଆସିଥିଲା ଏହି ମାର୍କସିଟ ଉପରେ । ହେଲେ ପରବର୍ତୀ ସମୟରେ ବିରାଟ ଏହାକୁ ଡିଲେଟ କରିଦେଇଥିବା ଜଣାପଡିଛି ।
ତେବେ ଦର୍ଶକବନ୍ଧୁ ବିରାଟଙ୍କ ମାର୍କସିଟ ଉପରେ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

