22.9 C
Odisha
Wednesday, October 29, 2025

ଝିଅଙ୍କୁ ମିଳୁନାହାଁନ୍ତି ବର, କୁଆରୀ ରହୁଛନ୍ତି ସାରା ଜୀବନ

ସମସ୍ତଙ୍କୁ ଦରକାର ଭଲ ଜୀବନସାଥୀ । ଭଲ ଜୀବନସାଥୀଟିଏ ମିଳିଗଲେ ଜୀବନ ଭଲରେ କଟିଥାଏ । ,ସବୁ ଦୁଃଖ ସୁଖର ମିଳିମିଶି ସାମ୍ନା କରନ୍ତି ସେମାନେ । କେହି କେହାରିକୁ ଏକା ଛାଡନ୍ତି ନାହିଁ । ତେଣୁ ବୟସ ବଢିବା ପରେ ପୁଅ-ଝିଅଙ୍କର ବିବାହ କରି ଦିଅନ୍ତି ବାପା ଏବଂ ମାଆ । ଆପଣ ଜାଣିଥିବେ ଅଧିକାଂଶ ଝିଅ ଅବିବାହିତ ରୁହନ୍ତିନି । କେଉଁଠି ନା କେଉଁଠି ସେମାନଙ୍କ ପାଇଁ ମିଳିଯାଏ ଭଲ ବରଟିଏ । ହେଲେ ଏମିତି ଏକ ଗାଁ ଅଛି, ଯେଉଁଠି ଝିଅଙ୍କୁ ମିଳନ୍ତିନି ବର । ଆଉ ସାରା ଜୀବନ ସେମାନେ କୁଆରୀ ହୋଇ ରହିଯାଆନ୍ତି ।  

ଝିଅ ମାନେ ଅବିବାହିତ ରହୁଥିବାରୁ ଏହାକୁ କୁହାଯାଏ କୁଆରୀଙ୍କ ଗାଁ । ଏଠାରେ ବାହା ହେଇନାହାନ୍ତି କେହି । ଦିନ ପରେ ଗଡେ ଦିନ । ବୟସ ବି ବଢେ । ହେଲେ ସେମିତି କୁଆଁରୀ ରହି ଯାଆନ୍ତି ଯୁବତୀ ଆଉ ମହିଳା । ସାରା ଜୀବନ କଟିଯାଏ । ହେଲେ ସେମାନଙ୍କ ଭାଗ୍ୟରେ ନଥାଏ ବିବାହ ସୁଖ । କିଛି ନା କିଛି କାରଣ ପାଇଁ କୁଆରୀ ରହିଯାଆନ୍ତି ଏହି ଗାଁର ଝିଅମାନେ । ଏମିତି କିଛି ପାପ ମୁଣ୍ଡାଇଛି ବ୍ରାଜିଲର ଏକ ଗାଁ ।  ତେବେ ଆସନ୍ତୁ ଜାଣିବା ଘଟଣା ପଛର କାହାଣୀ ଆଉ ରହସ୍ୟ ।

ଆପଣ ଜାଣିଥିବେ ଝିଅ ବଡ଼ ହେଲେ ପ୍ରସ୍ତାବ ଖୋଜନ୍ତି ପିତାମାତା । ଝିଅକୁ ହାତରୁ ଦି ହାତ କରିବା ପାଇଁ ହୋଇଯାଆନ୍ତି ତତ୍ପର । ବାହାଘର ବି ଧୁମ ଧାମରେ ଆୟୋଜନ କରନ୍ତି । କିନ୍ତୁ ବ୍ରାଜିଲର ଏହି ଗାଁରେ ଦେଖାଯାଏ ବ୍ୟତିକ୍ରମ । ପ୍ରକୃତ କଥା ହେଉଛି ଗାଁରେ ପୁରୁଷଙ୍କ ସଂଖ୍ୟା ବହୁତ କମ । ଏଠାରେ ବିବାହ ପାଇଁ ମିଳନ୍ତିନି ପୁଅ । ବିବାହ ପାଇଁ ଇଚ୍ଛା ଥିଲେ ବି ସ୍ବପ୍ନକୁ ମାରିବାକୁ ପଡେ । ସବୁଠାରୁ ବଡ କଥା ହେଉଛି, ଗାଁରେ ରୁହନ୍ତି 600 ମହିଳା । ସେଥିରୁ 300 ଜଣ ଅବିବାହିତା । ଯେଉଁମାନଙ୍କ ବୟସ 18 ରୁ 30 ବର୍ଷ ।

ଏଠାରେ ଅବିବାହିତ ପୁରୁଷ ଖୋଜିବା ଜିରାରୁ ସିରା ବାହାର କରିବା ସହ ସମାନ । କାରଣ ଯେଉଁ 10 12 ଜଣ ପୁରୁଷ ରୁହନ୍ତି ସମସ୍ତେ ବିବାହିତ । ଏମିତି କି ମହିଳାମାନେ ବିବାହ କରିବାକୁ ଚାହାନ୍ତି, କିନ୍ତୁ ଗାଁ ଛାଡି ଯିବାକୁ ବି କରନ୍ତିନି ପସନ୍ଦ । ବେଳେ ବେଳେ ଜଣେ ପୁରୁଷଙ୍କୁ ଦୁଇରୁ ଅଧିକ ମହିଳାଙ୍କୁ ବିବାହ କରିବାକୁ ପଡିଥାଏ । ଗୋଟିଏ ପଟେ, ଯୁବତୀଙ୍କ ସଂଖ୍ୟା ବହୁତ ଅଧିକ ହୋଇତିବା ବେଳେ ହାତଗଣତି ପୁରୁଷ ଗାଁରେ ରୁହନ୍ତି । ତେଣୁ ଯୁବତୀମାନଙ୍କ ବାହାଘର ହୋଇପାରେ ନାହିଁ । ଏଠାକାର ଯୁବତୀଙ୍କ ଇଚ୍ଛା ବି ବହୁତ ଖାସ୍ । ସେମାନେ ଚାହାଁନ୍ତି ଯେ ବିବାହ ପରେ ପୁଅ ସେହି ଗାଁରେ ରହୁ । ଆଉ ସେମାନଙ୍କ କଥା ମାନୁ । ଏପରି କିଛି ଇଚ୍ଛା ପ୍ରକାଶ କରନ୍ତି ମହିଳାଙ୍କ । ଯେଉଁଥିରେ ରାଜି ହୁଅନ୍ତିନି ଅନେକ ଯୁବକ । ବାହାର ପୁଅ ବି ଏହି ସର୍ତ୍ତ ପାଇଁ ଗାଁରେ ବର ହେବାକୁ ମନା କରନ୍ତି । ତେବେ ପୁଅଙ୍କ ଅଭାବରୁ ଗାଁରେ ଚାଷ ବାସ କରନ୍ତି ମହିଳା । ପୁରୁଷଙ୍କ ଭଳି ଅନ୍ୟ କାମ ମଧ୍ୟ କରିଥାନ୍ତି । ହେଲେ ବିବାହ ପାଇଁ ଜୁଟେନି ସୁଯୋଗ । ଏମିତି ଭାବେ ସେମାନେ ସାରା ଜୀବନ ରହିଯାଆନ୍ତି ଅବିବାହିତ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ