25.4 C
Odisha
Saturday, May 18, 2024
spot_img

UPSC ପ୍ରଶ୍ନ ହିନ୍ଦୀରେ କଫିକୁ କ’ଣ କୁହାଯାଏ ?

ଯେତେବେଲେ ଆପଣ ଯୁଆଡେ ଯାଆନ୍ତି କିମ୍ବା ଘରେ ହେଉ ଅନେକ ସମୟରେ ଆପଣମାନେ ଚା କଫି ପିଉଥିବେ । ଏହାର ସ୍ୱାଦ ବି ଭାରି ନିଆରା । ଏମିତିରେ ଘରକୁ ଅତିଥି ଆସିଲେ ଆମେ ଚା କଫି ଦେଇଥାଉ । ବିଶେଷକରି ଭାରତୀୟମାନେ ଅନେକ ମାତ୍ରାରେ ଚା କଫି ର ଅଭ୍ୟାସ ରଖନ୍ତି । ସକାଳ ହେବା ମାତ୍ରେ ଚା କଫି ନ ପିଇଲେ ଦିନ ଭଲରେ ଯାଏନି । ସେଥିପାଇଁ ସକାଳ ହେଉ କିମ୍ବା ସନ୍ଧ୍ୟା ଏସବୁ ପାନୀୟ ଅନିବାର୍ଯ୍ୟ । ଏମିତିକି ଅନେକ ଯୁବତୀଙ୍କ ପ୍ରିୟ ହେଉଛି କଫି । ଚା ଅପେକ୍ଷା ସେମାନେ ବେଶି କଫି ପିଇବାକୁ ପସନ୍ଦ କରନ୍ତି । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର କଫି । କଫିରେ କ୍ୟାଫେନ ଥିବାରୁ ଏହାକୁ ପିଇବା ଦ୍ୱାରା ଏନର୍ଜିଟିକ ଅନୁଭବ ହୁଏ । ଥକାପଣ ସହ ଲଢିବାରେ ଏହା ସାହାଯ୍ୟ କରେ । ଏକ ଗବେଷମାରେ ବି ଜଣାପଡିଛି କି, ୧୦୦ ମିଲିଗ୍ରାମ କଫି କ୍ୟାଲୋରୀ ବର୍ଣ୍ଣକୁ ୩-୪ ପ୍ରତିଶତ ବଢାଇଥାଏ । ନିୟମିତ ବ୍ୟାୟାମ ଓ ସୁସ୍ଥକର ଆହାର ସହ କଫି ଟାଇପ ୨ ଡାଇବେଟିସକୁ କମ କରେ । ହେଲେ କଫି ସହ ଜଡିତ ଏକ ପ୍ରଶ୍ନ ରହିଚି । ଯାହାର ଉତର ୯୯ ପ୍ରତିଶତ ଲୋକେ ବି ଜାଣିନାହାନ୍ତି । ତାହେଲେ ଚାଲନ୍ତୁ ଜାଣିବା କଣ ସେହି ପ୍ରଶ୍ନ ଏବଂ ତାର ଉତର କଣ ।
ଚା କୁ ତ ସମସ୍ତେ ଚା ବୋଲି କୁହନ୍ତି । ଟ୍ରେନରେ ଚା ବାଲା ଚାଏ ଚାଏ ବୋଲି ଡାକୁଥାଏ । ହେଲେ କଫିକୁ କିନ୍ତୁ କଫି ବୋଲି ଡାକିଥାନ୍ତି । ଏଠି ପ୍ରଶ୍ନ ହେଲା କଫିକୁ ହିନ୍ଦୀରେ କଣ କୁହାଯାଏ । ହିନ୍ଦୀରେ ପ୍ରକୃତରେ କଣ କୁହାଯାଏ ତାହା ପ୍ରାୟ ସମସ୍ତଙ୍କୁ ଜଣାନାହିଁ । କାରଣ କଫିର ହିନ୍ଦୀ ଅର୍ଥ ଏତେ ମାତ୍ରାରେ ଆଦୃତ ନୁହେଁ । ଏମିତିକି ୟୁପିଏସସି ଦ୍ୱାରା ଆୟୋଜିତ ସିଭିଲ ସର୍ଭିସ ପରୀକ୍ଷା ଇଣ୍ଟରଭ୍ୟୁରେ ବି ଏମିତି ପ୍ରଶ୍ନ କରାଯାଏ । ମାତ୍ର ଅନେକ ଛାତ୍ରଛାତ୍ରୀ ଏହାର ଉତର ଦେବାରେ ମାରନ୍ତି ଫେଲ । କହିରଖିବୁ କଫିର ଦ୍ୱିତୀୟ ତଥା ସାଇଣ୍ଟିଫିକ ନାଁ ହେଉଛି କଫିଆ ଅରବିକା । କଫିର ଅରବିକ ଶବ୍ଦ କହଓାରୁ ନିଆଯାଇଛି । ଯାହାର ହିନ୍ଦୀରେ ଅର୍ଥ ହେଉଛି ପିଉଥିବା ପଦାର୍ଥ । ମୋଟାମୋଟି ଭାବେ ହିନ୍ଦୀରେ କଫିକୁ କୁହାଯାଏ କହଓା । ହେଲେ ଅନେକ ସ୍ଥାନରେ ଏହାକୁ କଫି ହିଁ କୁହାଯାଏ । ଯେହେତୁ ସବୁ ସ୍ଥାନରେ କହଓା ଶବ୍ଦର ପ୍ରଚଳନ ନାହିଁ, ସେଥିପାଇଁ ସମସ୍ତେ ଏହାର ହିନ୍ଦୀ ଅର୍ଥ ଜାଣିନଥାନ୍ତି । ତେବେ ଆପଣ କଫିର ହିନ୍ଦୀ ଅର୍ଥ ଜାଣିଥିଲେ ନା ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ