ଦର୍ଶକ ବନ୍ଧୁ, ଆଜିକାଲିର ଯୁବ ପିଢ଼ିଙ୍କ ମଧ୍ୟରେ ପତଳା ହେବା ନିଶା ଭାରି ଜୋର୍ ରେ ରହିଛି । ଫିଗର୍ ମେଣ୍ଟେନ କରିବାକୁ ସମସ୍ତେ ଚାହାନ୍ତି । ସେଥିପାଇଁ ଜୀମ ଯିବା ସହ ଫେଲୋ କରନ୍ତି ବିଭିନ୍ନ ପ୍ରକାର ଡାଏଟ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଡାଏଟିଂ କାରଣରୁ ଜଣେ ସୋସିଆଲ ମିଡ଼ିଆ ଇନଫ୍କୁଏଂସର୍ ଙ୍କ ର ମୃତ୍ୟୁ ହୋଇ ଯାଇଚି । ଯିଏ ଋଷ୍ ର ଥିଲେ । ବାସ୍ତବରେ ଏହି ମହିଳା ଜଣଙ୍କ ସୋସିଆଲ ମିଡ଼ିଆ ରେ କଞ୍ଚା ଖାଦ୍ୟ ପଦାର୍ଥ ର ପ୍ରମୋଟ କରାନ୍ତି। ଏହି ମହିଳାଙ୍କ ନାମ ହେଉଛି ଜନା ଶ୍ୟାମସୋନଭା । ଯାହାଙ୍କ ବୟସ ପ୍ରାୟ 39 ବର୍ଷ ବୋଲି ଜଣାପଡିଛି ।
ଡି ଆର୍ଟ ଭାବେ ପରିଚିତ ଜନା ଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିବା ଖବର ରହିଛି । ରିପୋର୍ଟ ଅନୁଯାୟୀ ବିଦେଶୀ ଫଳର ଡାଇଟ୍ ଯୋଗୁଁ ଅନାହାର ଏବଂ ଥକାପଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । କହିରଖିବୁ ଯେ ଜନ୍ନା କିଛି ମାସ ପୂର୍ବରୁ ଶ୍ରୀଲଙ୍କାରେ ଥିଲେ । ତାଙ୍କ ପାଦ ଫୁଲିଯିବା ସହ ସେଥୁରୁ ଲିକୁଇଡ ବାହାରୁଥିଲା । ପରେ ତାଙ୍କ ବନ୍ଧୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇ ଥିଲେ । ଜଣାପଡିଛି କି, ସେ କଞ୍ଚା ଭେଜିଟେରିଆନ ଫୁଡ୍ ଖାଉଥିଲେ । ଗତ ଦଶ ବର୍ଷ ଧରି ସେ ଭିଗନ୍ ଡାଏଟ୍ ଫଲୋ କରୁଥିଲେ । ଆରମ୍ଭରୁ ସେ କେବେ କେବେ ମାଛ ଓ କ୍ଷୀର ଜାତୀୟ ଖାଦ୍ୟ ଖାଉଥିଲେ। କିନ୍ତୁ ପରେ ଏହା ବନ୍ଦ କରିଦେଇଥିଲେ । ଜନ୍ମାଙ୍କ ବନ୍ଧୁଙ୍କ ଦାବି ଅନୁଯାୟୀ, ସେ ଅନେକ ବର୍ଷରୁ ଡାଏଟ୍ରେ କେବଳ, ସୂର୍ଯ୍ୟମୁଖୀ ମଞ୍ଜିର ଅଙ୍କୁର, ଫଳର ସ୍ମୃଦି, ଏବଂ ପଣସ ହିଁ ଖାଉଥିଲେ । ତାଙ୍କ ବନ୍ଧୁଙ୍କ କହିବା କଥା ହେଉଛି ସେ ବିଗତ ସାତ ବର୍ଷରୁ କଣ୍ଟାଜାତୀୟ ଖାଦ୍ୟ ଖାଉଛନ୍ତି ।
ରିପୋର୍ଟ ଅନୁଯାୟୀ କଞ୍ଚା ଖାଦ୍ୟ ଖାଇବାର ମୋଟିଭେସନ୍ ତାଙ୍କୁ ତାଙ୍କ ସାଙ୍ଗଠାରୁ ମିଳିଥିଲା । ଯିଏକି ନିଜ ବୟସଠାରୁ କମ୍ ଦେଖାଯାଉଥିଲେ । ସେ ତାଙ୍କର ଏକ ଭିଡିଓ କହିଥିଲେ କି ସେ ଡାଏଟ୍ରେ ପ୍ରତିଦିନ ନିଜ ଶରୀର ଏବଂ ମସ୍ତିଷ୍କ ବଦଳୁଥି।ବା ଜାଣିବାକୁ ପାଉଥିଲେ । ହେଲଥ୍ଲାଇନ୍ ଅନୁଯାୟୀ, କଞ୍ଚା ଫୁଡ୍ ରେ ଅନେକ ଫାଇଦା ହୋଇଥାଏ । ଏହା ଦ୍ବାରା ଓଜନ ହ୍ରାସ, ହାର୍ଟ ସୁସ୍ଥ ରହିବା ଏବଂ ଡାଇବେଟିସ୍ର ଆଶଙ୍କା କମ୍ ହୋଇଥାଏ ।
ଏହାବ୍ୟତୀତ କଞ୍ଚା ଫଳ ଖାଇବା ମଧ୍ଯ କ୍ଷତିକାରକ । ଯେଉଁଥିରେ ଭିଟାମିନ୍ ଡି ର କମ୍, ଭିଟାମିନ୍ ବି୧୨ର କମ୍ କାରଣରୁ ଏନିମିୟା, ନର୍ଭସ ସିଷ୍ଟମ ଡ୍ୟାମେଜ ଏବଂ ହାର୍ଟରେ ଅସୁବିଧା ହୋଇପାରେ । ଜନ୍ନାଙ୍କ ବନ୍ଧୁଙ୍କ କହିବା କଥା ଯେ ତାଙ୍କର କଞ୍ଚା ଖାଦ୍ୟ ଖାଇବାରୁ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଛି । ତାଙ୍କ ମାନିବା ହେଉଛି ଜନା ଖାଇଥିବା ଖାଦ୍ୟରେ ଥୁବା କେମିକାଲ୍ କାରଣରୁ ହିଁ ତାଙ୍କର ମୃତ୍ୟୁ ହୋଇଛି ।

