25.4 C
Odisha
Saturday, May 18, 2024
spot_img

‘ଅନଲକି’ ଗାର୍ଲ ତାପସୀ

ଦର୍ଶକବନ୍ଧୁ ଆପଣମାନେ ବଲିଉଡ ଆକ୍ଟ୍ରେସ ତାପସୀ ପନ୍ନୁଙ୍କୁ ତ ନିହାତି ଭାବେ ଜାଣିଥିବେ । ଜଣେ ହାଇପେଡ ଆକ୍ଟ୍ରେସଙ୍କ ମଧ୍ୟରୁ ତାପସୀ ହେଉଛନ୍ତି ଜଣେ । ବଲିଉଡକୁ ସେ ଭେଟି ଦେଇଛନ୍ତି ଅନେକ ସୁପର ହିଟ ଫିଲ୍ମ । ଯେଉଁଥିପାଇଁ ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ ଆଉ ଫଲୋଅର୍ସ । ତେବେ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଆନ୍ତି ଏହି ହିରୋଇନ ଜଣକ । କେତେବେଲେ ନୂଆ ଗେଟଅପକୁ ନେଇ ହେଉ କିମ୍ବା ଲଭ ଲାଇଫକୁ ନେଇ ଅନେକ ଗସିପ ହୁଏ ଏହି ଅଭିନେତ୍ରୀଙ୍କୁ ନେଇ । ତେବେ ଆପଣ ଜାଣିଛନ୍ତି କି, ଗୋଟିଏ ସମୟ ଏମିତି ତିଲା ଯେତେବେଲେ ତାପସୀଙ୍କୁ ସମସ୍ତେ କହୁଥିଲେ ଅନଲକି ଗାର୍ଲ ।
ପିଙ୍କ୍, ବଦଲା, ହସିନା ଦିଲରୁବା ପରି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଥିବା ଅଭିନେତ୍ରୀ ତାପସୀ ନିକଟରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଦେଖିବାକୁ ଗଲେ ତାପସୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ହେଲେ ସମୟ ଥିଲା ଯେତେବେଳେ ତାଙ୍କୁ ଅଶୁଭ ବୋଲି କୁହାଯାଉଥିଲା । ଶିକ୍ଷା କ୍ଷେତ୍ରରେ ଅନେକ ବଲିଉଡ ଅଭିନେତ୍ରୀଙ୍କଠାରୁ ତାପସୀ ବହୁତ ଆଗରେ ଅଛନ୍ତି । ସେ ଗୁରୁ ତେଗ ବାହାଦୁର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ କରିବା ପରେ ଏକ ଫାର୍ମରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର‌୍ୟ୍ୟ କରୁଥିଲେ ଯେଉଁଠି ସେ ଅନେକ ଆପ୍ ଡେଭଲପ୍ କରିଛନ୍ତି ।
ଏହାରି ଭିତରେ ସେ ମଡେଲିଂ ଅଫର ପାଇଥିଲେ ଏବଂ ପରେ ତାଙ୍କୁ ଅଭିନୟ କରିବାର ମୌକା ମିଳିଥିଲା । ଆଉ ଥରେ ଏହା ଭିତରକୁ ଏଣ୍ଟ୍ରି ମାରିବା ପରେ ସେ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ମିଳିଥିବା ସୁଯୋଗକୁ ହାତ ଛଡା ନ କରି ସିନେମାର ରଙ୍ଗିନ୍ ଜଗତରେ ପାଦ ଦେଇଥିଲେ ତାପସୀ । ଆଜି ସେ ଜଣେ ସଫଳ ଏବଂ ଆଗ ଧାଡିର ଅଭିନେତ୍ରୀ । ହେଲେ ଏହି ଯାତ୍ରା ତାଙ୍କ ପାଇଁ ସହଜ ନଥିଲା । କ୍ରମାଗତ ଫ୍ଲପ୍ ଚଳଚ୍ଚିତ୍ର ତାଙ୍କ କ୍ୟାରିଅର୍ ଉପରେ ପକାଇଥିଲା ଖରାପ ପ୍ରଭାବ ।
ତାପସୀ କେବେ ଭାବି ନଥିଲେ ଯେ ସେ ଜଣେ ଅଭିନେତ୍ରୀ ହେବେ ବୋଲି । ହେଲେ ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ସେତେବେଳେ ତାଙ୍କୁ ଖୁବ୍ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା । ଏପରି ସମୟ ଆସିଥିଲା ଯେତେବେଳେ ତାଙ୍କୁ ଇଣ୍ତଷ୍ଟ୍ରିରେ ଅଶୁଭ ବୋଲି କୁହାଯାଉଥିଲା । ତାପସୀ ଏକ ସାକ୍ଷାତକାରରେ ଏ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ, ତେଲୁଗୁରେ ମୋର କିଛି ଚଳଚ୍ଚିତ୍ର ହିଟ୍ ହେଉନଥିବାରୁ ସମସ୍ତେ ମୋତେ ଅଶୁଭ ଏବଂ ଅନଲକି ଝିଅ ବୋଲି କହିବା ଆରମ୍ଭ କରିଦେଇଥିଲେ । ଯାହା ପରେ ସିନେମା କରିବା ପାଇଁ ମୋତେ ଭୟ ଲାଗୁଥିଲା’ । ସେ ଆହୁରି କହିଛନ୍ତି, ଏସବୁ ମୋତେ ବହୁତ ବିବ୍ରତ କରୁଥିଲା, କିନ୍ତୁ ପରେ ମୁଁ ଚିନ୍ତା କଲି ମୋତେ କ’ଣ କରିବାର ଅଛି । ତାହା ନିଶ୍ଚିତ କରିବା ପରେ ମୁଁ ଆଉ ପଛକୁ ଚାହିଁ ନାହିଁ । କାହା କଥା ନ ଶୁଣି ଆଗକୁ ବଢିଛି ‘ । ବର୍ତମାନ ନିଜ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି ଅଭିନେତ୍ରୀ ତାପସୀ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ