35.7 C
Odisha
Friday, March 6, 2026

ସ୍ୱାଧୀନତା ଦିବସକୁ ନେଇ ଅଜଣା କଥା

ଅଗଷ୍ଟ ୧୫କୁ ସମଗ୍ର ଦେଶରେ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଏ । ପ୍ରତି ଜାଗାରେ ଥିବା ସ୍କୁଲ କଲେଜ ଠାରୁ ଆରମ୍ଭ କରି ସରକାରୀ ଅଫିସମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ସମସ୍ତେ ଗାଇଥାନ୍ତି ଜାତୀୟ ସଂଗୀତ । ତେବେ ଦ୍ରଶକବନ୍ଧଉ ଆପଣମାନେ ସମସ୍ତେ ତ ଜାଣିଛନ୍ତି କି ଦେଶର ସ୍ୱାଧୀନତା ନେଇ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋିଥିଲା । ହେଲେ ଏମିତି କିଛି କତା ହୁଏତ ବହୁତ କମ ଲୋକେ ଜାଣିଥିବେ କି, ଯେତେବେଳେ ଅଗଷ୍ଟ ୧୫ ୧୯୪୭ରେ ଦେଶକୁ ସ୍ୱାଧୀନତା ମିଳିଲା, ସେହି ଉତ୍ସବରେ ସାମିଲ ନଥିଲେ ବାପୁ । ସ୍ୱତନ୍ତ୍ରତା ଦିବସ ସହ ଏମିତି ଅନେକ ରୋଚକକର କଥା ଜଡିତ ହୋଇ ରହିଛି । ତାହେଲେ ଚାଲନ୍ତୁ ଜାଣିବା କଣ ସେହି ସବୁ ରୋଚକ ତଥ୍ୟ

୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଦେଶକୁ ସ୍ୱାଧୀନତା ମିଳିଥିବା ବେଳେ ବାପୁ ଦିଲ୍ଲୀ ଠାରୁ ହଜାର ହଜାର କିଲୋମିଟର ଦୂର ବଙ୍ଗଳାର ନୋଆଖଲୀରି ଥିଲେ । ମହାତ୍ମା ଗାନ୍ଧୀ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ହେଉଥିବା ସାଂପ୍ରଦାୟିକତା ହିଂସା ରୋକିବା ପାଇଁ ସେତେବେଳେ ଧାରଣା ଦେଉଥିଲେ ।
ଓମାନ ଭାବେ ୧୯୪୭ ମସିହା ଅଗଷ୍ଟ ୧୫ରେ ଆଜାଦୀର ଏହି ଦିବସ ନିଷ୍ପତି ହେବା ପରେ ଜବାହାରଲାଲ ନେହେରୁ ଓ ସରଦାର ବଲ୍ଲଭ ଭାଇ ପଟେଲ ବାପୁଙ୍କୁ ଲେଖିଥିଲେ ଏକ ଚିଠି ଏବଂ କହିଥିଲେ ୧୫ ଅଗଷ୍ଟ ଆମର ପ୍ରଥମ ସ୍ୱାଧୀନତା ଦିବସ ହେବ । ଆପଣ ଆମର ବାପୁ, ଏଥିରେ ସାମିଲ ହୋଇ ନିଜର ଆଶୀର୍ବାଦ ଦିଅନ୍ତୁ । ପରେ ବାପୁ ଜବାବ ଦେଇଥିଲେ କି, ଯେତେବେଳେ କଲିକତାରେ ହିନ୍ଦୁ ମୁସଲିମ ଜଣେ ଆଉ ଜଣଙ୍କ ପ୍ରାଣ ନେଉଛନ୍ତି, ଏସବୁ ଭିତରେ ଉତ୍ସବରେ କେମିତି ସାମିଲ ହୋଇପାରିବି । ଦଙ୍ଗା ବନ୍ଦ କରିବା ପାଇଁ ନିଜ ଜୀବନ ଦେଇଦେବି ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
୧୪ ଅଗଷ୍ଟ ମଧ୍ୟରାତ୍ରିରେ ନେହେରୁ ଭାଇସରୟ ଲଜ୍ ତଥା ବର୍ତମାନର ରଷ୍ଟ୍ରପତି ଭବନରୁ ନିଜର ଐତିହାସିକ ଭାଷଣ ଟ୍ରିଷ୍ଟି ଓିଥ୍ ଡେଷ୍ଟିନୀ ଦେଇଥିଲେ । ଯାହାକୁ ରେଡିଓ ମାଧ୍ୟମରେ ସମଗ୍ର ଦୁନିଆକୁ ଶୁଣାଯାଇଥିଲା । ହେଲେ ସେଦିନ ଗାନ୍ଧୀଜୀ ୯ଟାରୁ ଶୋଇପଡିଥିଲେ ।
ସ୍ୱତନ୍ତ୍ରତା ଦିବସରେ ପ୍ରତିବର୍ଷ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ ଦେଶର ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରନ୍ତି । ହେଲେ ଲୋକସଭା ସଚିବାଳୟର ଏକ ଗବେଷଣା ପତ୍ର ହିସାବରେ, ପ୍ରଥମ ଥର ୧୬ ଅଗଷ୍ଟ ୧୯୪୭ରେ ଲାଲକିଲାରୁ ପତାକା ଉତୋଳନ କରାଯାଇଥିଲା ।
ତେବେ ଦର୍ଶକବନ୍ଧୁ ଏହି ଖବରଟି ଆପଣଙ୍କୁ କେମିତି ଲାଗିଲା ନିଜ ମତାମତ ଆମକୁ ଦିଅନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ