40.3 C
Odisha
Thursday, April 16, 2026

ନିରାମିଷ ଖାଇ ରହିଛନ୍ତି ଫିଟ୍‌

ଦର୍ଶକବନ୍ଧୁ ଆମ ଭାରତୀୟମାନେ କ୍ରିକେଟକୁ ଭାରି ଭଲପାଆନ୍ତି । କ୍ରିକେଟ ସହ ଅନେକ କ୍ରିକେଟରମାନଙ୍କୁ ଫଲୋ କରନ୍ତି ତାଙ୍କ ଫ୍ୟାନ୍ସ । ଏହି ଲିଷ୍ଟରେ ରହିଛନ୍ତି ଅନେକ ଖେଳାଳୀ, ଯିଏ ନିଜ ପାରଦର୍ଶିତା ଦର୍ଶାଇ ଅନେକଙ୍କୁ ପ୍ରଭାବିତ କରିଛନ୍ତି । ସେମାନଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫ୍ୟାନ ଆଉ ଫଲୋଅର୍ସ । ତେବେ କ୍ରିକେଟରଙ୍କ ବିଷୟରେ ବହୁତ କିଛି ଜାଣିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ସେମାନେ କିପରି ଜୀବନି ଅତିବାହିତ କରୁଛନ୍ତି, ସେମାନଙ୍କର ଖାଦ୍ୟପେୟ କେମିତି କଣ, ଏସବୁ ଜାଣିବା ପାଇଁ ରହିଥାଏ ମନରେ ଉତ୍କଣ୍ଠା । ଏଢ଼ହାକୁ ବାଦ ଦେଲେ ଆଉ ଗୋଟିଏ ମୁଖ୍ୟ କଥା ହେଲା ଯେ, ମୈଦାନରେ ସବୁବେଳେ ଆକ୍ଟିଭ ରହିବା ପାଇଁ ଜଣେ ଖେଳାଳୀଙ୍କୁ ନିଜ ଫିଟନେଓ ବଜାୟ ରଖିବା ଦରକାର । ଏହିକାରଣ ପାଇଁ ସେମାନେ ସ୍ୱତନ୍ତ୍ର ଡାଏଟ ଫଲୋ କରନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆମେ କିଛି ଏମିତି ଖେଳାଳୀଙ୍କ ବିଷୟରେ କହିବୁ, ଯେଉଁମାନେ ଆମିଷ ଖାଆନ୍ତି ନାହିଁ । ନିରାମିଷ ଭୋଜନ କରି ନିଜ ଡାଏଟ ମେଣ୍ଟେନ କରନ୍ତି । ମୋଟାମୋଟି ଭାବେ ଆପଣ କହିପାରିବେ ଏମାନେ ହେଲେ ଶୁଦ୍ଧ ଶାକାହାରୀ । ଅବଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁତାଇପାରେ । ମାତ୍ର ଏହା ସତ ।

କ୍ରିକେଟ୍ ଖେଳ ଏବେ ଧିରେ ଧିରେ ଫିଟନେସ୍‌ର ଖେଳରେ ପରିଣତ ହୋଇଛି। ଖେଳାଳି ନିଜକୁ ଅନ୍ୟ ଖେଳାଳିଙ୍କ ତୁଳନାରେ ଫିଟ୍ ରଖିବାକୁ ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମରେ ସେମାନେ ବିଭିନ୍ନ ପ୍ରକାରର ଡାଏଟ ପ୍ଲାନ୍ ଓ ରୁଟିନ ଏକ୍ସରସାଇଜ୍ ଫଲୋ କରୁଛନ୍ତି। ଏଥିରେ କିଛି ଖେଳାଳି ନିଜକୁ ଫିଟ୍ ରଖିବା ପାଇଁ ନନଭେଜ୍ ଭୋଜନ କରୁଛନ୍ତି ତ ଆଉ କିଛି ସେମାନଙ୍କ ଭୋଜନରେ ଆମିଶକୁ ଦୂରରୁ ଜୁହାର କରୁଛନ୍ତି। ଏପରିକି ସେମାନେ ନିଜ ଡାଏଟ୍‌ରେ ଡାୟରୀ ପ୍ରଡକ୍ଟକୁ ମଧ୍ୟ ସାମିଲ କରୁ ନାହାନ୍ତି।

ଏଠାରେ ଆମେ ଭାରତୀୟ କ୍ରିକେଟର ଏପରି ଖେଳାଳିଙ୍କ ସମ୍ପର୍କରେ ସୂଚିତ କରିବୁ ଯେଉଁମାନେ ଡାଏଟ ପୂର୍ଣ୍ଣ ରୂପେ ଶୁଦ୍ଧ ସାକାହାରୀ। ଏହି ଲିଷ୍ଟର ପ୍ରଥମରେ ଆସିବେ କ୍ୟାପଟେନ କୁଲ ବା ମହେନ୍ଦ୍ର ସିଂ ଧୋନୀ
ଔଁ ଦର୍ଶଖବନ୍ଧୁ ଆପଣ ସାମାନ୍ୟ ଦ୍ୱନ୍ଦରେ ପଡିଥିବେ କି, ଧୋନୀ କଣ ସତରେ ପୁରା ଶାକାହାରୀ କି । ହେଲେ କହିବାକୁ ଗଲେ ପ୍ରକୃତରେ ଶାକାହାରୀ ହେଉଛନ୍ତି ଆମର ଏହି ପୂର୍ବତନ ଭାରତୀୟ କପ୍ତାନ । ସେ ସବୁବେଳେ ଶାକାହାରୀ ଭୋଜନ ଖାଇବାକୁ ପସନ୍ଦ କରନ୍ତି । ରାତିରେ ଖାଆନ୍ତି ରୁଟି, ତରକାରୀ । ଏହାଛଡା ଧୋନୀଙ୍କୁ କ୍ଷୀର ପିଇବା ବହୁତ ପସନ୍ଦ । ମ୍ୟାଚ ବେଳେ ସେ ସଫ୍ଟ ଡ୍ରିଙ୍କ ଓ ସୋଡା ପିଇବାରୁ ଦୂରେଇ ରୁହନ୍ତି । ପିଇଥାନ୍ତି କେବଳ ଫ୍ରେସ ଜୁସ୍ ।

ଏପରି ଜଣେ ଖେଳାଳି ହେଉଛନ୍ତି ବୋଲର ଇଶାନ୍ତ ଶର୍ମା। ସେ ଜଣେ ପୂର୍ଣ୍ଣ ସାକାହାରୀ ତେବେ ପୂର୍ବରୁ ତାଙ୍କର ନନଭେଜ ପ୍ରତି ବେଶ୍ ଋଚି ଥିଲା। ତେବେ ଥରେ ସେ ବଜାରକୁ ଚିକେନ କିଣିବାକୁ ଯାଇଥିବା ବେଳେ ତାଙ୍କର ଏପରି ଖାଦ୍ୟ ପ୍ରତି ଋଚି ବଦଳି ଯାଇଥିଲା। ସେବେଠାରୁ ସେ ଦ୍ୱିତୀୟବାର ଚିକେନ ଖାଇ ନଥିବା ବେଳେ ନନଭେଜ ଖାଇବା ବି ଛାଡି ଦେଇଛନ୍ତି।

ଇଶାନ୍ତଙ୍କ ଭଳି ଆଉ ଜଣେ ଖେଳାଳି ହେଉଛନ୍ତି ଚେତେଶ୍ୱର ପୂଜାରା। ସେ ଜୀବନରେ କେବେ ହେଲେ ନନଭେଜ ଖାଇ ନାହାନ୍ତି। ପିଲାଟି ଦିନରୁ ସେ ଶୁଦ୍ଧ ସାକାହାରୀ। ଖେଳାଳି ଜୀବନରେ ତାଙ୍କୁ ଖାଇବା ପିଇବା ନେଇ ଅନେକବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ହେଲେ ସେ କେବେ ହେଲେ ନନଭେଜ ଖାଇ ନାହାନ୍ତି କି ସେପରି ଖାଦ୍ୟ ପ୍ରତି ତାଙ୍କର କେବେ ଆକର୍ଷଣ ହିଁ ନଥିଲା। କେବଳ ଇଶାନ୍ତ କି ଚେତେଶ୍ୱର ନୁହନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଶୁଦ୍ଧ ସାକାହାରୀ।

ପାଣ୍ଡ୍ୟାଙ୍କୁ ଦେଖିଲେ ତାଙ୍କୁ କେହି ବି ସାକାହାରୀ କହିବେ ନାହିଁ। ତେବେ ସେ ଶୁଦ୍ଧସାକାହାରୀ, ସେ ଭୋଜନରେ କେବେ ମାଛ, ମାଂଶ କି ଅଣ୍ଡାକୁ ସାମିଲ କରନ୍ତି ନାହିଁ। ଏହା ବଦଳେ ସେ ଘିଅ, ଭାତ ଓ ଅନ୍ୟ ସାକାହାରୀ ଗୁଜରାଟି ବ୍ୟଞ୍ଜନକୁ ପସନ୍ଦ କରନ୍ତି। ଟିମ୍ ଇଣ୍ଡିଆର ସ୍ପିନ ବୋଲର ରବିଚନ୍ଦ୍ର ଅଶ୍ୱିନ୍ ମଧ୍ୟ ଶୁଦ୍ଧ ସାକାହାରୀ। ଏହି ଦିଗ୍ଗଜ ବୋଲର ଦକ୍ଷିଣ ଭାରତୀୟ ଖାଦ୍ୟର ସୌକିନ। ତାଙ୍କୁ ନନଭେଜ ଖାଦ୍ୟର ବାସ୍ନାହିଁ ଖରାପ ଲାଗେ। ଏଣୁ ସେ ସର୍ବଦା ଏକାକୀ ଭୋଜନ କରିବାକୁ ପସନ୍ଦ କରନ୍ତି।

ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲୀ ମଧ୍ୟ ଶୁଦ୍ଧ ସାକାହାରୀ। ବିରାଟଙ୍କ ଖେଳ କାହାକୁ ଅଛପା ନାହିଁ। ଜଣେ ବ୍ୟାଟସ୍ ମ୍ୟାନ୍ ଭାବେ ସେ ବେଶ୍ ଲୋକପ୍ରିୟ। ସେ ଏବେ ପୂର୍ଣ୍ଣ ରୂରେ ସାକାହାରୀ ହୋଇଯାଇଛନ୍ତି। ତେବେ ପୂର୍ବରୁ ସେ ନନଭେଜ ସୌକିନ୍ ଥିଲେ ବୋଲି କହନ୍ତି। ହେଲେ ଏବେ ତାଙ୍କର ଡାଏଟ ପ୍ଲାନ୍ ବଦଳେଇ ଦେଇଛନ୍ତି। ଏବେ ନିଜକୁ ସାକାହାରରେ ସନ୍ତୋଷ୍ଟ ରଖିବାକୁ ଚେଷ୍ଟା କରୁଛନ୍ତି।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ