23.3 C
Odisha
Friday, March 6, 2026

ଦୁର୍ଭାଗ୍ୟ ଆଣିବ ଆଇପିଏଲର ଓପନିଂ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟାନ ଗୁଜୁରାଟ ଟାଇଟନ୍ସକୁ ମହେନ୍ଦ୍ର ସିଂ ଧୋନୀଙ୍କ କପ୍ତାନୀ ବିଶିଷ୍ଟ ଟିମ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବାର ଅଛି । ଗୁଜୁରାଟ ଟିମର କପ୍ତାନୀ ରହିଛି ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ । ସେପଟେ ନୂଆ ଟିମ ଗୁଜୁରାଟର ଏହା ହେଉଛି ୨ୟ ସିଜିନ । ପ୍ରଥମ ସିଜିନ ୨୦୨୨ରେ ଟ୍ରଫି ହାତେଇଥିଲା ଗୁଜୁରାଟ । ହେଲେ ଆଇପିଏଲ ୨୦୨୩ ଆରମ୍ଭ ହେବାର ଠିକ ପୂର୍ବରୁ ଧୋନୀ ଓ ପାଣ୍ଡ୍ୟାଙ୍କ ପାଇଁ ଏକ ସତର୍କ ଘଣ୍ଟି ରହିଛି ।
କହିରଖିବୁ କି, ୨୦୦୮ରୁ ଏବେ ଯାଏଁ ଆଇପିଏଲର ୧୫ଟି ସିଜିନ ଖେଳାସରିଛି । ଏମାନଙ୍କ ମଧ୍ୟରେ କେବଳ ୫ ଥର ଓପନିଂ ମ୍ୟାଚ୍ ଖେଳିଥିବା ଦୁଇ ଟିମ ମଧ୍ୟରୁ କିଏ ଜଣେ ଚାମ୍ପିୟନ ବନିଛନ୍ତି । ଏଥିରେ ବି ସେହି ଟିମ ଚାମ୍ପିୟାନ ବନିଛି । ଯିଏ ଓପନିଂ ମ୍ୟାଚ ଜିତିଛି । ଯେତେବେଳେ କି କେବଳ ୨ ଥର ଆଇପିଏଲର ଓପନିଂ ମ୍ୟାଚ ହାରିଥିବା ଟିମ ସେହି ସିଜିନରେ ଚାମ୍ପିୟାନ ବନିଛି । ଏହି ଦୃଷ୍ଟିରୁ ସଂଖ୍ୟା ଧୋନୀ ଓ ପାଣ୍ଡ୍ୟାଙ୍କ ଫେବରରେ ବହୁତ କମ ଯାଉଥିବା ନଜର ଆସୁଛି । ଏହା ହିଁ କାରଣ ଯେ, ଧୋନୀ ଓ ପାଣ୍ଡ୍ୟାକୁ ଏଥର ଅଧିକ ସତର୍କ ରହିବାକୁ ପଡିବ । କାରଣ ସେମାନଙ୍କୁ ହିଁ ଚଳିତ ସିଜିନର ପ୍ରଥମ ମ୍ୟାଚ ଖେଳିବାର ଅଛି ।
ଆଇପିଏଲ ଇତିହାସରେ, ଏବେ ଯାଏଁ, ସବୁଠୁ ଅଧିକ ବିଜୟ ଲାଭ କରିଥିବା ଟିମର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ନାମରେ ରହିଛି । ରୋହିତ ଶର୍ମାଙ୍କ କପ୍ତାନୀରେ ମୁମ୍ବାଇ ଏସବୁ ଟ୍ରଫି ଜିତିଛି । ଏହାବ୍ୟତୀତ ଧୋନୀଙ୍କ କପ୍ତାନୀରେ ଚେନ୍ନାଇ ଟିମ ୨ୟ ସବୁଠୁ ଅଧିକ ୪ ଥର ବିଜୟ ମୁକୁଟ ପିନ୍ଧିଛି । ସେହିପରି କୋଲକାତା ନାଇଟ ରାଇଡର୍ସ ୨ ଥର ଚାମ୍ପିୟାନ ବନିଛି । ଯେତେବେଳେ କି ହାଇଦ୍ରାବାଦ ଫ୍ରାଚାଂଇଜି ବି ଦୁଇ ଥର ଜତିଛି ବିଜୟର ଖିତାବ । ଏହି ୩ ଟିମ ବ୍ୟତୀତ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ଗୋଟିଏ ଲେଖାଏଁ ବିଜୟ ନିଜ ନାମରେ କରିଛନ୍ତି ।
ଏହାବାଦ ରୟାଲ ଚ୍ୟାଲେଜଂର୍ସ ବେଙ୍ଗାଲୁରୁ, ଦିଲୀ କ୍ୟାପିଟାଲସ, ପଂଜାବ କିଙ୍ଗସ ଏଭଳି ଏକ ଫ୍ରାଚାଂଇଜି, ଯିଏ ଆଇପିଏଲ ଆରମ୍ଭରୁ ଅଛନ୍ତି । ହେଲେ ଏବେ ଯାଏଁ ଥରେ ବି ବିଜୟ ଲାଭ କରିପାରିନାହାନ୍ତି । ମଝିରେ ପୁଣେ ଓାରିଅର୍ସ, ଗୁଜୁରାଟ ଲାୟନ୍ସ, କୋଚି ଟସକର୍ସ ଭଳି ଟିମ ବି ଆସିଥିଲେ । ହେଲେ ସେମାନେ ଚାମ୍ପିୟନ ବନିପାରିଲେ ନାହିଁ । ଗତ ସିଜିନରେ ଲଖନଉ ସୁପର ଜିଆଣ୍ଟଓ ସାମିଲ ହୋଇଥିଲା । ଯାହା ଏବେ ବି ଅଛି ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ