ଦର୍ଶକ ବନ୍ଧୁ ଏବେ ସବୁଠି କିଛି ଚର୍ଚା ହେଉ କି ନ ହେଉ , କିନ୍ତୁ ଟମାଟୋ ଚର୍ଚା ବନ୍ଦ ହେଉନି । ଖାଲି ଟମାଟୋ ନୁହେଁ ଏବେ ଆକାଶ ଛୁଆ ହେଲାଣି ପନି ପରିବା ଦର । ଖାଉଟିଙ୍କ ପକେଟ କୁ ଭାରି ବାଧୁଛି ମାର୍କେଟ କୁ ଯାଇ ପରିବା କିଣିବା । ତେବେ ପରିବା ଦର ବୃଦ୍ଧି ମଧ୍ୟରେ କେନ୍ଦ୍ରର ହସ୍ତକ୍ଷେପ ପରେ ଟମାଟୋ କିଲୋଗ୍ରାମ ପିଛା ହ୍ରାସ ପାଇ ୮୦ ଟଙ୍କାରେ ବିକ୍ରି ପାଇଁ ସରିଛି ପ୍ରସ୍ତୁତି । ନୂଆ ମୂଲ୍ୟରେ ବିକ୍ରି ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ କାନପୁର ଓ ବାରାଣାସୀ ଭଳି ପ୍ରମୁଖ ସହରରେ ହେଉଛି । ମୌସୁମୀ ବର୍ଷା କାରଣରୁ ପ୍ରମୁଖ ସହରଗୁଡିକରେ ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ପହଂଚିଛି ୨୫୦ ଟଙ୍କାରେ ।
ସରକାରୀ ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ କିଲୋଗ୍ରାମ ପିଛା ୮୦ ଟଙ୍କାରେ ଟମାଟୋ ବିକ୍ରି ହେଉଛି । ନ୍ୟାସନାଲ କୋଅପରେଟିଭ୍ ଗ୍ରାହକ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମାଧ୍ୟମରେ ଆରମ୍ଭ ହୋଇଛି ଏହି ବିକ୍ରି ।
କହିରଖିବୁ କି, ଦେଶର ୫୦୦ ପ୍ଲସ୍ ପଏଣ୍ଟରୁ ପରିସ୍ଥିତିର ପୁନଃ ମୂଲ୍ୟାଙ୍କନ ପରେ ରବିବାର ଠାରୁ କିଲୋଗ୍ରାମ ପିଛା ୮୦ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀ, ନୋଏଡା, ଲକ୍ଷ୍ନୌର ପ୍ରତ୍ୟେକ ପଏଣ୍ଟରେ ଆଜି ବିକ୍ରି ଆରମ୍ଭ ହୋଇଛି । କାନପୁର, ବାରାଣାସୀ, ପାଟନା, ମୁଜାଫରପୁରଠାରେ ଆରଏଫ୍ ଘଇୠଋଊ ଏବଂ ଘଉଉୠ ମାଧ୍ୟମରେ ଏହି ସ୍ଥାନଗୁଡିକର ବଜାର ମୂଲ୍ୟ ଉପରେ ନିର୍ଭର କରି ଏହାକୁ ଅଧିକ ସହରକୁ ବିସ୍ତାର କରାଯିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।
ସେପଟେ ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ରୋହିତ କୁମାର ସିଂ ଟ୍ୱିଟରରେ କହିଛନ୍ତି ଯେ ଦିଲ୍ଲୀ, ନୋଏଡା, କାନପୁର, ଲକ୍ଷ୍ନୌ, ବାରାଣାସୀ, ପାଟନା, ମୁଜାଫରପୁର ଓ ଆରାରେ ଟମାଟୋ ବିକ୍ରି ହେଉଛି। ଏହାର ମୂଲ୍ୟ ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଏହା କିଲୋଗ୍ରାମରେ ୮୦ ଟଙ୍କା ରେ ବିକ୍ରି ହେବ, ଆଗକୁ ଏହା ଆହୁରି ହ୍ରାସ ପାଇବ । \” ଏହାପୂର୍ବରୁ ସିଂ କହିଥିଲେ ଯେ ଟମାଟୋ ଦର ହ୍ରାସ କରି ଲୋକଙ୍କୁ ଶାନ୍ତିରେ ଟିକେ ଆଶ୍ଵସ୍ତି ଦେବା ପାଇଁ ଶନିବାର ଠାରୁ ପ୍ରମୁଖ ସହରରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଟମାଟୋ ବିକ୍ରି ଉପଲବ୍ଧ ହେବ।
ତେବେ ଦେଖିବାକୁ ଗଲେ ସରକାରୀ ତଥ୍ୟ ଅନୁଯାୟୀ ସାରା ଭାରତର ଟମାଟୋ ର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ରହିଥିଲା ପ୍ରାୟ ୧୧୭ ଟଙ୍କା । ଶନିବାର ଦିନ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଦିଲ୍ଲୀ-ଏନସିଆରରେ ପ୍ରାୟ ୧୮,୦୦୦ କିଲୋଗ୍ରାମ ଟମାଟୋ ବିକ୍ରି ହୋଇଥିଲା। ମେଟ୍ରୋ ମଧ୍ୟରେ ଟମାଟୋ ଦିଲ୍ଲୀରେ କିଲୋଗ୍ରାମ ପିଛା ୧୭୮ ଟଙ୍କା, ଏହା ପରେ ମୁମ୍ବାଇରେ ୧୫୦ ଓ ଚେନ୍ନାଇରେ ୧୩୨ ଟଙ୍କା ଥିଲା। ତେବେ କେଜି ପିଛା ସର୍ବାଧିକ ୨୫୦ ଟଙ୍କା ଥିଲା ହାପୁରରେ । ରିପୋର୍ଟ ହିସାବ ରେ, ଟମାଟୋର ହାରାହାରି ସର୍ବଭାରତୀୟ ଖୁଚୁରା ମୂଲ୍ୟ ଶନିବାର ଦିନ କିଲୋଗ୍ରାମ ପିଛା ୧୧୬ ଟଙ୍କା ୮୬ ପଇସା ଥିବାବେଳେ ସର୍ବନିମ୍ନ ୨୫ ଟଙ୍କା ପ୍ରତି କିଲୋଗ୍ରାମ ଥିଲା।
ଅନ୍ୟପଟେ ଯଦି ଦେଖିବା , ଟମାଟୋ ଦର କମିନଥିବାରୁ ଗରିବ ଓ ସାଧାରଣ ଜନତାଙ୍କ ହାଣ୍ଡିଶାଳରେ ମଧ୍ୟ ଖୁବ୍ ପ୍ରଭାବ ପଡିଛି । ଆବଶ୍ୟକତାଠାରୁ ସ୍ୱଳ୍ପ ପରିମାଣରେ ଟମାଟୋ କିଣୁଛନ୍ତି ଗ୍ରାହକ । ଅନେକ ବ୍ୟକ୍ତି ଟମାଟୋ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କିଛି ହୋଟେଲ୍, ରେଷ୍ଟୁରାଣ୍ଟ୍, ଓ ଫୁଡ୍ ଡେଲିଭରୀ ସଂସ୍ଥା ଗୁଡିକ ଟମାଟୋକୁ ନିଜ ଖାଦ୍ୟସାମଗ୍ରୀରୁ ବାଦ ଦେବା ମଧ୍ୟ ଆରମ୍ଭ କରିଛନ୍ତି । ରାଜ୍ୟ ସମେତ ସମଗ୍ର ଦେଶରେ ଟମାଟୋକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି । ଦର ନିୟନ୍ତ୍ରଣ କରିବା ପାଇଁ ପାଖାପାଖି ମାସକରୁ ଅଧିକ ସମୟ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ କ୍ଷେତରୁ ଟମାଟୋ ଉତ୍ପାଦନ କରିବା ପରେ ଦର ନିୟନ୍ତ୍ରଣ ହେବ ବୋଲି କୁହାଯାଉଛି ।
ତେବେ ଦର୍ଶକ ବନ୍ଧୁ ଟମାଟୋ ଦର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

