ମୋମୋ ଖାଇ ଆଖି ବୁଜିଲେ ଯୁବକ

ଆଜିକାଲିର ଯୁବପିଢିଙ୍କ ଙ୍କ ଖାଇବା ରୁଚି ପୁରାପୁରି ବଦଳିଗଲାଣି । ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ଖାଇବା ସେମାନଙ୍କ ର ଭାରି ପସନ୍ଦ । ହେଲେ ସେମାନେ ଜାଣନ୍ତିନି ଯେ ଏ ସବୁ ବାହାର ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ତେବେ ସନ୍ଧ୍ୟା ହେବାମାତ୍ରେ ମାର୍କେଟ ରେ ମୋମୋ ଦୋକାନରେ ତ ଗହଳି ହେଉଥିବା ଆପଣ ଦେଖୁଥିବେ । ନିଜେ କେବେକେବେ ଖାଉଥିବେ ମଧ୍ୟ । ହେଲେ ବର୍ତମାନ ଆମେ ଆପଣଙ୍କୁ ଏକ ଏମିତି ଖବର ଦେବୁ ଯାହାକୁ ଶୁଣିବା ପରେ ଆପଣ ବୋଧେ ଆଉ ମୋମୋ ଖାଇବେନି ।
ଅନ୍ୟପଟେ ଆପଣ ଫୁଡ ଚ୍ୟାଲେଞ୍ଜ ବି ଶୁଣିଥିବେ କିମ୍ବା ସୋସିଆଲ ମିଡ଼ିଆ ରେ ଏ ବାବବଦରେ ଦେଖିଥିବେ ମଧ୍ୟ । ଅନେକ ସମୟରେ ଖାଇବା ପ୍ରତିଯୋଗିତା ହୁଏ ଟଙ୍କା ପାଇବା ଆଶା । ହେଲେ ଥଟା ମଜା ରେ ହୋଇଥିବା ଫୁଡ ଚ୍ୟାଲେଞ୍ଜ କେବେ କେବେ ମୃତ୍ୟୁର ବି କାରଣ ପାଲଟିଯାଏ । ହଁ ଦର୍ଶକ ବନ୍ଧୁ , ବିହାରରୁ ଏକ ଆଶ୍ଚର‌୍ୟ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯାହାକୁ ଶୁଣି ମୋମୋ ପ୍ରେମୀ ହୋଇଯାଇଛନ୍ତି ଆଚମ୍ବିତ ।

ବାସ୍ତବରେ ଗୋପାଳଗଞ୍ଜର ସିହୋରା ଗାଁର ଜଣେ ବ୍ୟକ୍ତି ମୋମୋ ଖାଇବା ପରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଭିପିନ କୁମାର ପାସୱାନଙ୍କୁ ବୟସ ହୋଇଥିଲା ମାତ୍ର ୨୫ ବର୍ଷ । ଶୁକ୍ରବାର ଦିନ ଭିପିନଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ଦେଖୁବାକୁ ମିଳିଥିଲା, ପରେ ଘଟଣା ସମ୍ପର୍କରେ ପୋଲିସକୁ ଦିଆଯାଇଥିଲା ସୂଚନା । କିନ୍ତୁ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଭିପିନଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି।
ଏହା ମଧ୍ୟ କୁହାଯାଉଛି ଯେ ଭିପିନଙ୍କ ସାଙ୍ଗମାନେ ତାଙ୍କୁ ଏକ ମୋମୋସ ଚ୍ୟାଲେଞ୍ଜ ଦେଇଥିଲେ । ଜିତିବା ଏବଂ ହରାଇବା ଉପରେ ବାଜି ଲଗାଇଥିଲେ। ଏହାକୁ ଗ୍ରହଣ କରିଥିଲେ ଭିପିନ୍ । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚ୍ୟାଲେଞ୍ଜ ଜିତିବା ପାଇଁ ଭିପିନ ୧୫୦ ଟି ମୋମୋ ଖାଇଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ବର୍ତମାନ ପୋଷ୍ଟମର୍ଟମ ପରେ ପୋଲିସ ଭିପିନଙ୍କ ମୃତଦେହ ତାଙ୍କ ପରିବାରକୁ ଦେଇଛି । ସେପଟେ ଭିପିନଙ୍କ ଆକସ୍ମିକ ମୃତ୍ୟୁରେ ପୁରା ପରିବାର ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି। ଏହି ଘଟଣା ଟି ସମଗ୍ର ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି।

ସେପଟେ ଡାକ୍ତର କହିଛନ୍ତି ଯେ ସମସ୍ତ ଖାଇବାକୁ ସମ୍ପୂର୍ଣ୍ଣ ଚୋବାଇବା ପରେ ମୋମୋ ଖାଇବା ଆବଶ୍ୟକ, କାରଣ ଯଦି ଆପଣ ଏହାକୁ ଚୋବାନ୍ତି ନାହିଁ, ତେବେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ରହିପାରେ । ମୋମୋସ୍ ଧଳା ମଇଦାରେ ତିଆରି। ଯାହାକୁ ନ ଚୋବାଇଲେ ଗଳାରେ ଅଟକି ଯିବାର ରହିଥାଏ ଯଥେଷ୍ଟ ସମ୍ଭାବନା । ସେଥିପାଇଁ ଅଧିକ ମାତ୍ରାରେ ମୋମୋ ଖାଇବା ଠାରୁ ଦୂରେଇରହିବା ଉଚିତ ବୋଲି କୁହନ୍ତି ଡାକ୍ତର ।
ତେବେ ଦର୍ଶକ ବନ୍ଧୁ ଏହି ଖବର ଆପଣ ଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ