ଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଜୁନ ୨୩ ତାରିଖରେ ଘୋଷଣା ହୋଇଥିଲା ଭାରତୀୟ ଟିମ । ଘୋଷଣା ହିସାବରେ, ଦଳର କପ୍ତାନୀ ରହିବ ରୋହିତ ଶର୍ମାଙ୍କ ହାତରେ । ସେହିପରି ମିଡିଲ ଅର୍ଡରର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କୁ ଦିଆଯାଇଛି ଉପକପ୍ତାନୀ ଦାୟିତ୍ୱ । ତେବେ ଖାସ୍ କଥା ହେଉଛି, ୧୬ ଜଣିଆ ଏହି ଟିମରେ ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ସାମିଲ କରାଯାଇନାହିଁ । ୩୫ ବର୍ଷୀୟ ପୂଜାରାଙ୍କୁ ସାମିଲ କରାନଯିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର ଚୟନକର୍ତାଙ୍କ ନିଷ୍ପତି ଉପରେ କରିଛନ୍ତି ଆଲୋଚନା । ତେବେ ଜଣାଇଦେବୁ ଯେ, ପୂଜାରାଙ୍କୁ ଏହାପୂର୍ବରୁ ୨୦୨୨ ସାଉଥ ଆଫ୍ରିକା ଗସ୍ତ ପରେ ଟେଷ୍ଟ ଟିମରୁ ବାହାର କରାଯାଇଥିଲା । ଅବଶ୍ୟ କାଉଣ୍ଟୀ ଚାମ୍ପିୟାନସିପରେ ସଫଳତା ପାଇଁ ଦମଦାର ପ୍ରଦର୍ଶନ ପରେ ସେ ପୁଣି ଭାରତୀୟ ଟିମକୁ ଫେରିଥିଲେ ।
ତେବେ ଏ ସଂପର୍କରେ ଗାଭାସ୍କର କହିଛନ୍ତି, ‘ପୂଜାରାଙ୍କୁ କାହିଁକି ହଟାଗଲା । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ସେ କାହିଁକି ବକରା ବନିଲେ । ଭାରତୀୟ କ୍ରିକେଟର ସେ ହେଉଛନ୍ତି ଜଣେ ଦାୟିତ୍ୱବାନ ଓ ଶାନ୍ତ ଖେଳାଳୀ । ଫରକ ହେଲା ଏତିକି ଯେ, ଅନ୍ୟ ଖେଳାଳୀଙ୍କ ଭଳି ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ନାହାନ୍ତି । ଯିଏ ତାଙ୍କ ସପକ୍ଷରେ ବାହାରି ପାରିବେ । ତାଙ୍କୁ ବାହାର କରି ଅନ୍ୟମାନଙ୍କୁ ଦଳରେ ରଖିବା, ଏ କି ପ୍ରକାର ମାପଦଣ୍ଡ । ଏ ବିଷୟରେ ମୋତେ ଜଣାନାହିଁ । କାରଣ ଆଜିକାଲି ସିଲେକ୍ଟରମାନଙ୍କର ମିଡିଆ ସହ କିଛି ଆଲୋଚନା ହୁଏ ନାହିଁ’ା
ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି, ଚେତେଶ୍ୱର ପୂଜାରାଙ୍କୁ କେବଳ ତାଙ୍କ ବୟସ କାରଣରୁ ଭାରତୀୟ ଟିମରୁ ବାହାର କରାଯିବା ଉଚିତ ନୁହେଁ । ଗାଭାସ୍କରଙ୍କ କହିବା କଥା ହେଲା ଯେ, ଗାଭାସ୍କର ଜଣେ ମାତ୍ର ପ୍ଲେୟାର ନୁହଁନ୍ତି, ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ଡବ୍ଲୁଟିସି ଫାଇନାଲରେ ବଡ ସ୍କୋର ବନାଇବାରେ ବିଫଳ ରହିଲେ । ଟିମର ୪ ଜଣ ଟପ୍ ବ୍ୟାଟ୍ସମ୍ୟାନ ପ୍ରଥମ ପାରିରେ କେବଳ ୭୧ରନରେ ଆଉଟ ହୋଇଥିଲେ । ପୂଜାରା କରିଥିଲେ ୧୪ ଓ ୨୭ ରନ । ହେଲେ ସେ ଏମିତି ଖେଳାଳୀ ଜଣେ ମାତ୍ର ନଥିଲେ । ଯାହାଙ୍କୁ ସଂଘର୍ଷ କରିବାକୁ ପଡିଲା । ଆଜିଙ୍କ୍ୟ ରାହାଣେ ମ୍ୟାଚରେ ୫୦ରୁ ଅଧିକ ରନ କରିଥିବା ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଥିଲେ ।
ଗାଭାସ୍କର କୁହନ୍ତି, ‘ସେ କାଉଣ୍ଟି କ୍ରିକେଟ ଖେଳୁଛନ୍ତି । ଅର୍ଥାତ ସେ ବହୁତ ରେଡ୍ ବଲ କ୍ରିକେଟ ଖେଳିଛନ୍ତି । ଜଣେ ଖେଳାଳୀ ୪୦ ବର୍ଷ ବୟସ ଯାଏଁ ଖେଳିପାରିବ । ଯେବେ ଯାଏଁ ଆପଣ ରନ୍ କରୁଛନ୍ତି, ସେବେ ଯାଏଁ ଆପଣ ଖେଳିପାରିବେ । ରାହାଣେଙ୍କ ବ୍ୟତୀତ ଭାରତର ବ୍ୟାଟିଂ ସଂପୂର୍ଣ୍ଣ ଭାବେ ବିଫଳ ରହିଲା । ଏଥିରେ ପୂଜାରା କାହିଁକି ବଳି ପଡିଲେ, ଚୟନକର୍ତାଙ୍କୁ ତାହା କହିବାକୁ ହେବ’ ।
ତେବେ ଦର୍ଶକବନ୍ଧୁ, ପୂଜାରାଙ୍କୁ ଦଳରେ ସାମିଲ କରାନଯିବା କେତେ ଦୂର୍ ଠିକ୍, ନିଜ ମତାମତ ଆମ ସହ ସେୟାର କରନ୍ତୁ ।

