ପ୍ରତ୍ୟେକ ଭୂମିକାରେ ସଫଳତାର ସାର ସର୍ବଦା ଗୋଟିଏ ହିଁ ରହିଛି । ତାହା ହେଲା ଆପଣ ଯାହା ବି କରୁଛନ୍ତି, ଭଲ ଭାବରେ କରନ୍ତୁ । ସୁଧା ମୂର୍ତି ପ୍ରତ୍ୟେକ କାର୍ଯ୍ୟରେ ଉଦ୍ଦେଶ୍ୟ ଗୋଟିଏ ହିଁ ରହିଛି । ଯେତେବେଲେ ଆପଣ ଏକ ଅଧୀନସ୍ଥ ରହିଛନ୍ତି, ନିଜ ବ୍ୟବସାୟ ପ୍ରତି ଇମାନଦାର ଓ ନିଷ୍ଠାବାନ ରୁହନ୍ତୁ । ତଥା ବ୍ୟବସାୟିକ ବନନ୍ତୁ । ହେଲେ ଯେତେବେଳେ ଆପଣ ବସ୍ ହିସାବରେ ଅଛନ୍ତି, ତେବେ ନିଜ ଅଧୀନସ୍ଥକୁ ଧ୍ୟାନରେ ରଖନ୍ତୁ ଠିକ ସେହିଭଳି, ଯେମିତି ପିଲା ଘରେ ଅଛନ୍ତି । ମା ଙ୍କୁ ତାଙ୍କ ସାଥିରେ ରହିବା ଉଚିତ । କାରଣ ସେମାନଙ୍କୁ ମା ର ଆବଶ୍ୟକତା ପଡିଥାଏ ।
ହଁ ଦର୍ଶକବନ୍ଧୁ ଏଠାରେ ଆମେ କହୁଛୁ, ଭାରତର ଜଣାଶୁଣା ବ୍ୟକ୍ତି ପଦ୍ମଶ୍ରୀ ସୁଧା ମୂର୍ତ୍ତୀ ଙ୍କ ବିଷୟରେ । ସୁଧା ମୂର୍ତୀ ହେଉଛନ୍ତି ଜଣେ ପ୍ରସିଦ୍ଧ ସାମାଜିକ କାର୍ଯ୍ୟକର୍ତ୍ତା ଓ ଲେଖିକା । ଭାରତର ସବୁଠୁ ବଡ ଅଟୋ ନିର୍ମାତା ଟାଟା ଇଂଜିନିୟରିଂ ଓ ଲୋକୋମୋଟିଭ କମ୍ପାନୀରେ ପ୍ରଥମ ମହିଳା ଇଂଜିନିୟର ସେ ବନିଛନ୍ତି । ସାଧାରଣ ଜନତାଙ୍କ ପୀଡାକୁ ଦୃଷ୍ଟିରେ ରଖି ସେ ୮ଟି ଉପନ୍ୟାସ ବି ଲେଖିଛନ୍ତି । ଯେଉଁଥିରେ ମହିଳା ଶସକ୍ତିକରଣ ଉପରେ ବର୍ଣ୍ଣନା କରାଯାଇଛି । ଏହାବାଦ ଏହି ମହିଳା ଜଣକ ଗରିବ ପିଲାଙ୍କୁ ଶିକ୍ଷା ସୁବିଧା ପ୍ରଦାନ କରିବା ଓ ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ ଫାଉଣ୍ଡେସନର ଅଧ୍ୟକ୍ଷା ମଧ୍ୟ । ଇନଫୋସିସର ସହ ସଂସ୍ଥାପକ ଏନ ଆର ନାରାୟଣ ମୂର୍ତିଙ୍କୁ ବିବାହ କରିଥିଲେ । ୨୦୦୬ରେ ଭାରତ ସରକାରଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ଭାରତର ୪ର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।
ଯଦି ତାଙ୍କ କାହାଣୀ ବିଷୟରେ ଜାଣିବା, ତେବେ ସେ ଯେତେବେଳେ ପୁଣେରେ ଜବ୍ କରୁଥିଲେ, ତାଙ୍କର ସାକ୍ଷାତ ହୋଇଥିଲା ନାରାୟଣ ମୂର୍ତୀଙ୍କ ସହ । ଏହାପରେ ପରବର୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ଗୋଟିଏ ଝିଅ ଆଉ ଗୋଟିଏ ପୁଅ । ତେବେ ନାରାୟଣ ମୂର୍ତୀ ନିଜର ଏକ ବ୍ୟବସାୟ କରିବାକୁ ଚାହୁଁଥିଲେ , ହେଲେ ତାଙ୍କ ପାଖରେ ଟଙ୍କା ନଥିଲା । ପରେ ଏ ନେଇ ସେ ପତ୍ନୀ ସୁଧାଙ୍କୁ କହିଥିଲେ । ଏହାପରେ ସୁଧା ମୂର୍ତି ତାଙ୍କର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଯଥାଶୀଘ୍ର ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ କହିଥିଲେ । ତାଙ୍କ ପାଖରେ ଥିବା ଜମାପୁଂଜି ରେ ଏସବୁ କରିବାକୁ କହିଥିଲେ ସୁଧା ମୂର୍ତୀ । ୧୦ ହଜାର ଟହ୍କା ନରାୟଣ ମୂର୍ତୀଙ୍କୁ ସେ ଦେଇଥିଲେ । ଏହାପରେ ଏହି ଚୋଟିଆ ପୁଂଜି ନିବେଶରେ ଆରମ୍ଭ କରିଥିଲେ ଇନଫୋସିସ । ନାରାୟଣ ମୂର୍ତି ଗୌରବ ସହକାରେ କୁହନ୍ତି, ଏହା ହେଉଛି ସେହି ଧନରାଶୀ, ଯାହା ବାଙ୍ଗାଲୋରରେ ଇନଫୋସିସ ସ୍ଥାପିତ କରିବାରେ ସହାୟକ ହୋଇଛି ।
ଶିିକ୍ଷା ସମାପ୍ତ କରିବା ପରେ ସୁଧା ମୂର୍ତି ସର୍ବପ୍ରଥମେ ଗ୍ରାଜୁଏଟ ଭାବେ ଟାଟା କମ୍ପାନୀ ଓ ପରେ ଦ ବାଲଚାନ୍ଦ୍ ଗ୍ରୁପ ଅଫ୍ ିଇଣ୍ଡଷ୍ଟ୍ରିଜରେ କାମ କରିଥିଲେ । କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ମହିଳାଙ୍କ ପାଇଁ ମହାରାଣୀ ଲକ୍ଷ୍ମୀ ଅମ୍ମାନୀ କଲେଜର ସ୍ଥାପନା ପାଇଁ ଶ୍ରେୟ ଯାଏ ସୁଧା ମୂର୍ତିଙ୍କୁ । ଆଜି ବେଙ୍ଗାଲୁରୁ ୟୁନିଭରସିଟିର କମ୍ପ୍ୟୁଟର ସାଇନ୍ସ ବିଭାଗ ହିସାବରେ ଏକ ପ୍ରତିଷ୍ଠିତ କଲେଜ ଭାବେ ଗଣନା ହୁଏ । ମହିଳା ଅଧିକାରର ସମାନତା ପାଇଁ ସୁଧା ମୂର୍ତି ଅନେକ କାମ କରିଛନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ଟାଟା ମୋଟର୍ସ ରେ କେବଳ ପୁରୁଷଙ୍କୁ ଭର୍ତି କରିବା ପାଇଁ ନିୟମ ରହିଥିଲା । ଯାହାକୁ ନେଇ ସୁଧା ମୂର୍ତି ଜେଆରଡି ଟାଟାକୁ ଏକ ପୋଷ୍ଟକାର୍ଡ ପଠାଇଥିଲା । ଏହାର ପ୍ରଭାବ ଏହା ଥିଲା ଯେ, ଟାଟା ମୋଟର୍ସ ସେମାନଙ୍କୁ ବିଶେଷ ସାକ୍ଷାତକାର ପାଇଁ ଡାକିଥିଲା ଏବଂ ସେ ଟାଟା ମୋଟର୍ସରେ ଚୟନିତ ହୋଇଥିବା ପ୍ରଥମ ମହିଳା ଇଂଜିନିୟର ବନିଥିଲେ ।
ନିଜର ପ୍ରଖର ବୁଦ୍ଧି ଦ୍ୱାରା ସୁଧା ମୂର୍ତି ନିଜ ଛାତ୍ରୀଜୀବନରେ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ ଚକିତ । ସେ ବିବିବି କଲେଜ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜୀ, ହୁଗୁଳୀରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସ୍ନାତକ ଉପାଧୀ ଗ୍ରହଣ କରିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଟାରୁ ସେ ରୌପ୍ୟ ପଦକ ମଧ୍ୟ ପାଇଛନ୍ତି । ୧୯୭୪ ବେଳକୁ ଅଧ୍ୟୟନରେ ସେ ଆହୁରି ଉନ୍ନତି କରିଥିଲେ ଯେତେବେଲେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ରୁ କମ୍ପ୍ୟୁଟର ସାଇନ୍ସରେ ଗ୍ରହଣ କରିଥିଲେ ମାଷ୍ଟର୍ସ ଡିଗ୍ରୀ । ନିଜ ବର୍ଗରେ ସେ ପ୍ରଥମ ସ୍ଥାନ ପ୍ରାପ୍ତ କରିଥିଲେ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସରୁ ଏହି ଉପଲବଧି ପାଇଁ ତାଙ୍କୁ ମିଳିଥିଲା ସ୍ୱର୍ଣ୍ଣପଦକ ।

