ଭୁବନେଶ୍ୱର, ୧୬/୦୯: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ଏପ୍ରିଲ ମାସରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ। ପରବର୍ତ୍ତୀ ଆର୍ଥିକ ବର୍ଷ ଆରମ୍ଭରୁ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି, ସେମାନେ ପୋର୍ଟାଲ ପୁଣି ଖୋଲିବା ପରେ ଆବେଦନ କରିବାର ସୁଯୋଗ ପାଇବେ। ସେହିପରି ବିଭିନ୍ନ କାରଣରୁ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଆବେଦନ କରିପାରିବେ।
୨୧ ବର୍ଷ ହେଲେ ମିଳିବ ଆବେଦନ ସୁଯୋଗ
ବିଶେଷ କରି ଯେଉଁ ମହିଳାମାନଙ୍କୁ ୨୧ ବର୍ଷ ବୟସ ପୂରଣ ହୋଇଥିବ, ସେମାନଙ୍କ ପାଇଁ ଏହା ଏକ ନୂଆ ସୁଯୋଗ ହେବ। ପୋର୍ଟାଲ ଖୋଲିବା ପରେ ଯୋଗ୍ୟ ହିତାଧିକାରୀମାନେ ନିୟମ ଅନୁଯାୟୀ ଆବେଦନ କରିପାରିବେ।
ସୁଭଦ୍ରା ଯୋଜନାରେ ନୂଆ ଆବେଦନ ପ୍ରକ୍ରିୟା ଏପ୍ରିଲରୁ ଆରମ୍ଭ ହେବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ପରେ ଆବେଦନ କରିନଥିବା ଯୋଗ୍ୟ ମହିଳାଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।

